ବରଗଡରେ ପୁଣି ଧାନ କିଣାରେ ଦୁର୍ନୀତି ; ଶହ ଶହ ଜାଲ୍ ଚାଷୀ ପରିଚୟ ପତ୍ରରେ ଧାନ କିଣାଯାଇଥିବା ଅଭିଯୋଗ
22/11/2018 at 11:22 AM

ବରଗଡ ୨୨|୧୧: ବରଗଡ଼ରେ ଧାନ କିଣା ଦୁର୍ନୀତିର ପୁଣି ଏକ ଚିତ୍ର ସାମ୍ନାକୁ ଆସିଛି । ଶହ ଶହ ଜାଲ୍ ଚାଷୀ ପରିଚୟ ପତ୍ରରେ ଧାନ କିଣାଯାଇଥିବା ଅଭିଯୋଗ ହୋଇଛି । ଏପରିକି ଯେଉଁ ଚାଷୀଙ୍କଠାରୁ ଧାନ କିଣାଯାଇଛି, ସେମାନେ ଯେଉଁ ଜମି ରେକର୍ଡ ଦେଖାଇଛନ୍ତି ସେ ମଧ୍ୟରେ ଅଛି ଗୋଚର ଜମି, ଦେବୋତ୍ତର ଜମି, ଗ୍ରାମ୍ୟ ଜଙ୍ଗଲ, ସରକାରୀ ଜମି, କେନାଲ ଓ ସଡ଼କ କିସମ ଜମି ସବୁ । ଏମିତି ଶହଶହ ଜାଲ୍ ଚାଷୀ ପରିଚୟ ପତ୍ରରେ କୁଇଣ୍ଟାଲ୍ କୁଇଣ୍ଟାଲ୍ ଧାନ କିଣାବିକା ହୋଇଛି । ଏସବୁ କେଳେଙ୍କାରୀର ଅଭିଯୋଗ ଆଣିଛି ଫାଇଟ୍ ଅନ୍ ରାଇଟ୍ ସଂଗଠନ । ପୂର୍ବରୁ ମୋଟର ସାଇକେଲ , ସ୍କୁଟର, ସ୍କୁଟି, ଛତିଶଗଡ଼, ଆନ୍ଧ୍ରପ୍ରଦେଶ ନମ୍ବର ଗାଡି ଦର୍ଶାଇ ଧାନ ବିକ୍ରିର ଅଭିଯୋଗ ଆସିଥିଲା । ଫଲ୍ସ ଏଣ୍ଟ୍ରି କରି ବିନା ମଣ୍ଡିକୁ ଯାଇ ଶହଶହ କ୍ବିଣ୍ଟାଲ୍ ଧାନ ମିଲ୍ କୁ ଚାଲାଣ କରାଯାଇଥିବା ଅଭିଯୋଗ ହୋଇଛି । ଘଟଣାକୁ ନେଇ ତଦନ୍ତ ହେବା ପରେ ୮ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।