ପ୍ରସ୍ତାବିତ ରାମ ମନ୍ଦିରରେ ଲାଗିବ ଏହି ପ୍ରକାଣ୍ଡ ଘଣ୍ଟି, ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ୫୦ କାରିଗର

Published By : Prameya-News7 Bureau | November 14, 2019 IST

ଅଯୋଧ୍ୟା୧୪/୧୧:  ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବ ବୋଲି ସୁପ୍ରିମ କୋର୍ଟ ସ୍ପଷ୍ଟ କରି ଦେଇଛନ୍ତି। ସୁପ୍ରିମ କୋର୍ଟଙ୍କ ରାୟ ପରେ ଏ​‌ବେ ମନ୍ଦିରର ଟ୍ରଷ୍ଟ ଗଠନ ନେଇ ପ୍ରକ୍ରିୟା ଜାରି ରହିଛି। ଅଯୋଧ୍ୟାରେ ନିର୍ମାଣ ହେବାକୁ ଥିବା ରାମ ମନ୍ଦିରରେ ଏକ ବିଶାଳ ଘଣ୍ଟି ଲାଗିବ । ଏହି ଘଣ୍ଟିର ଓଜନ ୨୧୦୦ କିଲୋ ହେବ। ଘୁଙ୍ଗୁର- ଘଣ୍ଟି ନିର୍ମାଣ ପାଇଁ ପ୍ରସିଦ୍ଧ ଜଳେସରରେ ଘଣ୍ଟି ନିର୍ମାଣ କାର୍ଯ୍ୟ ଚାଲିଛି। ଏହି ଘଣ୍ଟିର ମୂଲ୍ୟ ପାଖାପାଖି ୧୦ ଲକ୍ଷରୁ ଟଙ୍କାରୁ ଅଧିକ ହେବ। ଘଣ୍ଟ ନିର୍ମାଣ କାର୍ଯ୍ୟରେ ୫୦ ଜଣ କାରିଗର ନିୟୋଜିତ ହୋଇଛନ୍ତି। ୨ରୁ ଅଢ଼େଇ ମାସ ମଧ୍ୟରେ ଏହି ଘଣ୍ଟି ନିର୍ମାଣ କରାଯିବ ବୋଲି ସୂଚନା ମିଳିଛି।

ରାମ ମନ୍ଦିରର ପାଇଁ ନିର୍ମାଣ ହେଉଥିବା ଘଣ୍ଟିର ଉଚ୍ଚତା ୬ ଫୁଟ ଓ ଚୌଡ଼ା ବା ଓସାର ୫ ଫୁଟ୍‌ ହେବ। ରାମ ମନ୍ଦିରର ଅନ୍ୟ ସ୍ଥାନରେ ମଧ୍ୟ ଘଣ୍ଟି ଲାଗିବ ।ତେଣୁ ଆଉ ୧୦ଟି ଘଣ୍ଟି ନିର୍ମାଣ ପାଇଁ ଅର୍ଡର ଦିଆଯାଇଛି।

ଘଣ୍ଟି ନିର୍ମାଣ ପାଇଁ ଜଳେସରର ସାବିତ୍ରୀ ଟ୍ରେଡର୍ସକୁ ଅର୍ଡର ଦିଆଯାଇଛି। ସାବିତ୍ରୀ ଟ୍ରେଡର୍ସର ମାଲିକ ତଥା  ଜଳେସର ପୌରପାଳିକାର ଅଧ୍ୟକ୍ଷ ବିକାଶ ମିତଲ କହିଛନ୍ତି ଯେ ଗୋଟିଏ ୨୧୦୦ କିଲୋରେ ଘଣ୍ଟି ଏବଂ ୫୦୦, ୨୫୦ ଓ ୧୦୦ କିଲୋର ଓଜନର  ଆଉ ୧୦ଟି ଘଣ୍ଟି ନିର୍ମାଣ ପାଇଁ ଅର୍ଡର ମିଳିଛି। ଘଣ୍ଟି ନିର୍ମାଣ କାମ ଆରମ୍ଭ ହୋଇଗଲାଣି। ଘଣ୍ଟିର ନମୂନା ଓ ଛାଞ୍ଚ ପ୍ରସ୍ତୁତ  ହୋଇ ସାରିଛି। ଏଥିସହ ପିତ୍ତଳ, କଂସା ଓ ଅନ୍ୟ ଧାତୁ ମିଶ୍ରଣରେ ୨୧୦୦ କିଲୋ ଓଜନର ଘଣ୍ଟି ରାମ ମନ୍ଦିର ପାଇଁ ତିଆର ହେବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.