Monday, September 16, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରମ୍ଭ ହେଲା ଭୋଟ୍ ଗଣତି, କାଉଣ୍ଟିଂ ସେଣ୍ଟରରେ କଡା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ବର ୨୩|୫: ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ପାଇଁ ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା । ସକାଳ ୮ଟାରୁ ଆରମ୍ଭ ହେଲା କାଉଣ୍ଟିଂ । ୫୪୨ଟି ଲୋକସଭା ଓ ୪ ରାଜ୍ୟର ବିଧାନସଭା ପାଇଁ  ଭୋଟ୍ ଗଣତି । ଯାହା ମଧ୍ୟରେ ରହିଛି ଓଡ଼ିଶା, ଆନ୍ଧ୍ର ପ୍ରଦେଶ, ସିକ୍କିମ ଓ ଅରୁଣାଚଳ ପ୍ରଦେଶ । ୭ଟି ପର୍ଯ୍ୟାୟରେ ସାରା ଦେଶରେ ନିର୍ବାଚନ ହୋଇଥିବା ବେଳେ ୫୪୨ଟି ଲୋକସଭା ଆସନ ପାଇଁ ୯ ହଜାରରୁ ଅଧିକ ପ୍ରାର୍ଥୀ ମୈଦାନରେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି ।

ସେହିପରି ଦେଶର ୯୦.୯୯ କୋଟି ଭୋଟରଙ୍କ ମଧ୍ୟରୁ ୬୭.୧୧ ପ୍ରତିଶତ ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ ଯାହା ଦେଶର ଇତିହାସରେ ସର୍ବକାଳୀନ ରେକର୍ଡ । ତେବେ ରେଜଲ୍ଟ ଘୋଷଣାରେ ୪ରୁ ୫ ଘଣ୍ଟା ବିଳମ୍ବ ହେବାର ସମ୍ଭାବନା ରହିଛି । କାହିଁକି ନା ପ୍ରଥମ ଥର ପାଇଁ ଇଭିଏମ୍ ସହିତ ଭିଭିପାଟ୍ ସ୍ଲିପ୍ ମେଳ କରାଯିବ । ପ୍ରତି ଲୋକସଭା ଓ ବିଧାନସଭାର ୫ଟି ଲେଖାଏଁ ବୁଥ୍ ରେ ଏହି ମେଳ କରାଯିବ । କାଉଣ୍ଟିଂ ପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । 

କେବଳ ଆମ ରାଜ୍ୟ କଥା ବିଚାରକୁ ନେଲେ, ଓଡ଼ିଶାରେ ୬୩ଟି କାଉଣ୍ଟିଂ ସେଣ୍ଟର କରାଯାଇଛି ।  ଗଣତି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ୬ହଜାରରୁ ଅଧିକ କର୍ମଚାରୀ ।  ପ୍ରତି ଗଣତି କେନ୍ଦ୍ରରେ ଲୋକସଭା ପାଇଁ ୭ଟି ଏବଂ ବିଧାନସଭା ପାଇଁ ୭ଟି ଟେବୁଲ୍ ହିସାବରେ ମୋଟ୍ ୨୪୬୨ ଟେବୁଲରେ ଚାଲିବ ରାଉଣ୍ଡ ପରେ ରାଉଣ୍ଡ ଗଣତି କରାଯିବ । ପ୍ରତ୍ୟେକ ଟେବୁଲରେ ଜଣେ ମାଇକ୍ରୋ ଅବଜରଭରଙ୍କ ସମେତ ୩ଜଣ ଅଧିକାରୀ ରହିବେ ।

କାଉଣ୍ଟିଂ ସେଣ୍ଟରରେ ଇଲେକଟ୍ରୋନିକ୍ସ ସାମଗ୍ରୀ ବ୍ୟାନ୍ କରାଯାଇଛି । ପ୍ରଥମେ ପୋଷ୍ଟାଲ ବାଲଟ୍ ଓ ପରେ ଇଭିଏମ୍ ଗଣତି ହେବ । ତେବେ ଏଥିପାଇଁ ମତଗଣନା କେନ୍ଦ୍ରରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଇଭିଏମ ଖୋଲିବା ଠାରୁ ଭୋଟ୍ ଗଣତି ପର୍ଯ୍ୟନ୍ତ ଭିଡିଓଗ୍ରାଫି କରାଯିବା ସହ ସିସିଟିଭି ରେକର୍ଡ କରାଯିବ ।

113 Views

   ସମ୍ବନ୍ଧିତ ଖବର