ଫଟୋ ଫ୍ରେମିଙ୍ଗ ଦୋକାନରେ ନିଶା କାରବାର : ଚଢାଉ ବେଳେ କଫ୍ ସିରପ୍ ଜବତ, ଜଣେ ଗିରଫ

Published By : Prameya-News7 Bureau | December 01, 2021 IST

ପାଟଣାଗଡ ୧।୧୨: ବଲାଙ୍ଗୀର ଜିଲ୍ଲା ବେଲପଡା ଥାନା ଅନ୍ତର୍ଗତ ଧୂମାଭଟା ଗାଁରେ ଥିବା ଏକ ଫଟୋ ଫ୍ରେମିଙ୍ଗ ଦୋକାନରେ ଚଢାଉ । ବଡ଼ ଧରଣର ନିଶା କାରବାର ହେଉଥିବା ଖବର ପାଇ ବେଲପଡା ପୋଲିସ ଚଢ଼ାଉ କରିଥିଲା । ଚଢାଉ ବେଳେ ଘଟଣାସ୍ଥଳରୁ ୫୧ଟି  କଫ୍ ସିରପ୍ ସହ ୩୦ଟି ନିଶା ବଟିକା ଜବତ କରିଥିବା ଜଣାପଡ଼ିଛି । 

ଉକ୍ତ ଦୋକାନରେ ଧରଣୀଧର ପ୍ରଧାନ କଫ୍ ସିରପ୍ ବିକୁଥିବା ସମୟରେ ବେଲପଡା ସେକେଣ୍ଡ ଅଫିସର କିରଣ କୁମାର ଯାନୀଙ୍କ ସହ ପୋଲିସ ଫୋର୍ସ ଦୋକାନୀକୁ କାବୁ କରିବାରେ ସଫଳ ହୋଇଥିଲେ । ଅଭିଯୁକ୍ତ ଧରଣୀଧରକୁ ଥାନାକୁ ଆଣି ଅଧିକ ପଚରାଉଚରା କରି ତା ବିରୋଧରେ ଥାନାରେ ଏକ ମୋକଦ୍ଦମା ରୁଜୁ କରି ପାଟଣାଗଡ଼ କୋର୍ଟକୁ ଚାଲାଣ କରାଯାଇଛି ବୋଲି ବେଳପଡା ପୋଲିସ ସୂଚନା ଦେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.