ଅନ୍ଧବିଶ୍ବାସ : ଚୋର ଧରିବାକୁ ଗାଁରେ ବୁଲିଲା ଖଟ

Published By : Prameya-News7 Bureau | November 02, 2019 IST

ନୟାଗଡ ୨।୧୧: ଚୋର ଧରିବାକୁ ଗାଁରେ ବୁଲିଲା ଖଟ । ନୟାଗଡ ଟାଉନ ଥାନା ଅନ୍ତର୍ଗତ ଭାଟସାହି ଗାଁରେ ଘଟିଛି ଏଭଳି ଏକ ଘଟଣା । ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ୨୦ହଜାର ଟଙ୍କା ଚୋରି ହୋଇଥିଲା । ସମ୍ପୃକ୍ତ ବ୍ୟକ୍ତି ଜଣଙ୍କ ଏ ସମ୍ପର୍କରେ ଗାଁରେ ଜଣାଇଥିଲେ । ଚୋର ଧରିବାକୁ ଖଟ ବୁଲାଇବାକୁ ଗାଁରେ ନିଷ୍ପତ୍ତି ହୋଇଥିଲା ।

{"id":177956}

ବେଲବଣି ଗାଁର ଗୁଣିଆ ହାଡିବନ୍ଧୁ ନାହାକ ଖଟ ବୁଲାଇବା ପାଇଁ  ପୂଜାପାଠ କରୁଥିବା ବେଳେ ଖବର ପାଇ ଟାଉନ ଥାନା ପୋଲିସ ଗାଁରେ ପହଞ୍ଚିଥିଲା । ତେବେ ପୋଲିସକୁ ଦେଖି ଗୁଣିଆ ଚମ୍ପଟ ମାରିଥିଲା । ପୋଲିସ ଗ୍ରାମବାସୀଙ୍କୁ ବୁଝାସୁଝା କରି ଫେରିବା ପରେ ପୁଣିଥରେ ଗୁଣିଆ ଆସି ଗାଁ ଲୋକଙ୍କ ସହଯୋଗରେ ଖଟ ବୁଲାଇଥିଲା ।

{"id":177957}

ପୁଣିଥରେ ପୋଲିସ ଗାଁକୁ ଯାଇ ଗୁଣିଆ ହାଡିବନ୍ଧୁକୁ ଥାନାକୁ ଆଣି ଅଟକ ରଖିଛି । ଏପରିକି ଏ ସମ୍ପର୍କରେ ଥାନାରେ କୌଣସି ମାମଲା ରୁଜୁ ହୋଇନଥିବା ବେଳେ ପୋଲିସର ପ୍ରତିକ୍ରିୟା ମିଳିନାହିଁ । ପ୍ରଶାସନର ସଚେତନତା କାର୍ଯ୍ୟକ୍ରମ ସତ୍ତ୍ବେ ଏଭଳି ଅନ୍ଧବିଶ୍ବାସ  ନୟାଗଡ ଜିଲ୍ଲାରେ କମିବାର ନା ଧରୁନି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.