Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଚୀନ୍ ଆକ୍ରୋଶର ଜବାବ: ଭାରତ ସହ ସାମୁଦ୍ରିକ ସହଯୋଗ ଲାଗି ହାତ ମିଳାଇବେ ବିଶ୍ୱ ଶକ୍ତି

22/06/2020 at 6:47 PM

ନୂଆଦିଲ୍ଲୀ ୨୨।୬: କରୋନା ଭାଇରସ ମହାମାରୀ ପ୍ରସାର କରିଥିବା ଓ ନିଜର ଦୋଷ ଘୋଡାଇବାକୁ ‘ଉଲ୍ଫ ଆଟାକ୍‌’ କରୁଥିବା ଚୀନ୍‌ର ମୁଖା ଏବେ ଖୋଲିଯାଇଛି। ଭୂମିରୁ ସମୁଦ୍ର ପର୍ଯ୍ୟନ୍ତ ନିଜର ବିସ୍ତାରବାଦୀ ପରିକଳ୍ପନା କାର୍ଯ୍ୟକାରୀ କରିବାକୁ ଉଗ୍ର ପ୍ରଚାର ଚଳାଇଥିବା ଡ୍ରାଗନର ସମୁଦ୍ରରେ ମୁକାବିଲା ଲାଗି ଏବେ ଭାରତ ସହ ହାତ ମିଳାଇବେ ବିଶ୍ୱ ଶକ୍ତି।

ଉଗ୍ର ଜାତୀୟତାବାଦ ଓ ସାମରିକ ବିସ୍ତାରବାଦ କମ୍ୟୁନିଷ୍ଟ ପାର୍ଟି ଅଫ ଚାଇନା (ସିପିସି) ହାର୍ଡକୋର ନେତାଙ୍କ ନୀତି। ଗଲୱାନ୍‌ ଘଟଣା ଧମକାଇବା ଲାଗି ଚୀନ୍‌ର ନିଜ ନୀତି ଓ ଏହାକୁ ଏକ ଉଦାହରଣ ବୋଲି କୁହାଯାଇପାରେ। ଯାହାକୁ ଏବେ ଅଣଦେଖା କରାଯାଇ ପାରିବ ନାହିଁ। ଏହା କ୍ରମେ ସ୍ପଷ୍ଟ ହେଉଥିବା ବେଳେ ସମୁଦ୍ରରେ ଉଗ୍ର ପଦକ୍ଷେପ ଅନେକ ପୂର୍ବରୁ ପଡୋଶୀଙ୍କ ଲାଗି ଚିନ୍ତାର କାରଣ ପାଲଟିଥିଲା। ଏଥିରୁ ବେଜିଂ ନିଜେ ପ୍ରସ୍ତୁତ କରିଥିବା ଆଇନ ବ୍ୟତୀତ ଅନ୍ୟ କାହାର ନୀତିନିୟମକୁ ସମ୍ମାନ କରୁନଥିବା ଓ  ସମ୍ବଳ ଲାଗି ସୀମା ସରହଦକୁ ସ୍ୱୀକାର କରୁନଥିବା ଜଣାପଡିଯାଇଛି। ସେହିପରି କାହାର ସମ୍ପତ୍ତି ଅଧିକାରକୁ ସ୍ୱୀକାର କରୁନଥିବା ବେଳେ ନିଜ ସ୍ୱାର୍ଥ ଲାଗି ଚୋରି ଓ ଲାଞ୍ଚର ଆଶ୍ରୟ ନେଉଥିବା ଏକ ଦେଶ ବୋଲି ପ୍ରମାଣିତ ହୋଇଛି। ଯେଉଁଠାରେ ସ୍ୱାର୍ଥ ସାଧନରେ ବିଫଳ ହେଉଛି ସେଠାରେ ଧମକ୍ ଓ ଗାଳିଗୁଲଜ ଏହାର ପୁରୁଣା ନୀତି ବୋଲି ଜନୈକ ଅଧିକାରୀ କହିଛନ୍ତି।

ଚୀନ୍‌ର ଏପରି ଆଭିମୁଖ୍ୟର ଉଦାହରଣ ଦକ୍ଷିଣ ଚୀନ୍‌ ସାଗର( ଏସସିଏସ୍) ଉପରେ ଏହାର ଦାବି । ଯେଉଁଥିପାଇଁ ଅନ୍ତର୍ଜାତୀୟ ନ୍ୟାୟାଧିକରଣଙ୍କ ନିର୍ଦ୍ଦେଶକୁ ମଧ୍ୟ ଅତୀତରେ ଚୀନ୍‌ ବେଖାତିର କରିଥିବାର ନଜିର ରହିଛି। ଚୀନ୍‌ ନାଗରିକ କେବଳ ଶାନ୍ତି ଓ ସ୍ଥିରତା ଚାହାନ୍ତି। ଏଥିପାଇଁ ସେମାନଙ୍କ ପ୍ରତି ସାରା ବିଶ୍ୱର ଲୋକଙ୍କ ସହାନୁଭୂତି ରହିଛି। ହେଲେ ଶାସକଙ୍କ ବିସ୍ତାରବାଦ ନୀତିରେ ସେମାନେ ମଧ୍ୟ ପୀଡିତ ବୋଲି ଅଧିକାରୀ କହିଛନ୍ତି।  

