ହଳଦୀପଡିଆ ବସ୍ତିରୁ ଜବତ ହେଲା ବ୍ରାଉନସୁଗାର, ଦମ୍ପତ୍ତି ଗିରଫ

Published By : Prameya-News7 Bureau | July 10, 2019 IST

ଭୁବନେଶ୍ବର ୧୦|୭: ଭୁବନେଶ୍ବର ହଳଦୀପଡିଆ ବସ୍ତିରୁ ଜବତ ହେଲା ବ୍ରାଉନସୁଗାର । ୧୧ ଗ୍ରାମ ବ୍ରାଉନସୁଗାର ଜବତ କଲା ଲକ୍ଷ୍ମୀସାଗର ଥାନା ପୋଲିସ । ବ୍ରାଉନସୁଗାର ବେପାର କରୁଥିବା ସ୍ବାମୀ ଓ ସ୍ତ୍ରୀକୁ ଗିରଫ କରିଛି ପୋଲିସ । ଗିରଫ ଦୁଇ ଜଣ ହେଲେ ସରିଫ ଖାନ୍ ଓ ତାଙ୍କ ସ୍ତ୍ରୀ ଆୟିଶା ବିବି । ସେମାନଙ୍କ ସହ ଅନ୍ୟ ୫ ଜଣଙ୍କୁ ମଧ୍ୟ ଅଟକ ରଖିଛି ପୋଲିସ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୧ ଲକ୍ଷ ୧୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.