ପିକ୍ଅପ୍ ଭ୍ୟାନ୍ରୁ ବିପୁଳ ପରିମାଣର କଫ୍ ସିରପ୍ ଜବତ, ଡ୍ରାଇଭର ସହ ଜଣେ ଅଟକ
28/11/2019 at 10:08 AM

ବଲାଙ୍ଗିର ୨୮।୧୧:ବିପୁଳ ପରିମାଣର କଫ୍ ସିରପ ଜବତ ହୋଇଛି । ବେଆଇନ କଫ୍ ସିରପ୍ ଚାଲାଣ ବେଳେ ଗୋଡେଇ ଗୋଡେଇ ଧରିଲା ପୋଲିସ । ବଲାଙ୍ଗିର ଜିଲ୍ଲା ପୁଇଁତଳା ଥାନା ନିକଟରୁ ସୋନପୁରକୁ କଫ୍ ସିରପ୍ ଚାଲାଣ ହେଉଥିବା ବେଳେ ପୋଲିସ ଧରିଛି । ଗୋଟିଏ ପିକଅପ ଗାଡି ସହ ଲକ୍ଷାଧିକ ଟଙ୍କାର କଫ୍ ସିରପ୍ ଜବତ ହୋଇଛି । ଡ୍ରାଇଭର ସହ ଜଣକୁ ଅଟକ ରଖିଛି ପୋଲିସ ।

ଘଟଣାସ୍ଥଳରୁ ମୁଖ୍ୟ ଅଭିଯୁକ୍ତ ଫେରାର ହୋଇଯାଇଛି । ଜବତ ଗାଡ଼ିରେ ୧୦ ହଜାର କଫ୍ ସିରପ ଥିବା ଅନୁମାନ କରାଯାଉଛି । ଘଟଣାକୁ ନେଇ ପୋଲିସ ଛାନଭିନ୍ ଚଳାଇଛି । ଏସପିଙ୍କ ନେତୃତ୍ବରେ ଏସଡିପିଓ, ସଦର ଓ ଟାଉନ ଥାନା ପୋଲିସର ମିଳିତ ଉଦ୍ୟମରେ ଚଢାଉ ହୋଇଥିଲା ।
Related Posts
ଆସନ୍ତାକାଲି ରାଜ୍ୟର ସମସ୍ତ ସ୍କୁଲ ଓ କଲେଜ୍ ଛୁଟି
4 March 2021