Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ମାଲେମାଲ୍‌ ହେବାକୁ ଯାଉଛି ବିହାର, ମିଳିଲା ଦେଶର ସବୁଠାରୁ ବଡ ସୁନା ଭଣ୍ଡାର

4/12/2021 at 8:07 PM

ପାଟନା ୦୪/୧୨ : ଗରିବ ରାଜ୍ୟ ବିହାର ଖୁବଶୀଘ୍ର ଏକ ଧନୀ ରାଜ୍ୟରେ ପରିଣତ ହେବାକୁ ଯାଉଛି। ଏକ ରିପୋର୍ଟ ଅନୁଯାୟୀ, ବିହାରର ଜମୁଇ ଅଞ୍ଚଳରୁ ବଡ ସୁନା ଭଣ୍ଡାର ସନ୍ଦାନ ମିଳିଛି । ଏହି ଖଣିରେ ଏତେ ପରିମାଣର ସୁନା ଅଛି ଯେ ସମଗ୍ର ଦେଶରେ ସେତିକି ପରିମାଣର ସୁନା ନାହିଁ । ସଂସଦରେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହି ସୂଚନା ଦେଇଛନ୍ତି । ବିହାର ବିଜେପି ସଭାପତି ତଥା ଲୋକସଭା ସଦସ୍ୟ ସଞ୍ଜୟ ଜୟସୱାଲ ସଂସଦ ଏହି ପ୍ରସଙ୍ଗରେ କେନ୍ଦ୍ର ସରକାରଙ୍କଠାରୁ ଉତ୍ତର ମାଗିଥିଲେ। ସେ ପଚାରିଥିଲେ, ବିହାରରେ ଦେଶର ସବୁଠୁ ବଡ ସୁନା ଭଣ୍ଡାର ଅଛି କି? ଏହାର ଜବାବରେ କେନ୍ଦ୍ର ଖଣି ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ ଖୁବ୍ ଶୀଘ୍ର ବିହାରବାସୀ ଖୁସି ହେବାକୁ ଯାଉଛନ୍ତି।

ପ୍ରହଲ୍ଲାଦ ଯୋଶୀ କହିଛନ୍ତି ଯେ, ଭାରତର ଜିଓଲୋଜିକାଲ ସର୍ଭେରେ ପଶ୍ଚିମ ଚମ୍ପାରନ ଏବଂ ବିହାରର ଅନ୍ୟ କିଛି ଜିଲ୍ଲାରେ ସୁନା ଭଣ୍ଡାର ଜମା ରହିଛି। ଏହି ଭଣ୍ଡାରର ସର୍ଭେ ଗତ ପାଞ୍ଚ ବର୍ଷ ମଧ୍ୟରେ କରାଯାଇଛି । ମିଳିତ ଜାତିସଂଘର ଫ୍ରେମୱାର୍କ ସ୍ପେସିଫିକେସନ୍ ତତ୍ତ୍ବବଧାନରେ ସୁନା ଭଣ୍ଡାର ଥିବାନେଇ ସର୍ଭେ କରାଯାଇଛି । ଯେଉଁଥିରେ ଦର୍ଶାଯାଇଛି ଯେ ବର୍ତ୍ତମାନ ସୁଦ୍ଧା ଏହି ଅଞ୍ଚଳରେ କୌଣସି ଖଣିଜ ଜମା ମିଳିନାହିଁ।

କେନ୍ଦ୍ରମନ୍ତ୍ରୀ ସଂସଦରେ କହିଛନ୍ତି ଯ, ଦେଶରେ ବର୍ତ୍ତମାନ ୫୦୧.୮୩ ଟନ୍‌ ସୁନା ରହିଛି । ଯେଉଁଥିରୁ ଅଧାରୁ ଅଧିକ ସୁନା ଧାତୁ ଆକାରରେ ରହିଛି । ୪୪ ପ୍ରତିଶତ ସୁନା ବିହାରରୁ ମିଳିଛି । ବିହାରର ଜମୁଇ ଜିଲ୍ଲାରୁ ୨୨୨.୮୮ ଟନ୍‌ ସୁନା ମିଳିଛି । ସୂଚନା ଥାଉକି, ଝାଡଖଣ୍ଡ ଠାରୁ ଅଲଗା ହେବା ପରେ ବିହାରରେ ଖଣିଜ ପଦାର୍ଥ ମାମଲାରେ ପଛରେ ରହିଯାଇଛି । ଅର୍ଥାତ ଖଣିଜ ପଦାର୍ଥ ଉତ୍ପାଦନରେ ବିହାର ନାହିଁ କହିଲେ ଚଳେ । କିନ୍ତୁ ବର୍ତ୍ତମାନ ବିହାର ଗୟା ଏବଂ ରୋହତସ ଜିଲ୍ଲାରେ ଅନେକ ଖଣିଜ ପଦାର୍ଥ ଜମା ହୋଇଥିବା ନେଇ ସନ୍ଧାନ ମିଳିଛି । ରାଜ୍ୟ ସରକାର ଖୁବ ଶୀଘ୍ର ଏହି ସବୁ ଅଞ୍ଚଳରେ ଅଧିକ ସର୍ଭେ କରିବାନେଇ ସୂଚନା ମିଳିଛି ।

   Related Posts