ତାଳଦଣ୍ଡା ପୋଲ ଦୁର୍ନୀତିର ଖୋଲୁଛି ଗୁମର : ବଡ଼ଭାଇ ଯନ୍ତ୍ରୀ ସାନଭାଇ ଠିକାଦାର, ୪୩ଲକ୍ଷରେ କାହାର କେତେ ?

Published By : Prameya-News7 Bureau | January 10, 2020 IST

କଟକ ୧୦/୧: ଦୁର୍ନୀତିର ଗନ୍ତାଘର ପାଲଟିଛି କଟକ ପୂର୍ତ୍ତବିଭାଗ । ଯାହାର ପ୍ରମାଣ ହେଲା ୨କୋଟି ୧୨ଲକ୍ଷ ଟଙ୍କାର ନିର୍ମାଣ କାମରେ ୪୩ଲକ୍ଷ ଟଙ୍କାର ଘୋଟାଲା ପାଇଁ ଏବେ ଭିଜିଲାନ୍‌ସ୍‌ ପଞ୍ଝାକୁ ଆସିଛନ୍ତି ଜଣେ ଠିକାଦାରଙ୍କ ସମେତ ୬ଜଣ ଯନ୍ତ୍ରୀ । ହାଇକୋର୍ଟଙ୍କ ଛାଟ ପରେ ତାଳଦଣ୍ଡା ପୋଲ ଘୋଟାଲାର ପର୍ଦ୍ଦାଫାସ ହୋଇଛି । ….

{"id":209479,"sizeSlug":"large"}

ବଡ଼ଭାଇ ପୂର୍ତ୍ତବିଭାଗର ସହକାରୀ ଯନ୍ତ୍ରୀ ଥିଲେ, ତେଣୁ ସାନଭାଇଙ୍କୁ ମିଳିଗଲା ତାଳଦଣ୍ଡା ପୋଲ ନିର୍ମାଣର ଠିକାକାମ । ଆଉ ସମସ୍ତଙ୍କ ମିଲଭଗତ୍‌ରେ ଚାଲିଥିଲା ଦୁର୍ନୀତି । ଇଏ ହେଉଛି କଟକ ନୂଆବଜାରରେ ଥିବା ସେଇ ତାଳଦଣ୍ଡା କେନାଲ ଉପରେ ନବ ନିର୍ମିତ ପୋଲ । ଯେଉଁ ପୋଲ ନିର୍ମାଣ କାମରେ ହୋଇଛି ବ୍ୟାପକ ଘୋଟାଲା । ପ୍ରମାଣ ପାଇବା ପରେ ୬ଜଣ ଯନ୍ତ୍ରୀଙ୍କ ସମେତ ଜଣେ ଠିକାଦାରଙ୍କୁ ଗିରଫ କରିଛି ଭିଜିଲାନ୍ସ ।

{"id":209480,"sizeSlug":"large"}

ପୂର୍ବରୁ ଏନେଇ ବାରମ୍ବାର ଅଭିଯୋଗ ହୋଇଥିଲା । ହେଲେ କେହି ଶୁଣିନଥିଲେ । ହାଇକୋର୍ଟଙ୍କ ଛାଟ ପରେ ଆକ୍ଟିଭ୍‌ ହୋଇପଡ଼ିଥିଲା ଭିଜିଲାନ୍‌ସ୍‌  । ଆଉ ଦୁର୍ନୀତିଖୋର ଯନ୍ତ୍ରୀ ଓ ଠିକାଦାରଙ୍କୁ ଧରିବାକୁ ପ୍ରକାଶ ପାଇଥିଲା ତତ୍ପରତା । ଦେଖନ୍ତୁ ପୋଲ ତିଆରି ବେଳର ଏହି ଫାଇଲ୍‌ ଫଟୋକୁ । କିଭଳି ନିମ୍ନମାନର କାମ କରି ସରକାରୀ ଅର୍ଥ ଲୁଟ୍‌ରେ ମାତିଥିଲେ ଯନ୍ତ୍ରୀ ଆଉ ଠିକାଦାର ।

