Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୋଆରେ ଏନସିପି-ଶିବସେନାର ହାତ ଛାଡିଦେଲା କଂଗ୍ରେସ, କହିଲା-‘ଆମର ଏକାକି ଜିତିବା କ୍ଷମତା ଅଛି’
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩ ଲକ୍ଷ ୧୭ ହଜାରରୁ ଅଧିକ କରୋନା ପଜିଟିଭ୍, ୪୯୧ ମୃତ
  • ||
  • ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୩୬୮ କୋଭିଡ୍ ପଜିଟିଭ୍, ୧୧୭୭୪୬୨ରେ ପହଞ୍ଚିଲା ସଂଖ୍ୟା
  • ||
  • କ୍ୟାପ୍ଟେନ୍ ନୁହେଁ କିନ୍ତୁ ଜୋଶ୍ ଏବେବି ଅଛି : ଦକ୍ଷିଣ ଆଫ୍ରିକା ଅଧିନାୟକଙ୍କ ସହ ମୁହାଁମୁହିଁ ହେଲେ କୋହଲି
  • ||
  • ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ହଟହଟା, ତଡିଦେଲେ ଗାଁ ଲୋକେ
  • ||
  • ଚୌଦ୍ୱାର ସୁନା ବ୍ୟବସାୟୀଙ୍କୁ ଗୁଳିମାଡ ଓ ଲୁଟ୍ ଘଟଣା : ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଲେ ଡିସିପି
  • ||

କଫ୍ ସିରପ୍ ଜବତ, ଜଣେ ଗିରଫ

1/06/2020 at 9:36 PM

ପଦ୍ମପୁର, ୦୧|୦୬: ବରଗଡ  ଜଗଦଲପୁର ଅଞ୍ଚଳର ଯୁବପୀଢି ଏବେ କଫ୍ ସିରପ୍ ପରି ନିଶା କବଳରେ । ଯାହା ଅଭିଭାବକମାନଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିଛି  । ତେଣୁ ପଦ୍ମପୁର ଉପଖଣ୍ତ ଜଗଦଲପୁର ପୋଲିସ ତତ୍ପରତା ଦେଖାଇ  ଧୁମାଭଟା ଛକରୁ ଲଖମରା ତାରିଣୀ ମନ୍ଦିର ରାସ୍ତାରେ କଫ୍ ସିରପ ନେଉଥିବା ବେଳେ ଜଣଙ୍କୁ ଗିରଫ କରିଛି ।   

ସୂଚନାନୁସାରେ, ଧୁମାଭଟା ଗ୍ରାମର ପ୍ରଶାନ୍ତ ଡନସନା (ବର୍ଷ ୨୩) ୬୮ ବୋତଲ ଏସକପ୍ କଫ ସିରପ  ବାଇକରେ ଧରି ବିକ୍ରି କରୁଥିଲେ  । ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ଥାନା ଅଧିକାରୀ ଲିଲିମା ଲଲିତା ବାର୍ଲା ନିଜର ସହକର୍ମୀ ଏ ଏସ୍ ଆଇ ସତ୍ୟାନନ୍ଦ ଭୋଏ ଓ କେତନ ଧରୁଆଙ୍କୁ ପ୍ରଶାନ୍ତଙ୍କୁ ଧରିବାକୁ ନିର୍ଦ୍ଦେଶ ଦେଇଥିଲ । ଜଗଦଲପୁର ଥାନା କେସ୍ ନଂ ୬୯ରେ ଏକ ମାମଲା ରୁଜ୍ଜୁ କରି ପ୍ରଶାନ୍ତକୁ କୋର୍ଟ ଫରୱାଡ କରିଛି । ଜାମିନ ନାମଞ୍ଜୁର ହୋଇଥିବାରୁ ଏବେ ତାଙ୍କୁ ପଦ୍ମପୁର ସବ ଜେଲକୁ ପଠାଇ ଦିଆଯାଇଛି ।

ଦୀର୍ଘ ଦିନ ହେବ ଏହି ଯୁବକ ନିଶାଦ୍ରବ୍ୟ ବ୍ୟବସାୟରେ ଲିପ୍ତ ଥିବାରୁ ତାର ଗିରଫ ପରେ ଅଂଚଳରେ ଖୁସିର ବାତାବରଣ ସୃଷ୍ଟି ହୋଇଛି  । ଯୁବପୀଢି ନିଜେ ଏହି ନିଶା ଦ୍ରବ୍ୟର ବ୍ୟବସାୟୀ ଓ ଯୁବପିଢି ହିଁ ଗ୍ରାହକ । ତେଣୁ ଏହି ଅଞ୍ଚଳର ଲୋକେ ଏବେ ଚିନ୍ତିତ । ଛୋଟ ଛୋଟ ବେପାରୀ  କେବେ କେବେ ଧରାପଡୁଛନ୍ତି,ହେଲେ ଗୋଦାମ କରି ରଖୁଥିବା ବେପାରୀ ଏବେବି ପୋଲିସକୁ ଭୟକରୁ ନାହାଁନ୍ତି । ତେଣୁ ଲୋକେ ଆହୁରି କଡା କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସଠୁ ଆଶା କରିଛନ୍ତି ।

   Related Posts