ବିଦେଶୀ ପରେ ଦେଶୀକୁ ଅନୁମତି: ଏବେ ଦେଶୀ ମଦ ହୋମ୍ ଡେଲିଭରି, ବୋତଲ ପିଛା ଚାର୍ଜ ୧୦ ଟଙ୍କା
29/06/2020 at 7:13 PM

ଭୁବନେଶ୍ବର୨୯/୬: ଏବେ ଅର୍ଡର ଦେଲେ ଘରେ ପହଁଞ୍ଚିବ ଦେଶୀମଦ। ସରକାର ଦେଶୀମଦର ହୋମ୍ ଅନୁମତି ଦେଇଛନ୍ତି। କିଛି ସର୍ତ୍ତ ଓ ନିୟମ ରଖି ବିଦେଶୀମଦ ଅନଲାଇନ୍ରେ ବିକ୍ରି ଓ ଡେଲିଭରି ହେଲା ଭଳି ଦେଶୀମଦ ଗ୍ରାହକଙ୍କୁ ମଧ୍ୟ ଦେଶୀ ମଦ ଘରେ ମିଳିଯିବ। ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ, ସକାଳ ୭ଟାରୁ ସଂନ୍ଧ୍ୟା ୬ଟା ପର୍ଯ୍ୟନ୍ତ ହେବ ଦେଶୀ ମଦ ହୋମ୍ ଡେଲିଭରି। ଏଥିଲାଗି ପ୍ରତି ବୋତଲ ପିଛା ଡେଲିଭରି ଚାର୍ଜ ୧୦ ଟଙ୍କା ପଡିବ। ପାଉଚ୍ ମଦ ପାଇଁ ମଧ୍ୟ ସମାନ ଡେଲିଭରି ଚାର୍ଜ ଲାଗିବ।

ତେବେ ଏହି ଡେଲିଭରି ଚାର୍ଜ ସର୍ବାଧିକ ୫୦ ଟଙ୍କା ପର୍ଯ୍ୟନ୍ତ ରହିବ। ଏହାରୁ ଅଧିକ ଟଙ୍କାରେ ହୋମ୍ ଡେଲିଭରି ନେଇପାରିବେନି। ଗ୍ରାହକମାନେ ଫୋନ୍, ହ୍ବାଟସ୍ଅପ୍ ମାଧ୍ୟମରେ ଅର୍ଡର ଦେଇପାରିବେ। ଏହି କଣ୍ଟେନମେଣ୍ଟ୍ ଜୋନ୍ରେ ଦେଶୀମଦ ହୋମ୍ ଡେଲିଭରି ହୋଇପାରିବ ନାହିଁ। ତେବେ ବର୍ତ୍ତମାନ କ୍ଷେତ୍ରରେ ଅଫ୍ସପ୍ ଲାଇସେନ୍ସ ଏବଂ କଣ୍ଟ୍ରି ଲିକର ଲାଇସେନ୍ସରେ ଦୋକାନରେ ମଦ ବିକ୍ରି ପାଇଁ ଅନୁମତି ନାହିଁ।