Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡ ଘରେ ‘ଭିନେ’ କଳି : ହିନ୍ଦୁଜା ୪ ଭାଇଙ୍କ ସମ୍ପର୍କରେ ଆତ୍ମୀୟ ବାଧକ, ମାମଲା କୋର୍ଟରେ
  • ||
  • କାନପୁର ଟେଷ୍ଟ : କିଓ୍ୱି ବୋଲରଙ୍କ ଦମଦାର ବୋଲିଂ, ପ୍ରଥମ ଇନିଂସରେ ଭାରତ ୩୪୫ରେ ଅଲଆଉଟ୍
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସ ଆୟରଙ୍କ ଦମଦାର ଶତକ, ନିରାଶ କଲେ ରିଦ୍ଧିମାନ ଶାହ ଓ ଅକ୍ଷର ପଟେଲ
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୨୧୯ କରୋନା ସଂକ୍ରମିତ, ୧୦୪୮୨୨୮ରେ ପହଞ୍ଚିଲା ସଂଖ୍ୟା
  • ||
  • ଜନ୍ମହେଲା ୨ ମୁଣ୍ଡିଆ ଶିଶୁ, ହସ୍ପିଟାଲରେ ଛାଡି ଫେରାର ହୋଇଗଲେ ବାପା-ମାଆ
  • ||
  • ମାତିଲେ ଝାଡଖଣ୍ଡୀ ହାତୀପଲ, ନଷ୍ଟକଲେ ଧାନ ଫସଲ
  • ||
  • ଟ୍ରକ୍ ସହ ଧକ୍କା ହେଲା କିଙ୍ଗଫିସର ବସ୍, ଏକାଧିକ ଯାତ୍ରୀ ଆହତ
  • ||
  • ଗଜପତିରେ ଅପରେସନ ଗ୍ରୀନ୍ କ୍ଲିନ୍, ୧୪ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଅପରେସନ ନୀଳ ଜହର : ୧୫ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ପଦାର୍ପଣ ଟେଷ୍ଟରେ ଶ୍ରେୟସଙ୍କ ଦମଦାର ବ୍ୟାଟିଂ, ଭାଙ୍ଗିଲେ ଗାଭାସ୍କରଙ୍କ ରେକର୍ଡ
  • ||

ମଞ୍ଚେଶ୍ବର ରେଳ ଡବା ମରାମତି କାରଖାନାରେ ହେଲା ଦେଶର ପ୍ରଥମ ସରକାରୀ ୱେଷ୍ଟ ଏନର୍ଜି ପ୍ଲାଣ୍ଟ

24/01/2020 at 9:05 PM

ଭୁବନେଶ୍ୱର ୨୪।୦୧ – ମଞ୍ଚେଶ୍ବର ରେଳ ଡବା ମରାମତି କାରଖାନା ମଧ୍ୟରେ ଦେଶର ପ୍ରଥମ ସରକାରୀ ୱେଷ୍ଟ ଏନର୍ଜି ପ୍ଲାଣ୍ଟ ପ୍ରତିଷ୍ଠା ହୋଇଛି । ଏକ କୋଟି ୭୯ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଏହି ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପକୁ ବୋର୍ଡ ସଦସ୍ୟ ରାଜେଶ ଅଗ୍ରୱାଲ ଉଦ୍‌ଘାଟନ କରିଛନ୍ତି ।

ପ୍ରଥମକରି ଦେଶରେ ସରକାରୀ ଓ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମଧ୍ୟରେ ବର୍ଜ୍ୟବସ୍ତୁ ପରିଚାଳନା ପ୍ରକଳ୍ପ ଉଦ୍ଘାଟିତ ହୋଇଛି ଭୁବନେଶ୍ବରରେ । ମଞ୍ଚେଶ୍ବର ସ୍ଥିତ ରେଳଡବା ମରାମତି କାରଖାନା ମଧ୍ୟରେ ପ୍ରତିଷ୍ଠିତ ଏହି ପ୍ରକଳ୍ପରେ ଦୈନିକ ୫ ଶହ କେଜିର ବର୍ଜ୍ୟବସ୍ତୁର ପ୍ରକ୍ରିୟାକରଣ ହୋଇପାରିବ ।  ରେଳ ଡବା କାରଖାନାରୁ ଦୈନିକ ବାହାରୁ ଥିବା ପ୍ଲାଷ୍ଟିକ, ରବର କାଚ ଓ ଅନ୍ୟାନ୍ୟ ଧାତୁକୁ ପୃଥକ କରି ଏହାର ପ୍ରକ୍ରିୟାକଣ କରିବ ଏହି ସ୍ବତନ୍ତ୍ର ପ୍ରକଳ୍ପ । ଏହା ଦ୍ବାରା ପରିବେଶ ପ୍ରଦୂଷଣରେ ରୋକ୍‌ ଲାଗିବା ସହିତ ରେଳବାଇ ପାଇଁ ଲାଭପ୍ରଦ ସାବ୍ୟସ୍ତ ହେବ ପ୍ରକଳ୍ପ-

ଏକ କୋଟି ୭୯ ଲକ୍ଷ ଟଙ୍କାରେ ନିର୍ମିତ ହୋଇଛି ଦେଶର ଏହି ପ୍ରଥମ ସରକାରୀ ପ୍ରକଳ୍ପ । ରେଳଡବା ମରାମତି କାରଖାନାରୁ ବାହାରୁଥିବା ବର୍ଜ୍ୟବସ୍ତୁ ସ୍ଥାନାନ୍ତର ପାଇଁ ନାନା ସମସ୍ୟା ଦେଖାଦେଉଥିଲା । ଏପରିକି ରେଳବାଇ ଜମିରେ ଗଦାହେଉଥିବା ଏହି ଅଳିଆରେ ନିଆଁ ଲାଗି ବ୍ୟାପକ ପରିବେଶ ପ୍ରଦୂଷଣ ହେଉଥିଲା ।ଏଥିରୁ ବାହାରୁଥିବା ତୈଳ ଓ ଗ୍ୟାସକୁ ଇନ୍ଧନ ଭାବରେ ବ୍ୟବହାର କରାଯିବ । କାଚ ଓ ଧାତୁ ଗୁଡିକର ପୁନଃ ପ୍ରକ୍ରିୟାକରଣ ହୋଇ ବିକ୍ରି କରାଯାଇପାରିବ । ଏହି ପ୍ରକଳ୍ପ ପରିବେଶ ପ୍ରଦୂଷଣ ରୋକିବା ସହିତ ଲାଭଜନକ ସାବ୍ୟସ୍ତ ହେବ ।..

ଦେଶର ଏହି ପ୍ରଥମ ସରକାରୀ ଗ୍ରୀନ ପ୍ଲାଣ୍ଟ ପ୍ରତିଷ୍ଠା ମଞ୍ଚେଶ୍ବର ରେଳଡବା ମରାମତି କାରଖାନାକୁ ସ୍ବତନ୍ତ୍ର ପରିଚୟ ଦେଇଛି ।

   Related Posts