Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଦମ୍ପତ୍ତି ୪୨୦ : ଜମି ଦେବା ନାଁ’ରେ ନେଇଥିଲେ ଟଙ୍କା, ଗିରଫ କଲା ପୋଲିସ

29/09/2020 at 9:36 PM

ପାଟଣା, ୨୯ ।୦୯: କେନ୍ଦୁଝର ଜିଲ୍ଲା ପାଟଣା ପୋଲିସ ଠକେଇ ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦମ୍ପତି ହେଲେ ତୁରୁମୁଙ୍ଗା ଥାନା ସାନଗମ୍ଭାରୀଆ ଗ୍ରାମର ବୁଦ୍ଧଦେବ ମୁଣ୍ଡା(୩୮) ଓ ପୁଷ୍ପାଞ୍ଜଳି ପାତ୍ର(୩୨) ।

ଉଭୟ ବାମେଵାରୀ ଥାନା ଜୁରୁଡ଼ିରେ ଭଡା ନେଇ ରହୁଥିଲେ। ଅଭିଯୋଗ ଅନୁଯାୟୀ, ପାଟଣା ଥାନା ଟାଙ୍ଗରପଡା ପଞ୍ଚାୟତ ଭିମାପଡା ଗ୍ରାମର ପ୍ରଭାକର ମୁଣ୍ଡାଙ୍କଠାରୁ  ଜମି କିଣାଇ ଦେବୁ କହି ଉଭୟ ସ୍ୱାମୀ ସ୍ତ୍ରୀ ଗତ ୨୦୧୬ ମସିହାରେ ୧୭ ଲକ୍ଷ ଟଙ୍କା ନେଇଥିଲେ। ପରେ ଜମି କିଣାଇ ନଦେବାରୁ ପ୍ରଭାକର କୋର୍ଟରେ ଏକ ମାମଲା ରୁଜୁ କରିଥିଲେ । ପରେ ଏ ମାମଲା ଥାନାକୁ ଆସିବା ପରେ ପାଟଣା ଥାନା ଏସ୍,ଆଇ ଶିବ ଶଙ୍କର ଆଲଦା ଘଟଣାର ତଦନ୍ତ ଆରମ୍ଭ କରିଥିଲେ ।

ପାଟଣା ଥାନା କେସ ନମ୍ବର ୧୪୧/୨୦ ରେ ଆଇ.ପି.ସି ୪୨୦,୪୦୩,୪୦୬,୧୨୦(ବି) ଓ ୩୪ରେ ମାମଲା ରୁଜୁ କରି ଉଭୟ ସ୍ୱାମୀ ସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି।

   Related Posts