ଭୁବନେଶ୍ବର୨୨|୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ପାଇଁ ଜୋରସୋରରେ ଆଗେଇ ଚାଲିଛି ପ୍ରସ୍ତୁତି । ସାଧାରଣସଭା ଅନୁଷ୍ଠିତ ହେବାକୁ ଥିବା ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ବିଜେପି ପକ୍ଷରୁ ଭୂମି ପୂଜନ କରାଯାଇଛି । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଖୋର୍ଦ୍ଧା ଜିଲ୍ଲାପାଳ ଗୋଶାଳା ପଡ଼ିଆ ଏବଂ ଆଇଆଇଟି କ୍ୟାମ୍ପସ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି । ପ୍ରଧାନମନ୍ତ୍ରୀ ସୋମବାର ଖୋର୍ଦ୍ଧା ମୁକୁନ୍ଦ ପ୍ରସାଦରେ ଥିବା ଗୋଶାଳା ପଡିଆ ଏବଂ ଅରୁଗୁଳୁ ଆଇଆଇଟି କ୍ୟାମ୍ପସକୁ ଆସି ବହୁ ଯୋଜନାର ଲୋକାର୍ପଣ କରିବା ସହିତ ସାଧାରଣ ସଭାରେ ଉଦବୋଧନ ଦେବେ।
{"id":66340,"width":591,"height":332}୨୪ରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଖୋର୍ଦ୍ଧା ଗୋଶାଳା ପଡିଆରେ ପ୍ରସ୍ତୁତି ଜୋରସୋରରେ ଚାଲିଥିବାବେଳେ ଆଇଆଇଟି କ୍ୟାମ୍ପସ ମଧ୍ୟ ଚଳଚଞ୍ଚଳ ରହିଛି। ପ୍ରଧାନମନ୍ତ୍ରୀ ଖୋର୍ଦ୍ଧା ଗୋଶାଳା ପଡିଆରେ ହେଲିକପ୍ଟର ଯୋଗେ ଅବତରଣ କଲା ପରେ ଦିନ ୨ଟାରେ ପ୍ରଥମେ ଅରୁଗୁଳୁ ଯିବେ ।
{"id":66348}ସେଠାରେ ଆଇଆଇଟି ଭୁବନେଶ୍ବର କ୍ୟାମ୍ପସକୁ ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ କରିବେ । ଅପରାହ୍ନ ୩ଟାରେ ଖୋର୍ଦ୍ଧା ଗୋଶାଳା ପଡିଆରେ ସାଧାରଣ ସଭାରେ ଯୋଗ ଦେବେ ମୋଦି। ଏହି ସଭାରେ ସେ ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଡାକଟିକେଟ ଓ ମୁଦ୍ରା ଉନ୍ମୋଚନ କରିବେ। ଏହାସହ ୧୬ ନଂ ଜାତୀୟ ରାଜପଥର ଛଅ ଲାଇନ ବିଶିଷ୍ଟ ରାସ୍ତାକୁ ଲୋକାର୍ପିତ କରିବାର କାର୍ଯ୍ୟକ୍ରମ ରହିଛି । ବ୍ରହ୍ମପୁର ଆଇଜରର ମଧ୍ୟ ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ।
{"id":66349}ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ହୋଇପଡ଼ିଛି ବିଜେପି। ଦଳ ପକ୍ଷରୁ ଖୋର୍ଦ୍ଧା ଗୋଶାଳା ପଡ଼ିଆରେ ଭୂମି ପୂଜନ କରାଯାଇଛି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ତାଙ୍କ ଟିମ୍ ଗୋଶାଳା ପଡିଆ ଏବଂ ଆଇଆଇଟି କ୍ୟାମ୍ପସକୁ ଯାଇ କାର୍ଯ୍ୟକ୍ରମ ଅନୁଧ୍ୟାନ କରିଛନ୍ତି। ସେପଟେ କଂଗ୍ରେସ ଏବଂ ବିଜେଡି କହିଛି ଯେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତରୁ ବିଜେପିକୁ କୌଣସି ଫାଇଦା ମିଳିବ ନାହିଁ
{"id":66350}କୁହାଯାଉଛି କି ପ୍ରଧାନମନ୍ତ୍ରୀ ପ୍ରାୟ ୧୫ ହଜାର କୋଟି ଟଙ୍କାର ବିକାଶର ବାସ୍କେଟ୍ ନେଇ ଓଡ଼ିଶା ଆସୁଛନ୍ତି । ଆଗକୁ ନିର୍ବାଚନ ଥିବାରୁ ରାଜ୍ୟ ବିଜେପି ଏଥିପାଇଁ ବେଶ ଉତ୍ସାହିତ ।
{"id":66351,"width":590,"height":332}