Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

୬୪୦ ବୋତଲ କଫ୍ ସିରପ ଜବତ, ୪ ଗିରଫ

5/07/2021 at 8:55 AM

ପାଟଣାଗଡ,୦୫/୦୭: ବଲାଙ୍ଗୀର ଜିଲ୍ଲା ବେଲପଡା ଅଞ୍ଚଳରେ ପୁଣି ସକ୍ରିୟ କଫସିରପ ମାଫିଆ । ପୁଣି ୬୪୦ ବୋତଲ କଫସିରପ ଜବତ କରିବା ସହ  ୪ ଜଣଙ୍କୁ ଗିରଫ କରିଛି ପୋଲିସ ।

ସୂଚନା ଅନୁସାରେ, ରବିବାର ସନ୍ଧ୍ୟାରେ ବେଲପଡା ନିକଟରେ ଥିବା ମାଲିମୁଣ୍ଡା ଗାଁ ପାଖରେ କଫ୍ ସିରପ କାରବାର ଚାଲିଥିବା ଖବର ପାଇ ବେଲପଡା ପୋଲିସ ଚଢଉ କରିଥିଲା । ଘଟଣାସ୍ଥଳରୁ ୬୪୦ ବୋତଲ କଫ୍ ସିରପ, ନଗଦ ୧୪ ହଜାର ୮୭୦ ଟଙ୍କା, ଦୁଇଟି ମୋଟରସାଇକେଲ ଜବତ କରିଛି ।

ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗିରଫ ୪ ଜଣ ହେଲେ କପାଣି ଗାଁର ନୀଳମଣି ମେହେର ଓ ନିତ୍ୟାନନ୍ଦ ମେହେର ଏବଂ ତୁରେକେଲା ଅଞ୍ଚଳର ତ୍ରିନାଥ ରଣା ଓ ବେଲପଡାର ଲୁକେଶ ନାଏକ । କିଛି ଦିନ ତଳେ ସେହି ବେଲପଡା ଅଞ୍ଚଳରୁ ୮ ପେଟି କଫସିରପ ଜବତ କରିଥିଲା ପୋଲିସ ।

   Related Posts