କଫ ସିରପ ନାଁରେ ବିକ୍ରି ହେଉଛି ସ୍ଲୋ ପଏଜନ୍
4/01/2020 at 5:52 PM

ବଲାଙ୍ଗୀର/ବରଗଡ/ନୂଆପଡା/ଝାରସୁଗୁଡା ୦୪।୦୧ – ନିଶାର ନାଁ କଫ ସିରପ୍। ଥଣ୍ଡା-କାଶ-କଫ ଲାଗି ବ୍ୟବହାର ହେଉଥିବା ଏହି ଔଷଧ ଏବେ ନିଶା ରୂପୀ ଜହର ପାଲଟିଛି। ଯାହାକି ସାରା ପଶ୍ଚିମ ଓଡ଼ିଶାରେ କାୟା ବିସ୍ତାର କରିବାରେ ଲାଗିଛି ।ଏହି ନିଶାର ଜାଲ ସଂପର୍କରେ ନ୍ୟୁଜ୍ 7ରେ ପର୍ଦ୍ଦାଫାସ୍ ହେବାପରେ ଆକ୍ସନ ମୋଡ୍କୁ ଆସିଛନ୍ତି ରାଜ୍ୟ ସରକାର ।ବେଆଇନ କଫ୍ ସିରଫ୍ କାରବାର ଘଟଣାରେ ଜୋରଦାର ଧରପଗଡ଼ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।…

କଫ୍ ସିରପ୍ ନାଁରେ ଜହର । ସିରପ୍ ନାଁରେ ବିକ୍ରି ହେଉଛି ସ୍ଲୋ ପଏଜନ । ଅଧିକ ନିଶା ପାଇଁ ମିଶୁଛି କେମିକାଲ୍ । କବଳରେ ଯୁବଗୋଷ୍ଠୀ । ଖୋଲାଖୋଲି ମିଳୁଛି ବିଷ । ଗଳିକନ୍ଦି ସବୁଠି ମିଳୁଛି କଫ୍ ସିରପ୍ ।ରୋକ୍ ଲଗାଇବାରେ ବ୍ୟବସ୍ଥା ଫେଲ୍ । ଅଜବ ନିଶା ମାୟାରେ ବାୟା ଯୁବପୀଢି ।

ଏ ନିଶା ଏମିତି ଯେ ସାଧାରଣ ଲୋକ ଦେଖିଲେ ନିଶା ବୋଲି ଭାବି ପାରିବନି । ହେଲେ ଖାଇବା ଲୋକ ନିଶାରେ ଚୁର । ଲୋକେ ଔଷଧ ନାଁ ରେ ତ କିଣୁଛନ୍ତି, ହେଲେ ନିଶା ଭାବେ ପିଉଛନ୍ତି । ଏହି ନିଶା ସାମ୍ରାଜ୍ୟ କିଭଳି ବ୍ୟାପୁଛି ? କାହିଁକି ତାକୁ ରୋକିବା ସହଜ ହେଉନି ? କଟକଣା ସତ୍ବେ କିଭଳି ଖୋଲାଖୋଲି ବିକ୍ରି ହେଉଛି କଫ୍ ସିରପ୍ ? ନ୍ୟୁଜ 7 କ୍ୟାମେରାରେ ଧରା ପଡିଛି କଫ ସିରପ୍ର କଳା କାରନାମା । ଷ୍ଟିଙ୍ଗ ଅପରେସନରେ ସାମ୍ନାକୁ ଆସିଛି ସତ ।

ପଶ୍ଚିମ ଓଡ଼ିଶାରେ ପ୍ରଶାସନର ଚଢଉ ପରେ ଧରା ପଡିଥିଲା ପେଟି ପେଟି ବେଆଇନ କଫ୍ ସିରପ୍ । ଯାହାକୁ ପିଇ ନିଶାଖୋର ହେଉଥିଲେ ଯୁବପୀଢି । ଘଟଣା ସାମ୍ନାକୁ ଆସିବା ପରେ ଏହା ପଛର ରହସ୍ୟ ଖୋଳତାଡ ପାଇଁ ନ୍ୟୁଜ୍ 7 ଆରମ୍ଭ କରିଥିଲା ଇନଭେଷ୍ଟିଗେସନ୍ । ଆଉ କରିଥିଲା ଷ୍ଟିଙ୍ଗ୍ ଅପରେସନ ।

