Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • T20 World Cup: ଇତିହାସ ରଚିଲେ କର୍ଟିସ କାମ୍ପର, ୪ ବଲ୍‌ରେ ନେଲେ ୪ ଓ୍ଵିକେଟ୍
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ନାଁ ଧଳା ସୁନା କିନ୍ତୁ ଚାଷୀଙ୍କୁ ଦେଉଛି ଦୁଃଖ : ଦଲାଲ ମାଲେମାଲ୍, ମେହେନତର ମୂଲ ମିଳୁନି

1/02/2020 at 5:56 PM

ରାୟଗଡା ୦୧।୦୨: ଆଦିବାସୀ ଅଧ୍ୟୁଷିତ ରାୟଗଡ଼ା ଜିଲ୍ଲାର କପା ସମଗ୍ର ଏସିଆ ମହାଦେଶରେ ପ୍ରସିଦ୍ଧି ଲାଭ କରିଛି। କିନ୍ତୁ ଅର୍ଥକାରୀ ଫସଲ କପାକୁ ନେଇ ଚାଷୀ ମନରେ ଅସରନ୍ତି ଦୁଃଖ । ମଣ୍ଡିରେ ଠିକ ଭାବରେ କପା କିଣା ଯାଉନି । ଫଳରେ ଉପଯୁକ୍ତ ପ୍ରାପ୍ୟ ପାଇବାରୁ ବଞ୍ଚିତ ହେଉଛନ୍ତି ଚାଷୀ ।

ରାୟଗଡା ଜିଲ୍ଲାରେ ଅର୍ଥକାରୀ ଫସଲ କପାକୁ ନେଇ ଚିନ୍ତାରେ ଚାଷୀ । ଚଳିତ ବର୍ଷ ପାଗ ଅନୁକୂଳ ଯୋଗୁଁ ଭଲ ଫସଲ ହୋଇଥିଲା ।ସମଗ୍ର ଜିଲ୍ଲାରେ ୨୭ ହଜାର ୭୧୯ ହେକ୍ଟର ଜମିରେ କପା ଚାଷ ହୋଇଛି । କିନ୍ତୁ ମଣ୍ଡିରେ ଅବ୍ୟବସ୍ଥା ଯୋଗୁଁ ଲୁଟ୍‌ର ଶୀକାର ହେଉଛନ୍ତି ଚାଷୀ ।

ସରକାରଙ୍କ ତରଫରୁ କ୍ବିଂଟାଲ ପିଛା ୫୪୫୦ ଟଙ୍କା ଦର ଧାର୍ଯ୍ୟ କରାଯାଇଛି । କିନ୍ତୁ ଦଲାଲ ଚାଷୀଙ୍କ ଠାରୁ ହଜାରେ ଟଙ୍କା କମ୍‌ରେ କିଣୁଛନ୍ତି । ଆଉ ପରେ ଚାଷୀଙ୍କ ନାଁରେ ପଞ୍ଜିକରଣ କରି ମଣ୍ଡିରେ ବିକୁଛନ୍ତି । ଦଲାଲ ଓ ସିସିଆଇ କର୍ମଚାରୀଙ୍କ ମଧୁଚନ୍ଦ୍ରିକ ଯୋଗୁଁ ମୁନାଫା କମାଉଛନ୍ତି ଦଲାଲ ଏବଂ ଚାଷୀମାନେ କ୍ଷତି ସହୁଛନ୍ତି ।

ସେପଟେ ଦୁର୍ନୀତିକୁ ନେଇ ସିଧାସଳଖ କପା ନିଗମକୁ ଦାୟୀ କରିଛନ୍ତି ରାଜ୍ୟସଭା ସାଂସଦ ଏନ୍.ଭାକ୍ସର ରାଓ । କପା ନିଗମ ଦଲାଲଙ୍କୁ ପ୍ରାତ୍ସାହନ ଦେଉଛି । ତେଣୁ ପ୍ରକୃତ ଚାଷୀ ଲାଭବାନ୍ ହେଉନାହାନ୍ତି । ଏ ନେଇ ସେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବେ ବୋଲି କହିଛନ୍ତି ।

ବାଡ ଯଦି ଫସଲ ଖାଇବ କହିବା କାହାକୁ । ତେଣୁ ତୁରନ୍ତ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରି ପଦକ୍ଷେପ ନେବା ଜରୁରୀ ହେ।ଇପଡିଛି । ନଚେତ୍ ହାଡଭଙ୍ଗା ପରିଶ୍ରମ କରି ଚାଷୀ ଶେ।ଷଣର ଶୀକାର ହେବା  ଏବଂ ବିନା ପରିଶ୍ରମରେ ମାଲେମାଲ ହେଉଥିବେ ଦଲାଲ ।         

   Related Posts