କଷ୍ଟଲି ଫିସ୍‌: ଧାମରାରୁ ଧରା ହେଲା ଗୋଟିଏ ମାଛ –ଦାମ ୭ଲକ୍ଷ ୪୯ ହଜାର

Published By : Prameya-News7 Bureau | September 25, 2019 IST

ଭଦ୍ରକ ୨୫।୦୯ -ଭଦ୍ରକ ଜିଲ୍ଲା ଧାମରାରୁ ଏକ ସାର୍କ ମାଛ ଧରାଯାଇଛି। ଏହାର ଓଜନ ୧ କୁଇଣ୍ଟାଲରୁ ଅଧିକ। ଏହି ମାଛକୁ  କିଲୋ ପ୍ରତି ୭ ହଜାର ଟଙ୍କାରେ ବିକ୍ରି କରାଯାଇଛି । ମାଛଟିକୁ ଏକ ଚେନ୍ନାଇର ଏକ ମେଡିସିନ୍ କଂପାନୀ ୭ ଲକ୍ଷ ୪୯ ହଜାର ଟଙ୍କାରେ କିଣିଛି । …

{"id":162626}

ମାଛର ଦାମ ସାଢେ ୭ଲକ୍ଷ ଟଙ୍କା । ଏହା ଆପଣଙ୍କୁ ନିଶ୍ଟୟ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କଥାଟା ଏକଦମ ସତ । ଏମତି ଏକ ବିଗ୍  ଫିସ୍  ଶିକାର କରିଛନ୍ତି ଭଦ୍ରକ ଧାମରା ବନ୍ଦର ଚାନ୍ଦିନୀ ପାଳର ଧୀବର ମାନେ । ଏହି ମାଛର ନାଁ ଡୋନ୍ ସାର୍କ ଓ ଏହାର ଓଜନ ୧୦୭ କିଲୋ  । କିଲୋ ପିଛା ୭ ହଜାର ଟଙ୍କା ମୂଲ୍ୟରେ ୭ଲକ୍ଷ ୪୯ ହଜାର ଟଙ୍କାରେ ବିକ୍ରି କରାଯାଇଛି ଏହି ମାଛ । ଚେନ୍ନାଇର ଏକ ମେଡିସିନ କମ୍ପାନୀ ଏହି ମାଛକୁ କିଣି ନେଇଛି । ପ୍ରଥମ ଥର ପାଇଁ ଏଭଳି ବିରଳ ତଥା ବହୁମୂଲ୍ୟ ମାଛ ପାଇ ଧୀବରମାନେ ବେଶ ଖୁସି । ମାଛଟିକୁ ଦେଖିବା ଲାଗି ବନ୍ଦରରେ ବେଶ ଭିଡ ଜମିଥିଲା । 

{"id":162627}

ଗତକାଲି ରାତିରେ ନିରୁପମା ନାମକ ଏକ ମାଛଧରା ବୋଟର ଧୀବରମାନେ ସମୁଦ୍ର ଭିତରକୁ ଯାଇଥିବା ବେଳେ ମାଛଟିକୁ ଧରିଥିଲେ । ମାଛଟିକୁ କୂଳକୁ  ଆଣିବାକୁ ୧୫ ଜଣ ମତ୍ସ୍ୟଜୀବୀ ନିୟୋଜିତ ହୋଇଥିଲେ । ଆଗରୁ ଏହି ପ୍ରଜାତିର ୫ ରୁ ୭କେଜି ଓଜନର ମାଛ ଧରାପଡ଼ିଥିବା ନଜିର ରହିଛି । ଏପରିକି ଏହି ଜେଠିରେ ତେଲିଆ ମାଛ କିଲୋ ୩୦କେଜି ଓଜନର ଧରି ବିକ୍ରି କରିଛନ୍ତି ଧୀବର । ହେଲେ ଏତେବଡ ଆଉ ଏତେ ମୂଲ୍ୟର ମାଛ କେବେ ଧରାଯାଇନଥିବା ସେମାନେ କହିଛନ୍ତି ।

{"id":162628}

ଏହି ଡୋନ୍ ସାର୍କ ମାଛ ହେଉ କିମ୍ବା ତେଲିଆ ମାଛ, ସେଗୁଡିକ କୋଲକାତା ଓ ଚେନ୍ନାଇର ମେଡିସିନ୍ କମ୍ପାନୀ ମାନେ ଉଚ୍ଚା ଦରରେ କିଣିଥାନ୍ତି । ଏଠିକାର ସମୁଦ୍ର ତଟରେ ଏଭଳି ଆହୁରି ଅଧିକ ମାଛ ଥିବାର ଆଶା କରାଯାଉଛି । ….

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.