ଏଣୁ ଚୀନ୍‌ କମ୍ୟୁନିଷ୍ଟ ପାର୍ଟିର ଏପରି ନୀତି ଯୋଗୁ ଭାରତ-ପ୍ରଶାନ୍ତ କ୍ଷେତ୍ରରେ ଫ୍ରାନ୍ସ, ବ୍ରିଟେନ, ଅଷ୍ଟ୍ରେଲିଆ, ଆମେରିକା, ଦକ୍ଷିଣ କୋରିଆ ଓ ଜାପାନ ସମେତ ଅଗ୍ରଣୀ ସାମୁଦ୍ରିକ ଶକ୍ତିମାନଙ୍କୁ ନୌ ପରିବହନ ସ୍ୱାଧୀନତା ଲାଗି ନିୟମ ଆଧାରିତ ଆଦେଶ କାର୍ଯ୍ୟକାରୀ କରିବାରେ  ସହଯୋଗ ବୃଦ୍ଧି ନିମନ୍ତେ ଉତ୍ସାହିତ କରିଛି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷାରେ ‘ ବିଶ୍ୱ ସମୂହ ସମେତ ଆଞ୍ଚଳିକ ସ୍ତରରେ ଏକ ସାଧାରଣ ନିୟମ ଆଧାରିତ ଆଦେଶ ଯାହା ଆଞ୍ଚଳିକ ସ୍ତରରେ ଆବଶ୍ୟକ ହେଉଥିବା ବହୁପକ୍ଷୀୟ ସହଯୋଗକୁ ବାଜୟ ରଖିବାରେ ସହାୟକ ହେବ’। ଏଥିରେ ଏବେ ଅଧିକ ଦେଶ ମଧ୍ୟ ସମ୍ମିଳିତ ହୋଇପାରନ୍ତି। ଚୀନ୍ କମ୍ୟୁନିଷ୍ଟ ପାର୍ଟିର ଏପରି ଅପମାନଜନକ ବ୍ୟବହାର ଲାଗି ସାମ୍ପ୍ରତିକ ସାମୁଦ୍ରିକ କାର୍ଯ୍ୟକ୍ରମ ଭାରତର ଏକ ବିଚାର ବୋଲି ଜନୈକ ଗୁଇନ୍ଦା ଅଧିକାରୀ କହିଛନ୍ତି।

ଏହା ନିଶ୍ଚିତ ଭାବେ ଚୀନ୍‌ ପ୍ରତି ସନ୍ତୁଳିତ ଆଭିମୁଖ୍ୟ ବିକାଶରେ ବିଶ୍ୱ ଶକ୍ତି ସହ ଭାରତକୁ ସମାନ କରିବ। ଏକ୍ଷେତ୍ରରେ ଭାରତର ଯୋଗଦାନ ଏପର୍ଯ୍ୟନ୍ତ ଉଲ୍ଲେଖନୀୟ ଥିବା ବେଳେ ଏହା ଏକ ଦୂରଦୃଷ୍ଟି ସମ୍ପନ୍ନ ନୀତି ହେବ ବୋଲି ଆଶା କରାଯାଉଛି। ସ୍ୱଛତା ଓ ଅଭିବୃଦ୍ଧି ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ମସ୍ତିଷ୍କ ଉପଜ ‘ସିକ୍ୟୁରିଟି ଏଣ୍ଡ ଗ୍ରୋଥ ଫର ଅଲ ଇନ୍ ଦ ରିଜିୟନ’ (ସାଗର) କମ୍ୟୁନିଷ୍ଟ ଚୀନର ଜଙ୍ଗଲୀ ବାଣିଜ୍ୟ ନୀତି ବିରୋଦରେ କ୍ଷୁଦ୍ର ରାଷ୍ଟ୍ରଙ୍କ ସ୍ୱାର୍ଥର ସୁରକ୍ଷା ଲାଗି ସହାୟକ ହେବ ବୋଲି ଆଶା କରାଯାଉଛି।

ତେବେ ବେଜିଂ ଲାଗି ଏହା ନିଶ୍ଚିତ ରୂପେ ସଂକଟଜନକ। ଏଥିଲାଗି ହୁଏତ କମ୍ୟୁନିଷ୍ଟ ଚୀନ୍ ଯୁଦ୍ଧକୁ ବି ଓହ୍ଲାଇପାରେ।  ହେଲେ ଚୀନ୍‌ ଏପରି କଲେ ଆଗକୁ ସବୁ ସ୍ତରରେ ବାରଣର ଶିକାର ହେବା ମଧ୍ୟ ନିଶ୍ଚିତ। ଚୀନ୍‌ର ଅପ୍ରତ୍ୟାଶିତ ଆଚରଣକୁ ଦୃଷ୍ଟିରେ ରଖି ନୂଆଦିଲ୍ଲୀ କେବଳ ଭାରତର ସାମୁଦ୍ରିକ ସ୍ୱାର୍ଥ ସ୍ପଷ୍ଟ କରିବାକୁ ଇଚ୍ଛୁକ ନୁହେଁ, ବରଂ ଅତିରିକ୍ତ ଆଞ୍ଚଳିକ ଶକ୍ତି ସହିତ ମଧ୍ୟ ସମାନ୍ତରାଳ ହେବାକୁ ଯାଉଛି। ଯାହା ଚୀନ୍‌ର ଦୀର୍ଘମିଆଦୀ ସ୍ୱାର୍ଥର ପରିପନ୍ଥି। (ଆଇଏଏନଏସ୍)

   Related Posts