ପାନଦୋକାନରୁ ୨୫ବୋତଲ କଫସିରପ ଜବତ

Published By : Prameya-News7 Bureau | January 08, 2020 IST

ବଲାଙ୍ଗିର ୦୮।୦୧ - ନ୍ୟୁଜ୍‌ ସେଭେନ୍‌ରେ  ‘କଫ୍‌ ସିରପ୍‌ ସ୍ଲୋ-ପଏଜନ’ କାରନାମାର ପର୍ଦାଫାସ ପରେ ପଶ୍ଚିମ ଓଡ଼ିଶା​‌ରେ ଆକ୍ସନକୁ ଆସିଛି ଜିଲ୍ଲା ପ୍ରଶାସନ । ବଲାଙ୍ଗିରରେ ଗୋଟେ ପଟେ ବନ୍ଦ ପାଳନ ଚାଲିଥିବା ସେପଟେ ବେଆଇନ୍‌ କଫ ସିରପ୍‌ କାରବାର ଉପରେ ଚାଲିଥିଲା ପୋଲିସର ରେଡ୍‌ । ସ୍ଥାନୀୟ ନୃସିଂହନାଥ ମନ୍ଦିର ନିକଟ ଏକ ପାନଦୋକାନରୁ ୨୫ବୋତଲ କଫସିରପ ଜବତ କରିବା ସହ ୩ଜଣଙ୍କୁ ଗିରଫ କରିଛି ପୋଲିସ । ନ୍ୟୁଜ୍‌ ସେଭେନ୍‌ର ଷ୍ଟିଙ୍ଗ୍‌ ଅପରେସନରେ କଫ୍‌ ସିରପ୍‌ କାରବାରର ଖୁଲାସା ହେବା ପରଠୁ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ଜଣଙ୍କୁ ଗିରଫ କରାଗଲାଣି । ….

{"id":208644,"sizeSlug":"large"}

ଗୋଟେପଟେ ଭାରତ ବନ୍ଦକୁ ନେଇ ବଲାଙ୍ଗିରରେ ହୋ-ହଲ୍ଲା ଚଳାଇଥିଲେ ଆନ୍ଦୋଳନକାରୀ । ଗାଡ଼ି ମଟର ସବୁକୁ ବନ୍ଦ କରିବାକୁ ରାସ୍ତା ଉପରେ ଜଗିବସିଥିଲେ । ହେଲେ ସେପଟେ ବେଆଇନ୍‌ କଫ୍‌ ସିରପ୍‌ ବେପାରୀଙ୍କୁ ଟାର୍ଗେଟ୍‌ କରିଥିଲା ପୋଲିସ । ସ୍ଥାନୀୟ ନୃସିଂହନାଥ ମନ୍ଦିର ନିକଟ ଏକ ପାନ ଦୋକାନରୁ ୨୫ବୋତଲ କଫ୍‌ ସିରପ୍‌ ଜବତ କରିବା ସହ ଦୋକାନୀ ଓ ୨ଜଣ ଗ୍ରାହକଙ୍କୁ ବାନ୍ଧିଥିଲା ବଲାଙ୍ଗିର ଟାଉନଥାନା ପୋଲିସ । ଗିରଫ ହୋଇଥିବା ଦୋକାନୀ ଜଣକ ହେଲେ ସମୀର ନାରାୟଣ ନାଏକ । ସେ ଦୀର୍ଘ ଦିନ ଧରି କଫ୍‌ ସିରପ୍‌ ବେପାର କରୁଥିବା ବେଳେ ତା’ର ଭାଇ ପୂର୍ବରୁ ସମାନ ଅଭିଯୋଗରେ ଦୁଇ ଦୁଇ ଥର ଜେଲ୍‌ ଯାଇଥିବା ଜଣାପଡ଼ିଛି ।

{"id":208647,"sizeSlug":"large"}

କିଛି ଦିନ ତଳେ ପଶ୍ଚିମ ଓଡ଼ିଶାରେ ବ୍ୟାପକ ଭାବେ ବେଆଇନ୍‌ କଫ ସିରପ୍‌ ବେପାର ଚାଲୁଥିବା ଏବଂ ଯୁବପୀଢ଼ିଙ୍କୁ ନିଶା କବଳରେ ପକାଇ କିଭଳି କଫ୍‌ ସିରପ୍‌ ମାଧ୍ୟମରେ ସ୍ଲୋ ପଏଜନ ଦିଆଯାଉଛି ତା’ର ଷ୍ଟିଙ୍ଗ୍‌ ଅପରେସନ ଦେଖାଇଥିଲା ନ୍ୟୁଜ୍‌ 7 । ଘଟଣାରେ ପ୍ରତିକ୍ରିୟା ଦେଇ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଖୁବ୍‌ ଶୀଘ୍ର କାର୍ଯ୍ୟାନୁଷ୍ଠାନ ହେବ । 

{"id":208648,"sizeSlug":"large"}

ଏହା ପରେ କଫ୍‌ ସିରପ୍‌ ବେପାରୀଙ୍କୁ ଧରିବାକୁ ତତ୍ପରତା ଦେଖାଇଥିଲା ଜିଲ୍ଲା ପ୍ରଶାସନ  ଆଉ ପୋଲିସ । ଏପର୍ଯ୍ୟନ୍ତ ବେଆଇନ୍‌ କଫ୍‌ ସିରପ୍‌ କାରବାରରେ ପାଇଁ ୧୧ଜଣଙ୍କୁ ଗିରଫ କରାଗଲାଣି ।  ଆଗକୁ ବଲାଙ୍ଗିର ସହରକୁ ଏହି ନିଶା କବଳରୁ ମୁକ୍ତ କରିବା ଦିଗରେ ପୋଲିସ କାର୍ଯ୍ୟକରୁଥିବା କହିଛନ୍ତି ଟାଉନ ଥାନା ଆଇଆଇସି । 

{"id":208649,"sizeSlug":"large"}

କେବଳ ବଲାଙ୍ଗିର କାହିଁକି ସମ୍ବଲପୁରରେ ମଧ୍ୟ ବ୍ୟାପକ କଫ ସିରପ୍‌ ବିକ୍ରି ହେଉଥିବା ବାରମ୍ବାର ଅଭିଯୋଗ ହେଉଛି । ସମ୍ବଲପୁର ପୋଲିସ ମଧ୍ୟ ଅନେକ ସମୟରେ ବିଭିନ୍ନ ଯାଗାରେ ଚଢ଼ାଉ କରି ଅଭିଯୁକ୍ତମାନଙ୍କୁ ଧରିବା ସହ ବ୍ୟାପକ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି ।

{"id":208650,"sizeSlug":"large"}

ତଥାପି ଏହି ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ କରିବାକୁ ପଡ଼ିବ । ତାହେଲେ ଯାଇ ଏହି ମାରାତ୍ମକ ସ୍ଲୋ-ପଏଜନ୍‌ କବଳରୁ ଯୁବପିଢ଼ିଙ୍କୁ ରକ୍ଷା କରାଯାଇପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.