Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶର ପ୍ରତ୍ୟେକ ନାଗରିକଙ୍କୁ ମିଳିବ କରୋନା ଟିକା : ପ୍ରଧାନମନ୍ତ୍ରୀ
  • ||
  • ଡକାୟତି ଯୋଜନା ପଣ୍ଡ, ୪ ଡକାୟତଙ୍କୁ ବାନ୍ଧିଲା ପୋଲିସ
  • ||
  • ଅବସରପ୍ରାପ୍ତ ଡିଜିପି ମିଲନ ମହାନ୍ତିଙ୍କ ପରଲୋକ
  • ||
  • ରାଜ୍ୟରେ ବଢୁଛି ଶୀତର ପ୍ରକୋପ, କନ୍ଧମାଳରେ ୧୫ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଅନୁଗୋଳରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ
  • ||
  • ରାଜ୍ୟକୁ ପ୍ରଶଂସା କଲା RBI: ଟ୍ବିଟ୍ କରି ଜଣାଇଲେ ମୁଖ୍ୟମନ୍ତ୍ରୀ
  • ||

ଚୋରା ଦେଶୀ ମଦ ବେପାରୀ ଗିରଫ

3/08/2018 at 10:22 AM

କଟକ ଜିଲ୍ଲା ସାଲେପୁର ଥାନା ଭାତପଡା ଗାଁରେ ପୋଲିସର ଚଢାଉ । ସାଲେପୁର ଥାନା ଅଧିକାରୀଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ଟିମ୍ ଭାତପଡା ଗାଁର ମଦ ବେପାରୀ କାଳନ୍ଦି ସାମଲଙ୍କ ଘରେ ଚଢାଉ କରିଥିଲା ।ଚଢାଉ ବେଳେ ତାଙ୍କ ଘରୁ ୧୦୦ ଲିଟର ଚୋରା ଦେଶୀ ମଦ, ନଗଦ ୫୫ ହଜାର ୭୬୦ ଟଙ୍କା, ଗୋଟିଏ ଦେଶୀ ବନ୍ଧୁକ ସହ ବହୁ ମାରଣାସ୍ତ୍ର ଜବତ କରିଛି ପୁଲିସ । ଘଟଣାରେ ମଦ ବେପାରୀ କାଳନ୍ଦି ସାମଲକୁ ପୁଲିସ ଗିରଫ କରିଛି । ଭାତପଡା ଅଞ୍ଚଳରେ ଦୀର୍ଘଦିନ ହେବ ଚୋରା ମଦ ବ୍ୟବସାୟ ଚାଲିଥିବା ନେଇ ଅଭିଯୋଗ ହୋଇଆସୁଥିଲେ ମଧ୍ୟ ସବୁ ଜାଣି ଚୁପ୍ ବସିଥିଲା ଅବକାରୀ ବିଭାଗ । ପୂର୍ବରୁ ଏଠାରୁ ମଦ ପିଇ ବହୁ ଲୋକଙ୍କର ମୃତ୍ୟୁ ମଧ୍ୟ ହୋଇଛି ।

   Related Posts