ପରୀକ୍ଷା ଦେବା କଷ୍ଟ, ଖର୍ଚ୍ଚ ତାଠୁ ବେଶୀ ବୋଝ : JEE ସେଣ୍ଟରରେ ପହଞ୍ଚିବା ପାଇଁ ୨୫,୦୦୦ ଖର୍ଚ୍ଚ

Published By : Prameya-News7 Bureau | September 03, 2020 IST

କୋଲକାତା ୦୩।୦୯: JEE ପ୍ରବେଶିକା ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ ଲାଗିଲା ୨୫,୦୦୦ ଟଙ୍କା ଭଡ଼ା । ଅନୁପ ରୟ ମହାପାତ୍ର ନିଜ ପୁଅ ଆୟାନକୁ ପରୀକ୍ଷା କେନ୍ଦ୍ର ନେବାକୁ ଖର୍ଚ୍ଚ କରିଛନ୍ତି ୨୫ ହଜାର ଟଙ୍କା । ମଙ୍ଗଳବାର କୋଲକାତାରେ ଅନୁଷ୍ଠିତ ହୋଇଥିଲା ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା । ଅନୁପ ରୟ ନିଜ ପୁଅ ଆୟାନଙ୍କୁ ନେଇ ମାଲଦାରୁ ସଲ୍ଟ ଲେକ୍ ଯାତ୍ରା କରିଥିଲେ । ଯେଉଁଠାରେ ଆୟାନଙ୍କ ପରୀକ୍ଷା କେନ୍ଦ୍ର ଥିଲା । ସେଠାରେ ପହଞ୍ଚିବାକୁ ଅନୁପ ରୟଙ୍କୁ ୨୫ ହଜାର ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଥିଲା।

କେବଳ ଅନୁପ ରୟ ନୁହଁନ୍ତି ସେହିଭଳି ଅନେକ ପରିବାରକୁ ମୋଟା ଅଙ୍କର ଖର୍ଚ୍ଚ କରିବାକୁ ପଡ଼ିଛି । ପଶ୍ଚିମବଙ୍ଗରେ ସୋମବାର ଲକ୍‌ଡାଉନ୍‌ ଥିବାରୁ ଅନୁପ ରୟ ଓ ପୁଅ ଆୟାନ ଗୋଟିଏ ଦିନ ପୂର୍ବରୁ ଯାତ୍ରା ଆରମ୍ଭ କରିଥିଲେ । ତେବେ ଜେଇଇ ଓ ନିଟ ପରୀକ୍ଷା ପାଇଁ ବିଭିନ୍ନ ରାଜ୍ୟ ଲକ୍‌ଡାଉନ୍ ଓ ସଟଡାଉନ୍ ନିୟମ କୋହଳ କରିଥିବା ବେଳେ ପଶ୍ଚିମବଙ୍ଗ ସରକାର କାହିଁକି ନିୟମ କୋହଳ କରିନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଲୋକେ । ତେବେ ଏଥିପାଇଁ ଅନୁପ ରୟଙ୍କ ଭଳି ଅନେକ ଲୋକ ଅସୁବିଧାରେ ପଡ଼ିଥିବା ସୂଚନା ମିଳିଛି।

ଅନୁପ ରୟ ମହାପାତ୍ର ରବିବାର ସକାଳେ ମାଳଦାରୁ ଏକ କାର କରି ସଲ୍ଟ ଲେକ୍ ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲେ । କୋଲକାତାର କେସ୍ତୋପୁର ସ୍ଥିତ ହୋଟେଲରେ ପୁଅ ଆୟାନଙ୍କ ସହ ରହିଥିଲେ । ପୁଅ ଆୟାନଙ୍କ ପରୀକ୍ଷା ଅପରାହ୍ନରେ ଥିବାରୁ ସେହିଦିନ ଫେରିପାରି ନଥିଲେ ରୟ ମହାପାତ୍ର । ତେବେ ମଙ୍ଗଳବାର ପରୀକ୍ଷା ସରିବା ପରେ ବୁଧବାର ଘର ଅଭିମୁଖେ ବାହାରିଥିଲେ ରୟ ମହାପାତ୍ର ଓ ପୁଅ ଆୟାନ ।

କାରରେ ୩୦୦ କିମି ଯାତ୍ରା କରିବା ବେଳେ ଯଦି କିଛି ଅସୁବିଧା ହୋଇଥାନ୍ତା ତେବେ ଏଥିପ୍ରତି କିଏ ଦାୟୀ ରିହିଥାନ୍ତା ବୋଲି ପ୍ରଶ୍ନ କରିଛନ୍ତି ରୟ ମହାପାତ୍ର । ବହୁ ଅଭିଭାବକ କାର କରି ସେମାନଙ୍କ ପିଲାଙ୍କୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇଥିଲେ । କେବଳ ରୟ ମହାପାତ୍ର ନିଜ ପୁଅକୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚାଇବା ପାଇଁ ଖର୍ଚ୍ଚ କରିଛନ୍ତି ୨୫ ହଜାର ଟଙ୍କା । କେବଳ ଯାତ୍ରା ପାଇଁ ୨୫ ହଜାର ଖର୍ଚ୍ଚ ହୋଇଥିବା ବେଳେ ହୋଟେଲ ଓ ଖାଇବା ଖର୍ଚ୍ଚ ଅଲଗା ବୋଲି କହିଛନ୍ତି ଅନୁପ ରୟ ମହାପାତ୍ର । ପୁଣି ନିଟ୍ ପରୀକ୍ଷା ପାଇଁ ସେମାନଙ୍କୁ ଏହି ସହରକୁ ଫେରିବାକୁ ଥିବା ବେଳେ ଖର୍ଚ୍ଚ ପାଇଁ ଚିନ୍ତାରେ ଅନୁପ ରୟ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.