କଫ୍ ସିରପ୍ କାରବାର ରାକେଟ୍‌ରେ ଯୁବତୀ : ୪ ଗିରଫ, ୨ଟି ଗାଡିରେ ଭର୍ତ୍ତି ୩୨୦୦ ବୋତଲ କଫ୍ ସିରପ୍ ଜବତ

Published By : Prameya-News7 Bureau | August 25, 2020 IST

ସମ୍ବଲପୁର, ୨୫|୦୮: ସମ୍ବଲପୁର ପୋଲିସକୁ ବଡ ସଫଳତା । ଜବତ ହେଲା ବିପୁଳ ପରିମାଣର କଫ୍ ସିରପ୍ ।  ଟାଉନଥାନା ପୋଲିସ ସମ୍ବଲପୁର ସମେତ ବରଗଡର ଅତାବିରା ଅଂଚଳରେ ଚଢାଉ କରି ବିପୁଳ କଫ୍ ସିରପ୍ ଜବତ କରିଛି  ।

ଏହି ଘଟଣାରେ ଜଣେ ଯୁବତୀଙ୍କ ସହ ୪ ଜଣଙ୍କୁ ଗିରଫ କରାଯାଇଛି । ଏହାସହ  ୨ଟି କାର୍ ଜବତ କରାଯାଇଛି ।ଏହି ଚଢାଉରେ ୧୬୦୦ ବୋତଲର ମେକ୍ସ କଫ୍ ସିରପ୍ ଭର୍ତ୍ତି ହୋଇଥିବା ୧୦ଟି ପେଟି ଓ ୧୬୮୦ଟି ବୋତଲର ଏକ୍ସ କଫ୍ ସିରପର ୧୪ଟି ପେଟି ଜବତ ହୋଇଛି । ଏହା ସହ ଗୋଟିଏ ଓ୍ବାଗନର ଓ ଟାଟା ମ୍ୟାଜିକ ଗାଡି ମଧ୍ୟ ଜବତ କରାଯାଇଛି ।

 ଗିରଫ ଅଭିଯୁକ୍ତମାନେ ହେଲେ ଟାଉନଥାନା ସାହୁ କଲୋନୀର ସନ୍ତୋଷ ବେହେରା, ସାହୁ କଲୋନୀର ପ୍ରହଲ୍ଲାଦ ବେହେରା । ସେହିପରି ବରଗଡ ଅତାବିରା ରେଙ୍ଗାଲି କ୍ୟାମ୍ପର ଶ୍ୟାମ ମେହେର ଓ ଦୀପିକା ମେହେର(ଛଦ୍ମନାମ)ଙ୍କୁ ମଧ୍ୟ ଗିରଫ କରାଯାଇଛି । ଏମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.