ଦୁନିଆର ଦ୍ୱିତୀୟ ସବୁଠାରୁ ମହଙ୍ଗା ରେଡ଼ିଓଆକ୍ଟିଭ ପଦାର୍ଥ ଜବତ: ଗ୍ରାମ ପ୍ରତି ମୂଲ୍ୟ ୧୯ କୋଟି, କାନପୁର ଆଇଆଇଟିରେ ଚାଲିଛି ଯାଞ୍ଚ

Published By : Prameya-News7 Bureau | June 06, 2021 IST


କାନପୁର ୦୬/୦୬ : ଦୁନିଆର ଦ୍ୱିତୀୟ ସବୁଠାରୁ ମହଙ୍ଗା ରେଡ଼ିଓଆକ୍ଟିଭ ପଦାର୍ଥ କାଲିଫର୍ନିୟମ ସହ ୮ଜଣଙ୍କୁ ଲକ୍ଷ୍ନୌ ପୋଲିସ ଗିରଫ କରିଛି । ଏହି ପଦାର୍ଥକୁ କାନପୁର ଆଇଆଇଟି ପଠାଯାଇଛି । ସେଠାକାର ମେକାନିକାଲ ଇଞ୍ଜିନିୟର ବିଭାଗର ପ୍ରଫେସର ଏହାର ଯାଞ୍ଚ ଆରମ୍ଭ କରିଛନ୍ତି । ଜବତ ହୋଇଥିବା ୩୪୦ ଗ୍ରାମ କାଲିଫର୍ନିୟମର ଦାମ କୋଟି କୋଟି ଟଙ୍କା । ଗ୍ରାମ ପ୍ରତି ଏହାର ଦାମ ୨୭ ଲକ୍ଷ ଡଲାର ବୋଲି କୁହାଯାଇଛି । ଏହା ଦୁନିଆର ଦ୍ୱିତୀୟ ସବୁଠାରୁ ମହଙ୍ଗା ରେଡ଼ିଓଆକ୍ଟିଭ ପଦାର୍ଥ । ଏହା ଏକ ଦୁର୍ଲଭ ପଦାର୍ଥ ।

{"id":462439,"sizeSlug":"large","linkDestination":"none"}

ଗୁରୁବାର ଦିନ କାଲିଫର୍ନିୟମ ନମୁନା କାନପୁର ଆଇଆଇଟି ପଠାଯାଇଛି । ପ୍ରଫେସର ତାକୁ ଚିହ୍ନଟ କରିପାରିନଥିଲେ । ଫଳରେ ଏହାର ଯାଞ୍ଚ ମେକାନିକାଲ ଇଞ୍ଜିନିୟର ବିଭାଗର ପ୍ରଫେସର କରିବେ ନା କେମିକାଲ ଇଞ୍ଜିନିୟର ବିଭାଗ ପ୍ରଫେସର କରିବେ ତାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିଲା । କାନପୁର ଆଇଆଇଟି ନିର୍ଦ୍ଦେଶକ ପ୍ରଫେସର ଅଭୟ କରନ୍ଦିକର କହିଥିଲେ ଯେ କାଲିଫର୍ନିୟମର ଯାଞ୍ଚ ଆରମ୍ଭ ହୋଇଯାଇଛି | ଯାଞ୍ଚ ପ୍ରକ୍ରିୟା ପୁରା ହେବାକୁ ୩ ରୁ ୪ ଦିନ ଲାଗିବ ।

{"id":462440,"sizeSlug":"large","linkDestination":"none"}

ଲକ୍ଷ୍ନୌ ଗାଜିପୁର ପୋଲିସ ଗୁରୁବାର ଦିନ ୮ ଜଣଙ୍କୁ ଗିରଫ କରିଥିଲା । ଏମାନଙ୍କ ଠାରୁ ୩୪୦ ଗ୍ରାମ ସନ୍ଦିଗ୍ଧ କାଲିଫର୍ନିୟମ ଜବତ ହୋଇଥିଲା । ଏହି ଗ୍ୟାଙ୍ଗ ବିହାରରୁ କାଲିଫର୍ନିୟମ ନେଇ ଆସିଥିବା ପୋଲିସ କହିଛି । ଶୁଦ୍ଧ କାଲିଫର୍ନିୟମର ମୂଲ୍ୟ ଗ୍ରାମ ପ୍ରତି ୨୭ ଲକ୍ଷ ଡଲାର ଅର୍ଥାତ ୧୯ କୋଟି ଟଙ୍କା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.