Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

କାର୍ ସହ ୬୪୦ ବୋତଲ କଫ୍ ସିରପ୍ ଜବତ, ୩ ଗିରଫ

2/11/2020 at 3:56 PM

ପୁରୀ ୨।୧୧: ପୁରୀ ସମୁଦ୍ର କୂଳ ଥାନା ପୋଲିସ ଏକ କାର୍ ସହ ୬୪୦ ବୋତଲ କଫ୍ ସିରପ୍ ଜବତ କରିଛି। ଏ ନେଇ ଏକ ମାମଲା ରୁଜୁ କରି ପୋଲିସ ୩ ଜଣଙ୍କୁ ଗିରଫ କରିଛି। ସେମାନେ ହେଲେ ଭୁବନେଶ୍ବର ଖଣ୍ଡଗିରି ଥାନା ଡୁମୁଡୁମା ଅଞ୍ଚଳର ନିରଞ୍ଜନ ବସ୍ତି, ଧଉଳି ରଘୁନାଥପୁର ଅଞ୍ଚଳର ସୁବ୍ରତ କୁମାର ଦାସ ଓ ଭୁବନେଶ୍ବର ଓଲ୍ଡ ଟାଉନର ମନୋଜ କୁମାର ରଥ।

ସୂଚନା ଅନୁଯାୟୀ ରବିବାର ସକାଳ ୭ଟାରେ ଏକ କାର ଯୋଗେ ବ୍ୟାନ ହୋଇଥିବା ୪ ପେଟି କଫ୍ ସିରପ୍ ପେଣ୍ଠକଟାରୁ ଆଇଟିଆଇ ଛକ ଆଡେ ଆସୁଥିଲା।  ସମୁଦ୍ର କୂଳ ଥାନା ଏଏସଆଇ ବିଦ୍ୟୁତ କୁମାର ଦେହୁରୀ ଉକ୍ତ କାରକୁ ଅଟକାଇ ଚେକିଂ କରିବା ବେଳେ ୪ ପେଟି କଫ୍ ସିରପ୍ ମିଳିଥିଲା। ତେବେ ଏ ନେଇ ପୋଲିସ ଏକ ମାମଲା ରୁଜୁ କରି କାର ସମେତ ୪ ପେଟି କଫ୍ ସିରପ୍ ଜବତ କରିବା ସହ ୩ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

   Related Posts