ଦେଶରେ ଜିଏସ୍ ଟି ଲାଗୁକୁ ପୁରିଲା ବର୍ଷେ ; ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଲେ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ ଲୀ

Published By : Prameya-News7 Bureau | July 01, 2018 IST

ଦେଶରେ ଏକକ ଟିକସ ବ୍ୟବସ୍ଥା ଜିଏସ୍‌ଟି କୁ ପୁରିଲା ଏକ ବର୍ଷ । ଏ ନେଇ କେନ୍ଦ୍ର ସରକାର ଖୁସି ମନାଉଛନ୍ତି । ଜିଏସଟି ସଫଳ କାର୍ଯ୍ୟକ୍ଷମ ହେବା ସହ ଦେଶର ବିକାଶ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢୋକ୍ତି ପ୍ରକାଶ କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଟ୍ବିଟ କରି କହିଛନ୍ତି ‘ଜିଏସଟି ବିକାଶ, ସରଳତା ଓ ପାରଦର୍ଶୀତା ଆଣି ଦେଇଛି । ଏହା ସାଙ୍ଗଠାନିକ ବ୍ୟବସାୟ ଓ ଉତ୍ପାଦକତା ର ବୃଦ୍ଧି କରିବାରେ ସହାୟକ ହୁଏ ଓ ବ୍ୟବସାୟରେ ସୁଗମତା ଆଣି ଦେଇଥାଏ । ଏହା ଦ୍ବାରା ଲଘୁ ଓ ମଧ୍ୟମ ଉଦ୍ୟୋଗୀଙ୍କୁ ବହୁ ଲାଭ ମିଳୁଛି । ଏହା ସହ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଭିଡିଓ କନଫରେନ୍ସ କରି ପୂର୍ତ୍ତୀ ଉତ୍ସବ ମନାଇଛନ୍ତି । ସେପଟେ ଜିଏସଟି ବ୍ୟବସାୟୀଙ୍କ ଅଂଟା ଭାଙ୍ଗିଦେଇଛି ବୋଲି କହିଛି କଂଗ୍ରେସ। ବର୍ତମାନ ଜିଏସଟିରେ ୦,୩,୫,୧୨,୧୮ଓ୨୮ ପ୍ରତିଶତ ଟିକସର ବ୍ୟବସ୍ଥା ରହିଥିବା ବେଳେ ୨୮ ପ୍ରତିଶତ ଟିକସକୁ ସମ୍ପୁର୍ଣ୍ଣ ହଟାଇବା ପାଇଁ ବିରୋଧୀ ଦାବି କରିଛନ୍ତି । ‘ଜିଏସଟିର ଏକ ଭୟାନକ ବର୍ଷ’ବୋଲି କହି ବହୁ ପ୍ରଶ୍ନ କରିଥିବା ବେଳେ ଜିଏସଟିକୁ ନେଇ ଯେଉଁ ବଡବଡ କଥା କୁହାଯାଉଥିଲା ତାହା ଏକ ବର୍ଷ ମଧ୍ୟରେ ଧରାଶାୟା ହୋଇଛି କଂଗ୍ରେସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.