Monday, May 27, 2019

News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

କେନ୍ଦ୍ରରେ କିଏ ଗଢିବ ପରବର୍ତ୍ତି ସରକାର : ମେ ୧୯ ହେବାକୁଥିବା ଶେଷ ପର୍ଯ୍ୟାୟରେ ୫୯ ଆସନ କରିବ ଭାଗ୍ୟ ନିର୍ଦ୍ଧାରଣ, ସଂଖ୍ୟା ଗରିଷ୍ଠତା ଦୃଷ୍ଟିରୁ ବିଜେପି ପାଇଁ ଅଗ୍ନି ପରୀକ୍ଷା

ଭୁବନେଶ୍ବର ୧୬|୫: ୨୦୧୯  ସାଧାରଣ ନିର୍ବାଚନ  ଏବେ ଅନ୍ତିମ ପର୍ଯ୍ୟାୟରେ। ମେ ୧୯ରେ ୭ଟି ପର୍ଯ୍ୟାୟ ବିଶିଷ୍ଟ ନିର୍ବାଚନ ପ୍ରକ୍ରିୟାର ଶେଷ ତଥା ଅନ୍ତିମ ପର୍ଯ୍ୟାୟରେ ୫୯ ଟି ଆସନରେ ମତଦାନ ହେବ।ଉତ୍ତରପ୍ରଦେଶରେ ୧୩,ପଞ୍ଜାବରେ ୧୩,ପଶ୍ଚିମବଙ୍ଗ୯,ବିହାର ୮,ମଧ୍ୟପ୍ରଦେଶ ୮,ହିମାଚଳପ୍ରଦେଶ ୪,ଝାଡଖଣ୍ଡ୩ ଏବଂ ଚଣ୍ଡିଗଡରେ ଗୋଟିଏ ଆସନ ପାଇଁ  ହେବ ମତାଦାନ।

ଏଯାଏ ୪୮୩ଟି ଲୋକସଭା ଆସନ ପାଇଁ ନିର୍ବାଚନ ଶେଷ ହୋଇଥିବାବେଳେ ଏବେ ନଜର ବାକି ୫୯ଟି ଆସନରେ ହେବାକୁ ଥିବା ଭୋଟିଂ ଉପରେ। ୬ଟି ପର୍ଯ୍ୟାୟର ନିର୍ବାଚନରେ ଭୋଟରଙ୍କ ମୁଡ୍ ପରଖିବାପରେ ସପ୍ତମ ପର୍ଯ୍ୟାୟ ମତଦାନ ବିଜେପି ପାଇଁ  ବେଶ୍ ଗୁରୁତ୍ବପୂର୍ଣ୍ଣ ହେବ ବୋଲି କହିଛନ୍ତି ରାଜନୈତିକ ସମୀକ୍ଷକ।

 ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶରେ  ଶେଷ ପର୍ଯ୍ୟାୟ ମତଦାନ ବିଜପି ପାଇଁ  ଅଗ୍ନି ପରୀକ୍ଷା ବୋଲି ରାଜନୈତିକ ସମୀକ୍ଷକ ମତଦେଲେଣି। ୬ଟି ପର୍ଯ୍ୟାୟରେ ହୋଇଥିବା ମତଦାନରେ ଦେଶସାରା ମୋଦି ବିରୋଧୀ ଅନ୍ତଃସ୍ବରର ଏକ ଆଭାସ ରାଜନୈତିକ ସମୀକ୍ଷକ ପାଇଥିବା କହିଛନ୍ତି।

ଏହି ଦୃଷ୍ଟିରୁ ଦେଖିଲେ ସପ୍ତମ ପର୍ଯ୍ୟାୟର ଫଳାଫଳ କିଏ ଦିଲ୍ଲୀରେ ସରକାର ଗଠନ  କରିବ ସେଥିପାଇଁ ନିର୍ଣ୍ଣାୟକ ଭୂମିକା ନିଭାଇବ। ୨୦୧୪ରେ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ବିଜେପି ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହୋଇଥିଲା। ଶେଷ ପର୍ଯ୍ୟାୟରେ ବିଜେପି ୩୩ଟି ଆସନରେ ବିଜୟୀ ହୋଇ ଥିବାବେଳେ ଏନଡିଏକୁ ମିଳିଥିଲା ୪୦ଟି ସିଟ୍ ।

ସେହି ଦୃଷ୍ଟିରୁ  ଏଥରର ସପ୍ତମ ପର୍ଯ୍ୟାୟରେ ବିଜେପିର ପ୍ରଦର୍ଶନ ପରବର୍ତ୍ତୀ ସରକାର ଗଠନ ପାଇଁ ବେଶ୍ ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ୨୦୧୮ରେ ହିନ୍ଦୀ  ହାର୍ଟଲାଣ୍ଡ ଛତିଶଗଡ, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ ବିଜେପି କ୍ଷମତାରୁ ଯିବା ଏବଂ ଉତ୍ତରପ୍ରଦେଶରେ ବିଏସପି-ଏସପି ମେଣ୍ଟ ଦେଶରେ ବଦଳୁଥିବା ରାଜନୈତିକ ସମୀକରଣ ନୂଆ ଚିତ୍ର ଆଙ୍କଛି। ବିହାରରେ ବିରୋଧୀଙ୍କ  ମହାମେଣ୍ଟ  ବିଜେପି ସମସ୍ୟାକୁ ଆହୁରି ବଢାଇଦେଇଛି।  ତେଣୁ ଶେଷ ପର୍ଯ୍ୟାୟରେ ଭୋଟର କେଉଁ ପଟକୁ ଢଳିବେ ତାରି ଉପରେ ରହିବ ନଜର।

92 Views

   ସମ୍ବନ୍ଧିତ ଖବର