ସ୍ୱଚ୍ଛ ଭାରତ ମିଶନରେ ଅସ୍ୱଚ୍ଛର ଗନ୍ଧ

Published By : Prameya-News7 Bureau | July 28, 2018 IST

ସ୍ବଚ୍ଛ ଭାରତ ମିଶନରେ ଅସ୍ବଚ୍ଛର ଗନ୍ଧ । ହିତାଧତ୍କାରୀଙ୍କ ନାମରେ ଉଠିଚି ପ୍ରୋତ୍ସାହନ ରାଶି । ମାତ୍ର ବାଟମାରଣ ହୋଇଛି ଏହି ଆର୍ଥରାଶି । ବାଲିପାଟଣା ବ୍ଲକ ନରିଶୋ ଗ୍ରାମ ପଂଚାୟତ ଖଜୁରିଆପଡାରେ ହୋଇଛି ଆସିଛି ଏଭଳି ଅଭିଯୋଗ । ଦେଖନ୍ତୁ ଏହି ରିପୋର୍ଟ । ଲୋକମାନଙ୍କର କିଛି ଏପରି ଅଭିଯୋଗ ଆସିଛି ଖଜୁରିଆପଡା ଗ୍ରାମରୁ । କେନ୍ଦ୍ର ସରକାର ଦେଇଥିବା ଏହି ସୂଚନାରେ ବାଲିପାଟଣା ବ୍ଲକ ନରିଶୋ ଗ୍ରାମ ପଂଚାୟତର ଖଜୁରିଆପଡାର ପ୍ରାୟ ୨୮ ଜଣ ଏପରି ହିତାଧତ୍କାରୀ ସ୍ବଚ୍ଛ ଭାରତ ମିଶନରେ ପାଇଖାନା କରିବା ପାଇଁ ପ୍ରୋତ୍ସାହନ ରାଶି ପାଇଛନ୍ତି । ପାଇଖାନା କରିବା ପାଇଁ ପ୍ରୋତ୍ସାହନ ରାଶି ରହିଥିଲା ୧୨ ହଜାର ଟଙ୍କା କେବଳ କାଗଜ କଲମରେ ପାଇଛନ୍ତି । ପ୍ରକୃତପକ୍ଷେ କଥା ଭିନ୍ନ । ଅନେକ ପାଇଖାନା କରିଛନ୍ତି ମାତ୍ର ପ୍ରୋତ୍ସାହନ ରାଶି ପାଇନାହାନ୍ତି । ଅନେକ ତ କାର୍ଯ୍ୟଦେଶ ନ ପାଇ ମଧ୍ୟ ତାଙ୍କ ନାମରେ ଟଙ୍କା ଉଠାଯାଇଛି ଆଉ ପାଇଖାନାର ଫଟୋ ମଧ୍ୟ ୱେବ ସାଇଟ୍ ରେ ଅପଲୋଡ କରାଯାଇଛି । ଏପରିକି ଖଜୁରିଆପଡା ଗ୍ରାମର ହିତାଧତ୍କାରୀ ଙ୍କ ଗ୍ରାମ ନରିଶୋ ବୋଲି ଦର୍ଶ।ଯାଇଥିବା ସ୍ଥଳେ ଚେକ/ଡିଡିରେ ପେମେଂଟ ହୋଇଥିବା ଦର୍ଶ।ଯାଇଛି। ଏଭଳି ସ୍ଥଳେ ବ୍ଲକ କାର୍ଯ୍ୟ।ଳୟରେ ଆର.ଟି.ଆଇ ଆକ୍ଟ ରେ ସୂଚନା ମଗାଯାଇଥିଲେ ମଧ୍ୟ ସୂଚନା ପ୍ରଦାନ କରାଯାଇନାହିଁ। ଗ୍ରାମ୍ୟ ପରିମଳ ଏବଂ ଜଳ ଯୋଗାଣ କନିଷ୍ଠ ଯନ୍ତ୍ରୀ ଏ ବାବଦରେ ସୂଚନା ଦେବାକୁ ଅମଙ୍ଗ । ବି.ଡି.ଓଙ୍କ କହିବା ଅନୁଯାୟୀ ’ହିତାଧିକାରୀଙ୍କ ଅର୍ଥ ହଡପ ହୋଇନାହିଁ । ଟାର୍ଗେଟ୍ ଦିଆଯାଇଥିବା , ପୂରଣ ହୋଇପାରିନଥିଲା । ଯେଉଥତ୍ପାଇଁ ତରବରିଆ ଭାବେ କେନ୍ଦ୍ର ସରକାରଙ୍କୁ ଭୁଲ ତଥ୍ୟ ଦିଆଯାଇଛି । ଟଙ୍କା ଆସିଛି, ଆମ ଆକାଉଟରେ ଅଛି । ହିତାଧତ୍କାରୀ ପାଇଖାନା କଲେ ତାଙ୍କୁ ଟଙ୍କା ପ୍ରଦାନ କରାଯିବ ।’ ମାତ୍ର ବି.ଡି.ଓ କ୍ୟାମେରା ସାମ୍ମାନାରେ କିଛି କହିବାକୁ ନାରାଜ । କେତେ ସାଙ୍ଘାତିକ ଦୁର୍ନିତି କାର୍ଯ୍ୟ ଚଲିଛି ବାଲିପାଟଣାରେ ଏହା ହେଉଛି ଏକ ଉଦାହରଣ । କିପରି କାର୍ଯ୍ୟ।ଦେଶ ଦିଆନଯାଇ କେନ୍ଦ୍ର ସରକାରଙ୍କୁ ରିପୋଟ ଦିଆଯାଇଛି ତାହା ଏବେ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏ ତ କେବଳ ଗୋଟିଏ ଗ୍ରାମର ଘଟଣା । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ କଲେ ଆହୁରି ଅନେକ ତଥ୍ୟ ସାମ୍ମନାକୁ ଆସିପାରିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.