ନିଶାସକ୍ତ ଅବସ୍ଥାରେ ସମୁଦ୍ର ବେଳାଭୂମିରେ ଶାରିରୀକ ସଂପର୍କ ସ୍ଥାପନ କଲେ ପ୍ରେମୀଯୁଗଳ, ଗିରଫ କଲା ପୋଲିସ

Published By : Prameya-News7 Bureau | January 05, 2020 IST

ବ୍ୟାଙ୍କକ ୫।୧:  ପ୍ରସିଦ୍ଧ ସମୁଦ୍ର ବେଳାଭୂମୀରେ ପ୍ରେମୀଯୁଗଳ ଶାରିରୀକ ସଂପର୍କ ସ୍ଥାପନ କରିବା ସମୟରେ ଧରାପଡିଛନ୍ତି । ଏଭଳି ଘଟଣା ଘଟିଛି ଥାଇଲାଣ୍ଡର ପ୍ରସିଦ୍ଧ ପଟାୟା ସମୁଦ୍ର ବେଳାଭୂମୀରେ ଘଟିଛି । ସାର୍ବଜନୀନ ସ୍ଥାନରେ ଶାରିରୀକ ସଂପର୍କ ସ୍ଥାପନ କରିବା ଅଭିଯୋଗରେ ଉଭୟଙ୍କୁ ଗିରଫ କରିଛି ଟୁରିଷ୍ଟ ପୋଲିସ ।

{"id":207171,"width":579,"height":325,"sizeSlug":"large"}

ବ୍ୟାଙ୍କକ ପୋଷ୍ଟର ରିପୋର୍ଟ ଅନୁସାରେ ଟୁରିଷ୍ଟ ପୋଲିସ ୨୬ବର୍ଷ ବୟସ୍କ ରୋମନ ଗ୍ରିଗୋରେକ୍ନୋ ଏବଂ ତାଙ୍କ ପ୍ରେମିକା ୧୯ବର୍ଷ ବୟସ୍କା ଡରିୟା ବିନୋଗ୍ରାଦୋବାଙ୍କୁ ଶନିବାର ଗିରଫ କରିଛି । ଉଭୟ ଋଷରେ ରୁହନ୍ତି । ଛୁଟି କଟାଇବା ପାଇଁ ଥାଇଲାଣ୍ଡ ଆସିଥିଲେ ।

{"id":207172,"width":578,"height":385,"sizeSlug":"large"}

ପୋଲିସର ସୂଚନା ଅନୁସାରେ ଶନିବାର ଦିନ ୩ଟା ୩୦ ମିନିଟ୍ ରେ ଏହି ଯୋଡି ସମୁଦ୍ରକୂଳରେ ଶାରିରୀକ ସଂପର୍କ ସ୍ଥାପନ କରିବା ସମୟରେ ଧରାପଡିଥିଲେ । ସେମାନଙ୍କୁ ଏପରି ଅବସ୍ଥାରେ ଦେଖି ଟୁରିଷ୍ଟ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ସେମାନଙ୍କୁ ପଟାୟା ପୋଲିସ ଷ୍ଟେସନ ନେଇଯାଇଛି ପୋଲିସ । ଏହି ପ୍ରେମୀଯୁଗଳଙ୍କୁ ଜରିମନା ମଧ୍ୟ ଦେବାକୁ ପଡିଛି ।

{"id":207173,"width":579,"height":415,"sizeSlug":"large"}

ଉଭୟଙ୍କ ବିରୋଧରେ ପର୍ଣ୍ଣୋଗ୍ରାଫିକ୍ ଆକ୍ଟ ଉଲଂଘନ କରିବା ଅଭିଯୋଗ ଲଗାଇଛି ପୋଲିସ । ଏହି ଯୋଡିଙ୍କୁ ଜରିମନା ଆକାରରେ ପ୍ରାୟ ୧୨ ହଜାର ଟଙ୍କା ଦେବାକୁ ପଡିଛି । ପୋଲିସ ଏହା ମଧ୍ୟ କହିଛି ଯେ, ଉଭୟ ନିଶାସକ୍ତ ଅବସ୍ଥାରେ ଥିଲେ । ସମୁଦ୍ର କୂଳରେ ସେମାନ ଯେତେବେଳେ ଅନ୍ୟ ଟୁରିଷ୍ଟମାନଙ୍କୁ ଦେଖିବାକୁ ପାଇନଥିଲେ ସେହି ସମୟରେ ସେମାନ ଶାରିରୀକ ସଂପର୍କ ରଖିବାକୁ ଲାଗିଲେ । ପୋଲିସ ସେଠାକୁ ଆସି ସେମାନଙ୍କୁ ସେହି ସ୍ଥାନରୁ ଉଠାଇନେଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.