ଫ୍ରେସରଙ୍କୁ ସୁଯୋଗ: ଦେଶର ୪ ବଡ଼ ଆଇଟି କମ୍ପାନୀଙ୍କ ବମ୍ପର ନିଯୁକ୍ତିର ବଡ଼ ଘୋଷଣା, ୧.୬ ଲକ୍ଷଙ୍କୁ ମିଳିବ ଚାକିରି

Published By : Prameya-News7 Bureau | October 25, 2021 IST

ନୂଆଦିଲ୍ଲୀ ୨୫/୧୦: ଚାକିରି ଖୋଜୁଥିବା ନବାଗତଙ୍କ ପାଇଁ ଖୁସି ଖବର। ଦେଶର ୪ଟି ବଡ଼ ଆଇଟି କମ୍ପାନୀ ୨୦୨୧-୨୨ରେ ନିଯୁକ୍ତି ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି। ନିଯୁକ୍ତି ଲକ୍ଷକୁ ଦୁଇ ଗୁଣ କରିବା ସହ ଏହି ସବୁ କମ୍ପାନୀ ୧.୬ ଲକ୍ଷ ଫ୍ରେସରଙ୍କୁ ଚାକିରି ଦେବାକୁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ୪ ଆଇଟି କମ୍ପାନୀ ଟିସିଏସ୍‌, ଇନଫୋସିସ୍‌, ଓ୍ବିପ୍ରୋ ଏବଂ ଏଚସିଏଲ୍‌ ଟେକ୍‌। କରୋନା ମହାମାରୀ ପାଇଁ ଏହି ସୁଯୋଗ ଆସିଛି। ମହାମାରୀ ସମୟରେ ଡିଜିଟାଲ ଦୁନିଆରେ ଲୋକମାନଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ଆମଦାନୀ ଏବଂ ରପ୍ତାନୀ ମଧ୍ୟ ବଢ଼ିଛି।

{"id":532947,"width":686,"height":399,"sizeSlug":"full","linkDestination":"none"}

ଏହି ୪ କମ୍ପାନୀ ୨୦୨୧ରେ ୮୨ ହଜାର ଫ୍ରେସର୍ସଙ୍କୁ ନିଯୁକ୍ତି ଦେଇଥିଲେ। ଏହା ସହ ସେପ୍ଟେମ୍ବରରେ ପୁଣି ୫୩୯୬୪ ଜଣ ଚାକିରି ପାଇଛନ୍ତି ।ଯାହାକି ପୂର୍ବ ବର୍ଷ ତୁଳନାରେ ୧୭୦୭୬ ଅଧିକ। କରୋନା ମହାମାରୀ ଯୋଗୁଁ ଦେଶରେ ଡିଜିଟାଲାଇଜେସନ୍‌କୁ ଗତି ମିଳିଛି। ବର୍ତ୍ତମାନ ସବୁ ସେକ୍ଟର ଡିଜିଟାଲ ଉପରେ ଗୁରୁତ୍ବ ଦେଉଛନ୍ତି। ଅନ୍ୟପଟେ ଆଇଟି କମ୍ପାନୀ ଟିସିଏସ୍‌ରେ ଆଟ୍ରିସନ୍‌ (ଚାକିରୀ ଛାଡ଼ିବା) ରେଟ୍‌ ଅଧିକ ରହିଛି। ପ୍ରଥମ ତ୍ରୈମାସିକରେ ୮.୬ ପ୍ରତିଶତରୁ ବଢ଼ି ୧୧.୯ ପ୍ରତିଶତ ହୋଇଯାଇଛି।

ସେହିଭଳି ଓ୍ବିପ୍ରୋ ଏବଂ ଇନଫୋସିସ୍‌ରେ ୨୦ ପ୍ରତିଶତରୁ ଅଧିକ ଏବଂ ଏଚସିଏଲ ଟେକ୍‌ରେ ୧୫.୯ ପ୍ରତିଶତ ବୋଲି ଜଣାପଡ଼ିଛି। ଆଟ୍ରିସନ୍‌ ରେଟ୍‌ ବଢ଼ୁଥିବାରୁ ଆଇଟି କମ୍ପାନୀ  ହାୟରିଂ ପ୍ରତିଶତକୁ ବଢ଼ାଇଛନ୍ତି। ଚଳିତ ବର୍ଷ ଟିସିଏସ୍‌ ୪୦ ହଜାର ପରିବର୍ତେ ୭୮ ହଜାର ପ୍ରେସର୍ସଙ୍କୁ ନିଯୁକ୍ତି ଦେବାକୁ ଯୋଜନା କରିଛି। ଏହା ପୂର୍ବରୁ ୪୩ ହଜାର ନବାଗତ ଚାକିରି ପାଇଛନ୍ତି। ଓ୍ବିପ୍ରୋ ଏବଂ ଇନଫୋସିସ୍‌ ଆର୍ଥିକ ବର୍ଷ ୨୦୨୧-୨୨ରେ ଯଥାକ୍ରମେ ୧୭୦୦୦ ଏବଂ ୪୫ ହଜାର ଫ୍ରେସର୍ସଙ୍କୁ ହାୟର କରିବେ। ସେହିଭଳି ଏଚସିଏଲ୍‌ ୨୨ ହଜାର ନବାଗତଙ୍କୁ ନେବ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.