ଷ୍ଟିଙ୍ଗ ଅପରେସନରେ ଧରା ପଡିଛି ଏମିତି କିଛି ତଥ୍ୟ ଯାହା ଖୋଲିଦେଇଛି ସିରପ୍ ସ୍ଲୋ ପଏଜନର ଭିତିରି କଥା । କ୍ୟାମେରାରେ ଧରାପଡିଛି ବଲାଙ୍ଗିରରୁ ବରଗଡ଼, ନୂଆପଡ଼ାରୁ ନବରଂଗପୁର, ସବୁଠି କେମିତି ଚାଲିଛି ଜହର ବେପାର । ଇଏ ହେଉଛି ବଲାଙ୍ଗିରର ଦୃଶ୍ୟ । ଏହି ନିଶା ଖାଉଥିବା ଲୋକଙ୍କ ମୁହଁରୁ ଶୁଣିବା କଫ ସିରପ୍ର ଭିତିରି କଥା। …

ବିନା ପ୍ରେସକ୍ରିପସନ୍ ରେ ମନଇଚ୍ଛା କଫ୍ ସିରପ୍ ମିଳୁଛି କିପରି ? ମେଡିସିନ୍ ଦୋକାନ ବ୍ୟତୀତ ଅନ୍ୟ ଜାଗାରେ ମିଳୁଛି କିପରି ? ପୋଲିସ ଏବଂ ଡ୍ରଗସ୍ ଇନସପେକ୍ଟର କାହିଁକି ରୋକ ଲଗାଇ ପାରୁନାହାନ୍ତି ? ଏହା ଆମ ଶରୀରରେ କ’ଣ କ୍ଷତି ପହଞ୍ଚାଇବାର ଆଶଙ୍କା ରହିଛି ? ଶୁଣନ୍ତୁ କ’ଣ କହୁଛନ୍ତି ଡାକ୍ତର ।…
ସ୍ଲୋ ପଏଜନ୍ କଫ୍ ସିରଫ୍ର ଏହି କଳା କାରବାର ସଂପର୍କରେ ନ୍ୟୁଜ୍ 7ରେ ଖବର ପ୍ରସାରଣ ପରେ ଆକ୍ସନକୁ ଆସିଛି ସ୍ବାସ୍ଥ୍ୟ ବିଭାଗ ।ସ୍ବାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି ବେଆଇନ କଫ ସିରପ୍ ଘଟଣାରେ ଜୋରଦାର ଧରପଗଡ ହେବ। ବିଭିନ୍ନ ସ୍ଥାନରେ ରେଡ୍ କରାଯାଇ ଲାଇସେନ୍ସ ରଦ୍ଦ କରାଯିବ । କେବଳ ପଶ୍ଚିମ ଓଡ଼ିଶା ନୁହେଁ ସାରା ରାଜ୍ୟରେ ଏହି ଧରପଗଡ଼ ହେବ । ଯେଉଁଠି ବିନା ପ୍ରେସକ୍ରିପସନ୍ରେ ଏହି କଫ ସିରପ୍ ଦିଆଯାଉଛି ସେଠାରେ ରେଡ୍ କରାଯିବ ।ବେଆଇନ୍ କଫ ସିରପ୍ ବେପାରୀଙ୍କ ଉପରେ ଲାଗିବ ଲଗାମ । ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।…
କଫ୍ ସିରପ୍ର ସାଇଡ ଇଫେକ୍ଟ ନବୁଝି ଲୋକେ ପିଉଛନ୍ତି ଆଉ ସେପଟେ ଲୋକଙ୍କ ଡିମାଣ୍ଡକୁ ଦେଖି ବେଆଇନ କଫ ସିରପ୍ ବେପାର ଚାଲିଛି । ନିଶା ନାଁରେ ଲୋକଙ୍କ ହାତରେ ଧରାଇ ଦିଆଯାଉଛି ଜହର ବୋତଲ ।ନ୍ୟୁଜ୍ 7ରେ ଏହାର ଷ୍ଟିଙ୍ଗ୍ ଅପରେସନ୍ ପ୍ରସାରିତ ସ୍ବାସ୍ଥ୍ୟ ମନ୍ତ୍ରୀ କଣ କହୁଚନ୍ତି ଆସନ୍ତୁ ଶୁଣିବା…