Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନ୍ୟୁଜ7ର ଷ୍ଟିଙ୍ଗ ଅଫରେସନ୍‌ ପରେ ପେଟି ପେଟି ବେଆଇନ କଫ ସିରଫ ଜବତ

5/01/2020 at 8:54 PM

ନୂଆପଡା ୦୫।୦୧ – ବିଭିନ୍ନ ସ୍ଥାନରେ ଚଢାଉ କରି କଫ୍ ସିରଫ ଜବତ କରିବା ସହ ବେଆଇନ ସିରଫ ବେହାରକରୁଥିବା  ବେପାରିଙ୍କୁ ଗିରଫ କରିଛି ନୂଆପଡା ପୋଲିସ ।   ନ୍ୟୁଜ7 ର ଷ୍ଟିଙ୍ଗ ଅପରେସନ ପରେ ୨୪ ଘଣ୍ଟା ନ ପରୁଣୁ ଏକ ଟିମ ଗଠନ କରିବା ସହ ଆକ୍ସନ ମୋଡ କୁ ଆସିଛି ନୂଆପଡା ପୋଲିସ ।

ଆଜି ବେପାର ପାଇଁ ସଦର ନୁଆପଡା ସ୍ଥିତ ତେଲିପଡା ଦେଶୀ ମଦଭାଟି ଛକ ଠାରେ ଏସକଫ୍ ସିରଫ ଧରି ବେପାର ଉଦ୍ଦେଶ୍ୟରେ ସ୍ଥାନିୟ ତେଲିପଡା ର ଦିନେସ ସୁନା,ଭୁପେନ ବନଛୋର ଓ ଇରିଗେସନ କଲୋନି ର ଅତିଶ ମଲ୍ଲିକ,ସାଗର ବାଲ ଓ ସିରତୋଲ ର ନଜ୍ଜୁ ହରପାଲ ଜଗି ରହିଥିବା ବେଳେ କୌଣସି ସୁତ୍ର ରୁ ଖବର ପାଇ ଚଢାଉ କରିଥିଲା ପୋଲିସ ।  

ସେମାନଙ୍କ ଠାରୁ ୧୬୦ ପିସ୍ ଏସକଫ କଫ ସିରଫ ଜବତ କରିଥିବା ବେଳେ ସମସ୍ତଙ୍କୁ ଥାନା କୁ ଆଣିଥିଲା । ସମସ୍ତଙ୍କୁ ପଚରା ଉଚରା କରିବା ପରେ ସମସ୍ତେ ସ୍ବୀକାର କରିଥିବା ସୁଚନା ଦେଇଛନ୍ତି ନୂଆପଡା ଥାନା ଅଧିକାରୀ ଆଦିତ୍ୟ ମହାକୁଡ । ସମସ୍ତ ତଥ୍ୟ ଓ ପ୍ରମାଣ ଅନୁସାରେ ଆଜି ପାଞ୍ଚ ଜଣଙ୍କୁ ଗିରଫ କରିଥିବା ବେଳେ ଆସନ୍ତାକାଲି କୋର୍ଟ ଚାଲଣ କରାଯିବ ବୋଲି ସୁଚନା ଦେଇଛନ୍ତି।

   Related Posts