Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଲଗାଣ ବର୍ଷାରେ ଭୁଶୁଡିଲା ଘର କାନ୍ଥ, ଚାପି ହୋଇଗଲେ ସ୍ବାମୀ-ସ୍ତ୍ରୀ ଓ ୨ ଶିଶୁ : ଉଦ୍ଧାର କଲେ ଗ୍ରାମବାସୀ

14/09/2021 at 11:22 AM

ମାର୍ଶାଘାଇ ୧୪।୯: ଲଘୁଚାପ ଜନିତ ଲଗାଣ ବର୍ଷାରେ କେନ୍ଦ୍ରାପଡା ଜିଲ୍ଲା ପାଟକୁରା ଥାନା ମାର୍ଶାଘାଇ ବ୍ଲକ୍ ବଟିରା ପଞ୍ଚାୟତ ରାମଚନ୍ଦ୍ରପୁର ଗାଁରେ ଅଘଟଣ । ଘର ତଳେ ଚାପି ହୋଇ ରହିଥିବା ଗୋଟିଏ ପରିବାରକୁ ଉଦ୍ଧାର କଲେ ସ୍ଥାନୀୟ ଲୋକ ।

ସୂଚନାଯୋଗ୍ୟ ଯେ, ମାର୍ଶାଘାଇ ବ୍ଲକ୍ ରାମଚନ୍ଦ୍ରପୁର ଗାଁର ଜିତେନ୍ଦ୍ର ସେଠୀ ଜଣେ ଦିନ ମଜୁରିଆ । ସେ ତାଙ୍କ ସ୍ତ୍ରୀ ସୁନନ୍ଦା ସେଠୀ ଏବଂ ୨ ଶିଶୁ ପୁତ୍ରଙ୍କ ସହ ଘରେ ଥିବାବେଳେ ହଠାତ ତାଙ୍କ ଚାଳ ଛପର ଘର ତାଙ୍କ ଉପରେ ଭୁଶୁଡି ପଡିଥିଲା । ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଘରର କାନ୍ଥ  ଭିଜି ଯାଇଥିଲା ।  ହଠାତ୍ ଘରଟି ଭୁଶୁଡି ପଡିବାରୁ ଜିତେନ୍ଦ୍ର ତାଙ୍କ ସ୍ତ୍ରୀ ସୁନନ୍ଦା ଏବଂ ତାଙ୍କ ୨ ଶିଶୁ ପୁତ୍ର ଘର ତଳେ ଚାପି ହୋଇ ରହିଥିଲେ । ପାଟିଶୁଣି ସ୍ଥାନୀୟ ଲୋକମାନେ ଆସି ଚାଳଛପର କାଟି ତାଙ୍କୁ ଉଦ୍ଧାର କରିଥିଲେ । ଏବେବି ଘର ତଳେ ଚାପି ହୋଇ ରହିଛି ଘରର ସମସ୍ତ ଆସବାବପତ୍ର ।

   Related Posts