{"id":209481,"sizeSlug":"large"}

୨୦୧୪-୧୫ ଆର୍ଥିକ ବର୍ଷରେ ତାଳଦଣ୍ଡା କେନାଲ ବ୍ରିଜ୍‌ ପାଇଁ ୨କୋଟି ୧୨ଲକ୍ଷ ୫୩ହଜାର ୮୦୧ଟଙ୍କାର ଟେଣ୍ଡର ହୋଇଥିଲା । ଏହି କାମ ପାଇଁ କେବଳ ଜଣେ ଠିକାଦାର ତୃପ୍ତି ରଞ୍ଜନ ଦେବତା ଟେଣ୍ଡର ଭରିଥିଲେ । ସେତେବେଳେ ଠିକାଦାର ତୃପ୍ତି ରଞ୍ଜନଙ୍କ ବଡ଼ ଭାଇ ରଞ୍ଜନ ଦେବତା କଟକ ପୁର୍ତ୍ତ ବିଭାଗର ସହକାରୀ ଯନ୍ତ୍ରୀ ଥିଲେ । ନିର୍ମାଣ କାମର ଅଭିଜ୍ଞତା ନଥିବାରୁ ଅନ୍ୟ ଜଣେ ବ୍ୟକ୍ତି ମାନସ ରଞ୍ଜନ ଓଝାଙ୍କୁ ପାଓ୍ବାର ଅଫ୍‌ ଆଟର୍ଣ୍ଣି ଦେଇ କାମ କରାଇଥିଲେ ତୃପ୍ତି ରଞ୍ଜନ । ନର୍ମାଣ କାମ ସରିବା ପରେ ତୃପ୍ତି ରଞ୍ଜନଙ୍କୁ ୨କୋଟି ୨ଲକ୍ଷ ୨୫ହଜାର ୧୪୮ଟଙ୍କା ବିଲ୍‌ ପୈଠ କରାଗଲା, ଆଉ ବାକି ୪୩ଲକ୍ଷକୁ ଚଳୁ କରିଦେଲେ ପୂର୍ତ୍ତ ବିଭାଗର କିଛି ଅସାଧୁ  ଯନ୍ତ୍ରୀ ଓ କର୍ମଚାରୀ । ଏବେ ହାଇକୋର୍ଟଙ୍କ ନିର୍ଦେଶ ପରେ ପୂର୍ତ୍ତ ବିଭାଗର ସହାକରୀ  ନିର୍ବାହୀ ଯନ୍ତ୍ରୀ ରଜନୀକାନ୍ତ ଦଳବେହେରା, ସହକାରୀ ଯନ୍ତ୍ରୀ ରବି ନାରାୟଣ ସାହୁ, ସହକାରୀ ଯନ୍ତ୍ରୀ ରଞ୍ଜନ ଦେବତା, ଏବଂ ଅବସରପ୍ରାପ୍ତ ଅଧୀକ୍ଷଣ ଯନ୍ତ୍ରୀ ବିମଳ ଚନ୍ଦ୍ର ଦାସ, ନିର୍ବାହୀ ଯନ୍ତ୍ରୀ ସୁଧୀର କୁମାର ପଣ୍ଡା, ଆକାଉଣ୍ଟସ ଅଫିସର ଅବନୀକାନ୍ତ ରାଉତ ଓ ଠିକାଦାର ତୃପ୍ତି ରଞ୍ଜନ ଦେବତାଙ୍କୁ ଗିରଫ କରିଛି ଭିଜିଲାନ୍ସ ।

{"id":209482,"sizeSlug":"large"}

ତେବେ ଏହି ମାମଲାରେ  କଟକ ପୁର୍ତ୍ତ ବିଭାଗ ଡିଭିଜନ ଟୁର ସହକାରୀ ନିର୍ବାହୀ ଯନ୍ତ୍ରୀ ଶଭାଶିଷ ମହାପାତ୍ର ମଧ୍ୟ ଏବେ ସେ ଭିଜିଲାନ୍‌ସ୍‌ ସ୍କାନରରେ ଅଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.