ଟ୍ରେନ୍ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଦମ୍ପତି ଗିରଫ

Published By : Prameya-News7 Bureau | January 04, 2019 IST

ଝାରସୁଗୁଡ଼ା ୪|୧: ଟ୍ରେନ୍‌ ଯୋଗେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଦମ୍ପତି ଗିରଫ । ନାଟକୀୟ ଢଙ୍ଗରେ ପୁରୀରୁ ହରିଦ୍ଵାର ଉତ୍କଳ ଟ୍ରେନ୍‌ ଯୋଗେ ଓଡିଶାରୁ ନୂଆଦିଲ୍ଲୀକୁ ଗଞ୍ଜେଇ ଚୋରା ଚାଲାଣ କରୁଥିଲେ । ଝାରସୁଗୁଡ଼ା ଆରପିଏଫ ଓ ଜିଆରପି ମିଳିତ ଭାବେ ଗିରଫ କରିଛନ୍ତି । ସେମାନଙ୍କ ନିକଟରୁ ୧୬ କେଜି ଗଞ୍ଜେଇ ଜବତ କରାଯାଇଛି । ନିୟମିତ ଭାବେ ଏହି ଦମ୍ପତି ଅନ୍ୟତ୍ର ଗଞ୍ଜେଇ ଚୋରା ଚାଲାଣ କରୁଥିବା ପୁଲିସ ନିକଟରେ ସ୍ବୀକାର କରିଛନ୍ତି।

ସୂଚନା ଅନୁସାରେ ବିହାର ଇଷ୍ଟ ଚମ୍ପାରନ ଅଞ୍ଚଳର ୨୭ ବର୍ଷୀୟ ଅଙ୍କିତ କୁମାର ସିଂହ ଓରଫ ଅମ୍ମାନୁଲ୍ଲା ସିଦ୍ଦିକ ଓ ତାଙ୍କ ପତ୍ନୀ ୨୩ ବର୍ଷୀୟ ସୋନୁ ରାଉରକେଲାର ବାସନ୍ତୀ କଲୋନୀରେ ରହୁଥିଲେ। ଗତକାଲି ଏହି ଦମ୍ପତି ଉତ୍କଳ ଏକ୍ସପ୍ରେସ୍ ଯୋଗେ ରାଜଗାଙ୍ଗପୁର ଷ୍ଟେସନରୁ ନୂଆଦିଲ୍ଲୀ ଯିବା ପାଇଁ ଉଠିଥିଲେ। ସାଙ୍ଗରେ ସେମାନେ ଯେଉଁ ଲଗେଜ୍‌ ନେଇଥିଲେ, ସେଥିରେ ଏକ ବଡ଼ କଳା ରଙ୍ଗର ଏୟାର ବ୍ୟାଗ୍ ଥିଲା। ତେବେ ଏହି ଏୟାର ବ୍ୟାଗରେ ସେମାନେ ଗଞ୍ଜେଇ ଚୋରା ଚାଲାଣ କରୁଥିବା ନେଇ ଆରପିଏଫକୁ ସୂଚନା ମିଳିଥିଲା। ଫଳରେ ଏହି ଦମ୍ପତିଙ୍କୁ ଝାରସୁଗୁଡ଼ା ଷ୍ଟେସନ୍‌ରେ ଯାଞ୍ଚ କରାଯିବାରୁ ସେମାନଙ୍କ ନିକଟରୁ ୧୬ କେଜି ଚୋରା ଗଞ୍ଜେଇ ଜବତ କରଯାଇଥିଲା।  ଫଳରେ ସେମାନଙ୍କୁ ଗିରଫ କରାଯାଇଚି । ଏହି ଦମ୍ପତି ବାରମ୍ବାର ଏହିପରି ଭାବେ ଗଞ୍ଜେଇ ନେଇ ନୂଆଦିଲ୍ଲୀକୁ ଯାଇଥିବା  ସ୍ବୀକାର ମଧ୍ୟ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.