Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଆରମ୍ଭ ହୋଇଗଲାଣି କାଉଣ୍ଟ ଡାଉନ, ଚନ୍ଦ୍ରରେ ‘ବିକ୍ରମ’ରୁ କିପରି ବାହାରିବ ‘ ପ୍ରାଜ୍ଞାନ’ ଦେଖନ୍ତୁ ଭିଡିଓ

6/09/2019 at 8:54 PM

ବେଙ୍ଗାଲୁରୁ :ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ସଫ୍ଟ ଲ୍ୟାଣ୍ଡିଙ୍ଗ ପାଇଁ ଏବେ ସମ୍ପୂର୍ଣ୍ଣ ପ୍ରସ୍ତୁତ। ବିକ୍ରମକୁ ୬ ଓ ୭ ସେପ୍ଟେମ୍ବର ରାତି ପ୍ରାୟ ଗୋଟାଏରୁ ୨ଟା ମଧ୍ୟରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବା ଲାଗି ଉଦ୍ୟମ କରାଯିବ। ଏହି ପ୍ରକ୍ରିୟାରେ ବିକ୍ରମ ରାତି ଗୋଟାଏ ୩୦ ମିନିଟ୍ ରୁ ୨ଟା ୩୦ ମିନିଟ୍ ମଧ୍ୟରେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବ। ଏଥିରେ ଯଦି ଭାରତୀୟ ଅନ୍ତରୀକ୍ଷ ଗବେଷଣା ସଂସ୍ଥାନ (ଇସ୍ରୋ) ସଫଳ ହୁଏ ତେବେ ମହାକାଶ ଅଭିଯାନରେ ଆମେରିକା, ଋଷିଆ ଓ ଚୀନ ପରେ ଭାରତ ବିଶ୍ୱର ଚତୁର୍ଥ ରାଷ୍ଟ୍ରରେ ପରିଣତ ହେବ।

ଲ୍ୟାଣ୍ଡର ଚନ୍ଦ୍ରରେ ଅବତରଣ କରିବା ପରେ ସେପ୍ଟେମ୍ବର ୭ ତାରିଖ ସକାଳ ସାଢେ ୫ଟାରୁ ସାଢେ ୬ଟା ମଧ୍ୟରେ ଏଥିରେ ଥିବା ରୋଭର ‘ପ୍ରଜ୍ଞାନ’  ବାହାରକୁ ବାହାରିବା ସହ ତାର ବୈଜ୍ଞାନିକ ପ୍ରୟୋଗ ଆରମ୍ଭ କରିବ। ରୋଭର ପ୍ରଜ୍ଞାନ ଏକ ଚନ୍ଦ୍ର ଦିନ ଅର୍ଥାତ ପୃଥିବୀରେ ୧୪ ଦିନ ପର୍ଯ୍ୟନ୍ତ କାର୍ଯ୍ୟ କରିବ। ଚନ୍ଦ୍ରପୃଷ୍ଠରେ ବାୟୁମଣ୍ଡଳ ସଂରଚନା, ଭୈତିକ ସ୍ୱଭାବ ଓ ଭୂକମ୍ପ ଗତିବିଧିର ସୂଚନା ସଂଗ୍ରହ ଲାଗି ଲ୍ୟାଣ୍ଡର ଓ ରୋଭରରେ ୫ ପ୍ରକାରର ଉପକରଣ ରହିଛି।

ଗତ ଜୁଲାଇ ୨୨ ତାରିଖ ଦିନ ଭାରତ ନିଜସ୍ୱ ଜିଓସିଂକ୍ରୋନସ ସାଟେଲାଇଟ୍ ଲଞ୍ଚ ଭେଇକିଲ  ଜିଏସଏଲଭି ସହାୟତାରେ ଚନ୍ଦ୍ରୟାନ-୨କୁ ଅନ୍ତରୀକ୍ଷକୁ ପ୍ରେରଣ କରିଥିଲା। ତେବେ ଚନ୍ଦ୍ରରେ ବିକ୍ରମର ସଫ୍ଟ ଲ୍ୟାଣ୍ଡିଙ୍ଗ ଭାରତର ଦ୍ୱିତୀୟ ଚନ୍ଦ୍ର ମିସନର ସବୁଠାରୁ ଆହ୍ୱାନପୂର୍ଣ୍ଣ ପ୍ରକ୍ରିୟା। ଏହା ପୂର୍ବରୁ ଭାରତ କେବେ ଏଭଳି ପ୍ରକ୍ରିୟାର ପ୍ରୟୋଗ କରିନାହିଁ। ଏହି ଲ୍ୟାଣ୍ଡିଙ୍ଗ ପ୍ରକ୍ରିୟାରେ ଲ୍ୟାଣ୍ଡରକୁ ଧିରେଧିରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଯିବ। ଯେପରି ଲ୍ୟାଣ୍ଡର, ରୋଭର ଅଥବା ଏଥିରେ ଥିବା ଉପକରଣର କୌଣସି କ୍ଷତି ନ ହୁଏ। ଲ୍ୟାଣ୍ଡର  ଚନ୍ଦ୍ରର ନିକଟତମ ପୃଷ୍ଠରେ ଅବତରଣ କରିବ। ଯେଉଁଠୁ ଲ୍ୟାଣ୍ଡର ଏବେ ୩୫ କିଲୋମିଟର ଉପରେ ରହିଛି।

ଅବତରଣ ବେଳେ ଲ୍ୟାଣ୍ଡର ପ୍ରତି ସେକେଣ୍ଡ ପ୍ରୟ ୬ କିଲୋମିଟର ବେଗରେ ଗତି କରିବ। ଏଣୁ ଲ୍ୟାଣ୍ଡରକୁ ତାର ବେଗ ନିୟନ୍ତ୍ରଣ କରିବାକୁ ମାତ୍ର ୧୫ ମିନିଟ୍ ମିଳିବ। ଏହି ସମୟ ମଧ୍ୟରେ ଲ୍ୟାଣ୍ଡର ପ୍ରତି ସେକେଣ୍ଡ ୨ ମିଟର ବା ଘଣ୍ଟାପ୍ରତି ୭ କିଲୋମିଟର ବେଗକୁ ଆସିବା ସହ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଙ୍ଗ କରିବ। ଏହି ମିସନର ସଫଳତା ଲାଗି ତାମିଲନାଡୁର ତଞ୍ଜାଉର ଜିଲ୍ଲା ଅନ୍ତର୍ଗତ ଚନ୍ଦ୍ରନାର ମନ୍ଦିରରେ ବିଶେଷ ପୂଜାର୍ଚ୍ଚନାର ବ୍ୟବସ୍ଥା କରାଯାଇଛି। ସୂଚନା ଯୋଗ୍ୟଯେ ୨୦୦୮ ମସିହାରେ ଚନ୍ଦ୍ରୟାନ-୧ ମିସନକୁ ସଫଳ କରିବା ଲାଗି ଏଠାରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଥିଲା।

   Related Posts