ମହଙ୍ଗାପଡିଲା ଡ୍ୟୁଟି ବେଳେ ହ୍ୱାଟସ୍ ଆପ୍ ଚାଟ୍, ୫ ପୋଲିସ କର୍ମଚାରୀ ସସପେଣ୍ଡ

Published By : Prameya-News7 Bureau | November 10, 2019 IST

ଜବଲପୁର : ମଧ୍ୟପ୍ରଦେଶ ଜବଲପୁର ସହରର ଅତି ସମ୍ବେଦନଶୀଳ ଅଞ୍ଚଳର ସୁରକ୍ଷା ଲାଗି ମୂତୟନ ପୋଲିସ କର୍ମଚାରୀଙ୍କୁ ଡ୍ୟୁଟି ବେଳେ ହ୍ୱାଟସ୍ ଆପ୍ ଚାଟ୍ ମହଙ୍ଗା ପଡିଛି। ସୁରକ୍ଷା କର୍ମୀଙ୍କୁ ଡ୍ୟୁଟିରେ ଅବହେଳା ଦର୍ଶାଇ ଚାକିରୀରୁ ନିଲମ୍ବନ କରାଯାଇଛି। ଜିଲ୍ଲା ପୋଲିସ ଅଧିକ୍ଷକ ଅମିତ ସିଂହ ରବିବାର ଏହି ସୂଚନା ଦେଇଛନ୍ତି। ଏସପି ଅଚାନକ ଗସ୍ତକାଳରେ କର୍ମଚାରୀଙ୍କୁ ହ୍ୱାଟସ୍ ଆପରେ ବ୍ୟସ୍ତ ଥିବା ଦେଖିଥିଲେ। ଏଣୁ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯାଇଥିବା କହିଛନ୍ତି।

{"id":182111}

ଶନିବାର ସୁପ୍ରିମକୋର୍ଟ ଅଯୋଧ୍ୟା ମାମଲାରେ ରାୟ ପ୍ରକାଶ କରିବାର ଥିଲା। ଏଣୁ ପୂର୍ବ ସତର୍କତା ସ୍ୱରୂପ ଜବଲପୁରରେ ସୁରକ୍ଷା କଡାକଡି କରାଯାଇଥିଲା।  ଏଥିଲାଗି ଅତିରିକ୍ତ ପୋଲିସ ବଳ ମଗାଯିବା ସହ ପ୍ରାୟ ୨୫ଟି ଅସ୍ଥାୟୀ ଥାନା ସ୍ଥାପନା କରାଯାଇଥିଲା। ତେବେ ଅତିସମ୍ବେଦନଶୀଳ ଅଞ୍ଚଳରେ ମୁତୟନ ପୋଲିସ କର୍ମଚାରୀ ଡ୍ୟୁଟିରେ ଧ୍ୟାନ ନଦେଇ ହ୍ୱାଟସ୍ ଆପରେ ବ୍ୟସ୍ତ ଥିବା ଦେଖିବା ପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ନିମନ୍ତେ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ୫ ଜଣ ପୋଲିସ କର୍ମଚାରୀଙ୍କୁ କର୍ତ୍ତବ୍ୟରେ ଅବହେଳା ଲାଗି ଚାକିରୀରୁ ନିଲମ୍ବିତ କରାଯାଇଥିବା ଏସପି କହିଛନ୍ତି। ରାମ

{"id":182112}

ଜନ୍ମଭୂମି ରାୟ ପ୍ରକାଶ ଲାଗି କେବଳ ମଧ୍ୟପ୍ରେଦଶ ନୁହେଁ ଦେଶର ଅନ୍ୟାନ୍ୟ ରାଜ୍ୟରେ ମଧ୍ୟ ସୁରକ୍ଷା କଡାକଡି ହୋଇଥିଲା। ତେବେ ରାୟ ପ୍ରକାଶ ପୂର୍ବରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀଙ୍କ  ନିବେଦନ ରାୟ ଘୋଷଣା ଦିନ ବେଶ ସହାୟକ ସାବ୍ୟସ୍ତ ହୋଇଛି। କୋର୍ଟଙ୍କ ରାୟକୁ କୌଣସି ପକ୍ଷ ହାର ବା ଜିତ ନ ଭାବିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଥିଲେ। ଏହା ଏକ ଦୀର୍ଘ  ଆଇନଗତ ବିବାଦ ହୋଇଥିବାରୁ ଶାନ୍ତିପୂର୍ଣ୍ଣ ସମାଧାନ ଲାଗି ସମସ୍ତ ପକ୍ଷଙ୍କୁ ପ୍ରଧାନମନ୍ତ୍ରୀ ନିବେଦନ କରିବା ସହ ଦେଶବାସୀଙ୍କ ନିକଟରେ ପୁଣି ଥରେ ସଦଭାବ ଓ ଭାଇଚାରା ପ୍ରଦର୍ଶନ ଲାଗି ଆଗ୍ରହ ପ୍ରକାଶ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.