କାହା ଭାଗ୍ୟରେ ବିଶ୍ବକପ? ଆସନ୍ତାକାଲି ସେମି ଫାଇନାଲ: ବେଲଜି୍ମ ବନାମ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବନାମ ନେଦରଲେଣ୍ଡ

Published By : Prameya-News7 Bureau | December 14, 2018 IST

ଭୁବନେଶ୍ବର ୧୪|୧୨:ହକି ବିଶ୍ବ କପ୍ ର କ୍ବାର୍ଟର ପରେ ଏବେ ସେମି ଫାଇନାଲ୍ ଲାଇନ୍ ଅପ୍ ଚୂଡାନ୍ତ ହୋଇସାରିଛି ।  ଶନିବାର ପ୍ରଥମ ସେମିରେ ବେଲଜିୟମ ଭେଟିବ ଇଂଲଣ୍ଡକୁ । ସେପଟେ ଡିଫେଣ୍ଡିଂ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଭେଟିବ ନେଦରଲାଣ୍ଡସକୁ । ୪ ଟପ୍  ଟିମ ହେବେ ମୁହଁ।ମୁହିଁ । ଏଥିପାଇଁ ସବୁ ଟିମ୍ ଜେ।ରଦାର ଅଭ୍ୟାସରେ ବ୍ୟସ୍ତ । ତେବେ ଗତ ୨ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏଥର ପୁଣି ଚାମ୍ପିଅନ୍ ହୋଇ ହାଟ୍ରିକ୍  କରିବ ବୋଲି ଆଶା ରଖିଛି ।.... 

{"id":63606}

ଚାମ୍ପିଅନ୍ ହେବାକୁ ଆଉ ମାତ୍ର ଦୁଇଟି ସୋପାନସେମିପାଇନାଲ୍ ତାପରେ ଫାଇନାଲ୍  । ସେମି ଫାଇନାଲ୍ ଲାଇନ୍ ଅପ୍  ଚୂଡାନ୍ତ ହୋଇସାରିଥିବାବେଳେ କିଏ ହାତେଇବ ହକି ବିଶ୍ବକପ୍  ତାକୁ ନେଇ ଆରମ୍ଭହୋଇଗଲାଣି ଅବଗଣନା ଶନିବାର ସେମିରେ ଇଂଲଣ୍ଡ-ବେଲଜିୟମ୍ଓ ଅଷ୍ଟ୍ରେଲିଆ-ନେଦଲ୍ୟାଣ୍ଡସ ମଧ୍ୟରେ ହେବ ମୁକାବିଲା । ତେବେ ଗତ ୨ ଥରର ଚାମ୍ପିଅନ୍ ଅଷ୍ଟ୍ରେଲିଆ ଏଥର କପ୍  ହାତେଇବା ପାଇଁ ପ୍ରମୁଖ ଦାବିଦାର ବୋଲି କୁହାଯାଉଛି। ଅଷ୍ଟ୍ରେଲିଆ ଟିମ୍ ବି ଏଥିପାଇଁ ଜୋରଦାର ଅଭ୍ୟାସ ଆରମ୍ଭ କରିଛି । ସେମିରେ ନେଦରଲ୍ୟାଣ୍ଡସ୍ କୁମାତ୍ ଦେବାକୁ ବନାଇଛି ନୂଆ ଷ୍ଟ୍ରାଟେଜି । 

{"id":63608}

ସେପଟେ ମାଲେସିଆ କୋଚ୍ ଅଲଟ୍ ମାସ୍ ବି ଅଷ୍ଟ୍ରେଲିଆ ସପକ୍ଷରେ ମତ ଦେଇଛନ୍ତି । କହିଛନ୍ତି ଅଷ୍ଟ୍ରେଲିଆ ଟିମ୍  ବେଶ ବାଲାନ୍ସଡ୍  । ଡିଫେନସ ଠାରୁ ଆରମ୍ଭ କରି ଫରୱାର୍ଡ ମିଡ ଫିଲଡର ସମସ୍ତେଚମତ୍କାର ଖେଳ ପ୍ରଦର୍ଶନ କରୁଛନ୍ତି । ଲିଗ ପର୍ଯ୍ୟାୟ ଠାରୁ ଆରମ୍ଭ କରି ଦଳ ସବୁଠି ଭଲ ପ୍ରଦର୍ଶନ କରିବା ସହ ଟିମ୍ ଫୁଲ୍  ଫର୍ମରେ ଅଛି । ତେଣୁ ୪ ସେମିଫାଇନାଲଲିଷ୍ଟଙ୍କ ମଧ୍ୟରେ ଅଷ୍ଟ୍ରେଲିଆ ସବୁଠୁ ଶକ୍ତିଶାଳୀ ବୋଲି ସେ କହିଛନ୍ତି । ସେମିରେ ବେଲଜିୟମବି ଇଂଲଣ୍ଡକୁ କଡା ଟକ୍କର ଦେବ । ଇଂଲଣ୍ଡ ଟିମ୍ ଅଭ୍ୟାସ ବେଳେ ସବୁ ଦିଗ ପ୍ରତି ଗୁରୁତ୍ବ ଦେଉଛି। ତେବେ ବେଲଜିୟମ ଡିଫେଣ୍ଡର୍ସ ଓ ଫରୱାର୍ଡ ଶକ୍ତିଶାଳୀ ଥିବାରୁ ବେଲଜିୟମ ଫାଇନାଲ ଯିବା ସମ୍ଭାବନା ଅଧିକ ରହିଛି । 

{"id":63609}

କାଲି ଭାରତ ଘରେ।ଇ ଦର୍ଶକଙ୍କୁ ନିରାଶ କରିଥିଲେ ବି କମିନି ହକି କ୍ରେଜ୍ । ସେମିଫାଇନାଲ ଓ ଫାଇନାଲର ମଜା ନେବା ପାଇଁ ସମସ୍ତଙ୍କର ଅପେକ୍ଷା ରହିଛି । ଶନିବାର ପ୍ରଥମ ଦୁଇଟି ସେମଫାଇନାଲ୍ ଖେଳାଯିବ । ରବିବାର ଥାର୍ଡ୍ ପ୍ଲେସ୍ ଓ ପରେ ଫାଇନାଲ୍ ଖେଳାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.