Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୦ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୮୩ କୋଭିଡ୍ ସଂକ୍ରମିତ, ୩୩୩୩୧୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ କମୁଛି କୋଭିଡ଼ ସଂକ୍ରମଣ, ଗତ ୨୪ଘଣ୍ଟାରେ ୧୫,୧୪୪ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଜୟପୁର : ଚଳନ୍ତା ବସ୍‌ରେ ଲାଗିଲା ବିଦ୍ୟୁତ ତାର ; ୬ ମୃତ , ୧୭ ଗୁରୁତର
  • ||
  • ଅପରେସନ ଗ୍ରୀନ କ୍ଲିନ, ପ୍ରାୟ ୧୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ
  • ||
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||

କଫ୍ ସିରପ୍ ରାକେଟର ପର୍ଦ୍ଦାଫାସ : ନିଶା ଇଞ୍ଜେକ୍ସନ ଓ ବଟିକା ଜବତ, ୨ ଗିରଫ

15/10/2020 at 10:52 PM

ଝାରସୁଗୁଡା, ୧୫।୧୦:  କଫ ସିରପକୁ ନେଇ ନ୍ୟୁଜ7ର ଷ୍ଟିଙ୍ଗ ଅପରେସନ ପରେ ସମଗ୍ର ପଶ୍ଚିମ ଓଡିଶାରେ ପ୍ରତିଦିନ କଫ୍ ସିରପ ରାକେଟର ପର୍ଦ୍ଦାଫାସ ହେବାରେ ଲାଗିଛି । ଗୁରୁବାର ନିଶା ଇଞ୍ଜେକ୍ସନ ଓ ନିଶା ବଟିକା କାରବାର କରି ଯୁବ ସମାଜକୁ ପଥଭ୍ରଷ୍ଟ କରୁଥିବା ୨ ଜଣଙ୍କୁ ବ୍ରଜରାଜନଗର ପୋଲିସ ଧରିଛି ।

ବ୍ରଜରାଜନଗର ଅଞ୍ଚଳରେ ଯୁବ ସମାଜ ନିଶା ବଟିକା ଓ ନିଶା ବଟିକା ମାୟାରେ ପଦିଥିବା ଜାଣିବା ପରେ ପୋଲିସ ଜାଲ ବିଛାଇଥିଲା । ଏହି କାରବାରରେ ଲିପ୍ତ ବ୍ୟକ୍ତିଙ୍କୁ ଧରିବାକୁ ଗତକାଲି ପୋଲିସର ପାଟ୍ରୋଲିଂ ଚାଲିଥିବା ସମୟରେ ମଣ୍ଡୁଳିଆ ଅଞ୍ଚଳର ବିନୋଦ ସାହୁ ଏକ ବାଇକରେ ଏହି ନିଶା ଔଷଧ ଧରି ଯାଉଥିବା ବେଳେ ଧରାପଡିଥିଲେ । ପୋଲିସ ତା ନିକଟରୁ ୫ ଶହଟି ନିଶା ଇଞ୍ଜେକ୍ସନ ଜବତ କରି ତାକୁ ପଚରାଉଚୁରା କରିବା ପରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁର ନିକଟସ୍ଥ ଲିପଲୋଇ ଅଞ୍ଚଳର ବିଜୟ ପାତ୍ରଙ୍କ ଠାରୁ ସେ ଏହି ଇଞ୍ଜେକ୍ସନ ଓ ବଟିକା ଆଣି ବିକୁଥିବା କହିଥିଲା ।

ପୋଲିସ ବିନୋଦ ନିଅକଟରୁ ସୁଚନା ପାଇ ଲିପଲୋଇରେ ବିଜୟ ପାତ୍ରଙ୍କ ଔଷଧ ଦୋକାନରେ ଚଢାଉ କରି ବେଆଇନ ଭାବେ ବିକ୍ରି କରୁଥିବା ସୁପ୍ରାଲ୍-୧୦ ନାମକ ୨୮ଶହ ବଟିକା ଓ ସୋପୋର୍-୧୦ ନାମକ ୧୬୦୦ ନିଶା ବଟିକା ଜବତ କରି ସେମାନଙ୍କ ନିକଟରୁ ଗୋଟିଏ ବାଇକ ଓ ଦୁଇଟି ମୋବାଇଲ ଜବତ କରି ଗିରଫ କରି କୋର୍ଟ ଚାଲାଣ କରିଛି ।ଝାରସୁଗୁଡା ଜିଲ୍ଲାରେ ଏହି ବ୍ୟବସାୟ ବହୁଳ ଭାବେ ଚାଲୁଥିବାରୁ ଏହି ବେପାରର ସତ୍ତା ଲୋପ କରାଯିବ ବୋଲି ବ୍ରଜରାଜନଗର ଏସଡ୍ଡିପିଓ ଦିଲିପ ଦାସ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

   Related Posts