ଦୁନିଆର ସବୁଠୁ ଦାମୀ ପାରା : ଦେଖାଶୁଣା କରିବା ପାଇଁ ଅଛନ୍ତି ବ୍ୟକ୍ତିଗତ ସୁରକ୍ଷାକର୍ମୀ , ଦାମ ଜାଣିଲେ ଆଶ୍ଚର୍ଯ୍ୟ ହେବେ

Published By : Prameya-News7 Bureau | November 12, 2020 IST

ନୂଆଦିଲ୍ଲୀ ୧୨/୧୧ : ପୁଣି ଚର୍ଚ୍ଚାକୁ ଆସିଛି କିମ ନାଁ । କିନ୍ତୁ ଇଏ ଉତ୍ତର କୋରିଆର କିମ-ଜୋଙ୍ଗ-ଉନ ନୁହେଁ  ବରଂ ଗୋଟିଏ ଅସାଧାରଣ ପାରା     । ଯାହାକୁ ନେଇ ଏବେ ସାରା ବିଶ୍ବରେ ଚର୍ଚ୍ଚା । ଏହା ହେଉଛି ଦୁନିଆର ସବୁଠାରୁ ଦାମୀ ପାରା ଯାହାର ଦାମ ୧.୩ ମିଲିୟନ ୟୁରୋ ଅର୍ଥାତ ୧.୧୯ କୋଟି ଟଙ୍କା । ଦେଖାଶୁଣା କରିବା ପାଇଁ ଅଛନ୍ତି ବ୍ୟକ୍ତିଗତ ସୁରକ୍ଷାକର୍ମୀ । ଜଣେ ଦକ୍ଷିଣ ଆଫ୍ରିକୀୟ କଲେକ୍ଟର  ନିଲାମ ବେଳେ ଏହି ପାରାକୁ କିଣିଛନ୍ତି । ସୂଚନା ଅନୁସାରେ ବେଲଜିୟମର ପ୍ରସିଦ୍ଧ ପାରାପାଳକ କମ୍ପାନୀ ଓ୍ବାନ ଡେ ବୁବର ଏହି ମାସରେ ତାର ରେସିଂ ପାରା ସଂଗ୍ରହାଳୟକୁ ନିଲାମ କରିବାକୁ ଘୋଷଣା କରିଥିଲା । ନିଲାମ କରିବାକୁ ଘୋଷଣା କରିବାର ମାତ୍ର ଦେଢ ଘଣ୍ଟା ମଧ୍ୟରେ ୨୨୬ ଜଣ ନିଲାମୀ ପ୍ରକ୍ରିୟାରେ ଭାଗ ନେଇଥିଲେ ଏବଂ ସବୁଠାରୁ ବେଶି ଦାମ ୧.୧୯ କୋଟିରେ ପର୍ଯ୍ୟନ୍ତ ଯାଇଥିଲା ।

{"id":360826,"sizeSlug":"large"}

ତେବେ ଆଶ୍ଚର୍ଯ୍ୟର କଥା ହେଉଛି ବର୍ତ୍ତମାନ ମଧ୍ୟ ନିଲାମୀ ପ୍ରକ୍ରିୟା ଶେଷ ହୋଇନାହିଁ । ଶେଷ ହେବା ପାଇଁ ଆହୁରି ୪ ଦିନ ବାକି ଅଛି । ତେବେ ମାତ୍ର ଦେଢ ଘଣ୍ଟାରେ ଏହା ସବୁଠାରୁ ଦାମୀ ପାରା ଭାବେ ବିବେଚିତ ହୋଇଛି ଯାହାକି ଅମ୍ମାଡୋ ନାମକ ଏକ ବେଲଜିୟମ ପାରାର ଦାମକୁ ପଛରେ ପକାଇଦେଇଛି । ୨୦୧୯ ମସିହାରେ ଚୀନର ଜଣେ କଲେକ୍ଟର ଅମ୍ମାଡୋ ନାମକ ପାରାକୁ ୧.୧୦ କୋଟି ଟଙ୍କାରେ କିଣିଥିଲେ । ତେବେ କିମ ପାରାର ନିଲାମୀ ପ୍ରକ୍ରିୟା ନଭେମ୍ବର୧୫ ରେ ଶେଷ ହେବ । ଏହାରି ମଧ୍ୟରେ କୁହାଯାଉଛି ଯେ ପାରାର ଦାମ ଆହୁରୀ ମଧ୍ୟ ବଢିପାରେ । ତେବେ ନିଲମେ ପ୍ରକ୍ରିୟାର ନିୟମ ଅନୁଯାୟୀ ନିଲାମ ଡାକିସାରିବା ପରେ ପୁନଶ୍ଚଃ ତାକୁ ବାତିଲ କରାଯାଇପାରିବ ନାହିଁ । ଯହି କେହି ନିଲାମରୁ ହଟିବାକୁ ଚାହିଁବେ ତେବେ ସେ ନିଲାମରେ ବାଜି ଲଗାଇଥିବା ଟଙ୍କାର ୨୦ ପ୍ରତିଶତ କାଟି ଦିଆଯିବ ।

{"id":360827,"sizeSlug":"large"}

କେବଳ ପ୍ରତିଯୋଗିତା ପାଇଁ ନୁହେଁ ବରଂ ପ୍ରଜନନ ପାଇଁ ମଧ୍ୟ ଏହି ପାରା କିଣାଯାଏ । ଏହି ପାରା ବିଷୟରେ ଖାସ କଥା ହେଉଛି ଏହା ବହୁତ ଜୋରରେ ଦୌଡି ପାରେ ଏବଂ ଏହାର ବଂଶାବଳୀ ବହୁତ ପ୍ରଭାବଶାଳୀ । ତେଣୁ ଦକ୍ଷିଣ ଆଫ୍ରିକୀୟ କଲେକ୍ଟର  ନିଲାମ କରାଯାଉଥିବା ପାରାକୁ କେବଳ ଦୌଡ ପ୍ରତିଯୋଗିତାରେ ଉପଯୋଗ କରନ୍ତି ତାହା ନୁହେଁ ବରଂ ପ୍ରଜନନରେ ପ୍ରୟୋଗ କରିବା ପାଇଁ ମଧ୍ୟ କିଣନ୍ତି । ପ୍ରତିଯୋଗିତା ଗୁଡିକରେ ପକ୍ଷୀର ଜୀବନ ଯିବା ଆଶଙ୍କା ଅଧିକ ଥାଏ ଅନ୍ୟପଟେ ପ୍ରଜନନ ପରେ ଛୋଟ ପକ୍ଷୀଙ୍କୁ ବିକିବା ବେଶ ଲାଭଦାୟକ ହୋଇଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.