ବେଧଡକ ଚାଲିଛି କଫ୍ ସିରପ୍ ବେପାର : ୧୮ଶହ ବୋତଲ କଫ୍ ସିରପ୍ ଜବତ, ଜଣେ ଗିରଫ

Published By : Prameya-News7 Bureau | September 20, 2020 IST

ବଲାଙ୍ଗୀର ୨୦।୯: କଫ୍‌ ସିରପ୍‌ ଚୋରା ଚାଲାଣ ରାକେଟର ପର୍ଦ୍ଦାଫାସ୍ ହୋଇଛି । ବଲାଙ୍ଗିର ଆଦର୍ଶ ଟାଉନ୍‌ ଥାନା ପୋଲିସ ଦ୍ବାରା ୧୮ଶହ ବୋତଲ ଏସ୍‌କଫ୍‌ ସିରପ୍‌ ଜବତ ହେବା ସହ ଜଣେ କଫ୍ ସିରଫ୍ ବେପାରୀକୁ ଗିରଫ ହୋଇଛି । ମାଲପଡ଼ାର ଜଗ ଓରଫ୍‌ ଜଗବନ୍ଧୁ ମେହେରକୁ କଫ୍ ସିରଫ୍ ଚାଲାଣ ବେଳେ ଏକ ଗାଡି ସହ ଧରିଛି ପୋଲିସ ।

{"id":332171,"sizeSlug":"large"}

ଗିରଫ ଅଭିଯୁକ୍ତ ଜଗବନ୍ଧୁ ନିକଟରୁ ୧୮ଶହ ବୋତଲ୍‌ ଏସ୍‌କଫ୍‌ ସିରପ୍‌ ସହ ଚାଲାଣରେ ବ୍ୟବହୃତ ଓଡ଼ି୦୨ ବିବି ୨୨୩୪ ନମ୍ବର ବିଶିଷ୍ଟ କାର୍ ଜବତ କରିଛି ପୋଲିସ । ଏନେଇ ଟାଉନ୍ ଥାନା ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.