Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଟିକା ବଣ୍ଟନ ପାଇଁ ୨୧ ଜଣିଆ ପରିଚାଳନା କମିଟି ଗଠନ, ସ୍ଵାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ହେଲେ ଅଧ୍ୟକ୍ଷ
  • ||
  • ୯୦ ପ୍ରତିଶତ ନଷ୍ଟ ହୋଇ ସାରିଥିଲା କରୋନା ସଂକ୍ରମିତ ବ୍ୟକ୍ତିଙ୍କ ଫୁସ୍‌ଫୁସ୍, ଇକମୋ ପଦ୍ଧତିରେ ସୁସ୍ଥ କଲେ ସମ୍ ଡାକ୍ତର
  • ||
  • ଦ୍ଵିତୀୟ ଲହର ସଂକ୍ରମଣର ଆଶଙ୍କା ନାହିଁ, ସୁସ୍ଥ ହୋଇ ଘରକୁ ଫେରିଲେ ୬୦୫ ଆକ୍ରାନ୍ତ
  • ||
  • ଡିସେମ୍ବର ୮ରେ କୃଷକଙ୍କ ଭାରତ ବନ୍ଦ ଡାକରା, ରାଜ୍ୟ କଂଗ୍ରେସର ସମର୍ଥନ ଘୋଷଣା
  • ||
  • ପଞ୍ଚମ ପର୍ଯ୍ୟାୟ କୃଷକ-ସରକାରଙ୍କ ଆଲୋଚନା ବିଫଳ, ଡିସେମ୍ବର ୯’ରେ ପୁଣି ବୈଠକ
  • ||
  • ସାଲେପୁର : ଷଣ୍ଢକୁ ଧକ୍କା ଦେବା ପରେ ହୁତୁ ହୁତୁ ହୋଇ ଜଳିଲା କାର୍, ଅଳ୍ପକେ ବର୍ତ୍ତିଲେ ୪ ଜଣ
  • ||
  • ଭୁବନେଶ୍ବର : ‘ପରୀ’ ହତ୍ୟାକାରୀକୁ ଧରାଇଦେଲେ ମିଳିବ ଲକ୍ଷେ ଟଙ୍କା
  • ||
  • ନୟାଗଡ : ଘର ବାଡିପଟୁ ମିଳିଲା ବୃଦ୍ଧଙ୍କ ମୃତଦେହ, ମୁଣ୍ଡ ଏବଂ ମୁହଁରେ ରହିଛି କ୍ଷତଚିହ୍ନ, ହତ୍ୟା ସନ୍ଦେହ
  • ||
  • ଯାଜପୁର : ଭୟାବହ ଅଗ୍ନିକାଣ୍ଡ, ୧୨ ବଖରା ଘର ସହ ଜଳିଗଲା ଲକ୍ଷାଧିକ ଟଙ୍କାର ସୁନା ଗହଣା
  • ||
  • ଢେଙ୍କାନାଳ : ବାଇକ୍‌କୁ ଧକ୍କା ଦେଲା କାର୍, ଆରୋହୀ ପିଟିହେଲେ ଟ୍ରକ୍‌ରେ, ଚାଲିଗଲା ଜୀବନ
  • ||

ମହାରାଷ୍ଟ୍ର ବିଧାନ ପରିଷଦ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ : ନିର୍ଦ୍ବନ୍ଦ୍ବରେ ହେବେ ନିର୍ବାଚିତ

11/05/2020 at 9:04 PM

ମୁମ୍ବାଇ ୧୧/୫: ମହାରାଷ୍ଟ୍ର ବିଧାନ ପରିଷଦର ୯ଟି ଆସନରେ ମେ ୨୧ତାରିଖ ନିର୍ବାଚନ ହେବାକୁ ଯାଉଛି। କରୋନା ଭୟାବହତା ସମୟରେ ଜାରି ଲକଡାଉନ୍ ମଧ୍ୟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ସୋମବାର ଦ୍ବିପ୍ରହରରେ ବିଧାନ ଭବନ ଯାଇ ନିଜର ନାମାଙ୍କନ ଦାଖଲ କରିଛନ୍ତି। ଶିବସେନା ଉଦ୍ଧବଙ୍କ ବ୍ୟତୀତ ନିଲମ ଗୋରେଙ୍କୁ ବି ନିଜ ଅଧିକୃତ ଆଶାୟୀ ବନାଇଛନ୍ତି। ନିଲମ ମଧ୍ୟ ନିଜ ନାମାଙ୍କନ ଦାଖଲ କରିଛନ୍ତି। ଏହା ପୂର୍ବରୁ ରବିବାର କଂଗ୍ରେସ୍ ୨ଟି ବଦଳରେ ଜଣେ ପ୍ରତ୍ୟାଶୀଙ୍କୁ ବାଛିବାକୁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଉଦ୍ଧବ ଠାକରେଙ୍କୁ ନିର୍ବିରୋଧ ବଛା ଯିବା ପାଖାପାଖି ସ୍ଥିର ହୋଇଯାଇଛି। ଆଜି ନାମାଙ୍କନ ଦାଖଲ କରିବାର ଶେଷ ଦିନ ଏବଂ ୧୪ଯାଏଁ ପ୍ରତ୍ୟାଶୀ ନିଜ ନାଁ ଫେରାଇ ନେଉଛନ୍ତି।

ଉଦ୍ଧବ ଠାକରେଙ୍କ ପରିବାର ଦ୍ବିତୀୟ ଏପରି ସଦସ୍ୟ ହେବାକୁ ଯାଉଛି ଯିଏ ନିର୍ବାଚନ ପ୍ରକ୍ରିୟାକୁ ଅତିକ୍ରମ କରି ବିଧାନ ପରିଷଦ ଯାଏଁ ପହଞ୍ଚିବେ। ଏହା ପୂର୍ବରୁ ଅକ୍ଟୋବରରେ ହୋଇଥିବା ବିଧାନସଭା ନିର୍ବାଚନରେ ଉଦ୍ଧବଙ୍କ ପୁଅ ଆଦିତ୍ୟ ବିଧାନସଭାର ସଦସ୍ୟ ବଛାଯାଇଥିଲେ। ସୋମବାର ନାମାଙ୍କନ ଦାଖଲ କରିବାକୁ ପହଞ୍ଚିଥିବା ମୁଖ୍ୟମନ୍ତ୍ରୀ ଉଦ୍ଧବଙ୍କ ସହ ତାଙ୍କ ପତ୍ନୀ ରଶ୍ମି ଠାକରେ ଏବଂ ପୁଅ ଆଦିତ୍ୟ ଏବଂ ତେଜସ୍ ଠାକରେ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କ ବ୍ୟତୀତ ଶିବସେନା ସାଂସଦ ସଞ୍ଜୟ ରାଉତ ମଧ୍ୟ ସେଠାରେ ପହଞ୍ଚିଥିଲେ।

   Related Posts