Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ରବିଚନ୍ଦ୍ରନ ଅଶ୍ଵିନଙ୍କ କମାଲ୍, ୨୭ ରନ ଦେଇ ନେଲେ ୬ ଓ୍ଵିକେଟ୍, ଉଡିଲା ଇଂରେଜ କ୍ରିକେଟରଙ୍କ ହୋସ୍

14/07/2021 at 10:14 PM

ନୂଆଦିଲ୍ଲୀ ୧୪।୦୭: ଭାରତୀୟ ତାରକା ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ଵିନଙ୍କ କମାଲ। କାଉଣ୍ଟି ଚାମ୍ପିଅନଶିପରେ ସରେ ପାଇଁ ଖେଳୁଥିବା ଅଶ୍ଵିନ ସମରସେଟ୍ ବିପକ୍ଷରେ ଶାଣିତ ବୋଲିଂ କରି ୧୫ ଓଭରରେ ୨୭ ରନ ଦେଇ ୬ ଓ୍ଵିକେଟ୍ ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ସିରିଜ୍‌ର ପ୍ରସ୍ତୁତି ପାଇଁ ଅଶ୍ଵିନ କାଉଣ୍ଟି ଚାମ୍ପିଅନଶିପ ଖେଳିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ତାଙ୍କ ଦମଦାର ପ୍ରଦର୍ଶନ ଇଂରେଜଙ୍କ ହୋସ୍ ଉଡାଇ ଦେଇଛି।

ମ୍ୟାଚ୍ ଦ୍ଵିତୀୟ ଥର ବୋଲିଂ କରିବାକୁ ଓହ୍ଲାଇ ଅଶ୍ଵିନ ସମରସେଟ୍‌ର ବ୍ୟାଟସମ୍ୟାନ ଷ୍ଟିଭନ ଡେଭିସ୍(୭), ଟମ ଲେମୋନବି(୩), ଅଧିନାୟକ ଜେମ୍ସ ହିଲଡ୍ରେନ(୧୪), ଜର୍ଜ ବାରଲେଟ୍(୧୨) ଓ ରୁଲୋଫଭାନ ଡେର ମେରଓ୍ଵେ(୭)ଙ୍କୁ ଆଉଟ୍ କରିଛନ୍ତି। ଅଶ୍ଵିନ ଏହା ପୂର୍ବରୁ ନର୍ଟିଂଘମଶାୟର ଓ ଭର୍ସେଷ୍ଟଶାୟର ପାଇଁ ମଧ୍ୟ କାଉଣ୍ଟି କ୍ରିକେଟ୍ ଖେଳି ସାରିଛନ୍ତି। ସେ ନର୍ଟିଂଘମଶାୟର ପାଇଁ ଚାରି ଓ ଭର୍ସେଷ୍ଟଶାୟର ପାଇଁ ଦୁଇ ଥର ପାଞ୍ଚ ପାଞ୍ଚ ଓ୍ଵିକେଟ୍ ନେଇ ସାରିଛନ୍ତି। ଆଉ ୨୦ ଦିନ ପରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଖେଳାଯିବ।

   Related Posts