ରେଳ ଖାଦ୍ୟରେ ଦୁର୍ନୀତି:ଆଇ ଆର୍ ସି ଟି ସି ନିୟମକୁ ବେଖାତିର : ରେଳ ଯାତ୍ରୀଙ୍କୁ ଲୁଟୁଛନ୍ତି କ୍ୟାଟେରିଂ ଦାଇତ୍ବ ନେଇଥିବା ଠିକାଦାର

Published By : Prameya-News7 Bureau | November 05, 2018 IST

ନିୟମ ରହିଛି କାଗଜ କଲମରେ, ହେଲେ କାମ ହେଉଛି ଓଲଟା। ପୂରା ଦିବାଲୋକରେ ଯାତ୍ରୀଙ୍କୁ ଲୁଟୁଛନ୍ତି ଟେଣ୍ଡର ନେଇଥିବା ବ୍ୟକ୍ତି। ଟଙ୍କାକର ଜିନିଷକୁ ବିକ୍ରୀ କରୁଛନ୍ତି ୨ଟଙ୍କାରେ। ବିଲ୍ ଦେବାର ନିୟମ ଥିଲେବି ଦେଉନାହାନ୍ତି ବିଲ୍। କେହି ବିଲ୍ ମାଗିଲେ ବା ନିୟମ ସଂପର୍କରେ କହିଲେ ସେମାନେ ତାକୁ ଦେଖାଉଛନ୍ତି ଲାଲି ଆଖି। ଏପ୍ରକାର ଘଟଣା ଘଟୁଛି ଭାରତୀୟ ରେଳ ବିଭାଗରେ। ଟ୍ରେନରେ ଖାଦ୍ୟର ମୂଲ୍ୟ ସମ୍ପର୍କରେ ସୂଚନା ଦେବାପାଇଁ ବିରାଟ ଚାଟ ଲାଗିଥାଏ। କିନ୍ତୁ କାମ ହୁଏ ଓଲଟା। ସେମାନେ ଯେଉଁ ପ୍ଲାଷ୍ଟିକ ଟ୍ରେରେ ପ୍ୟାକିଂ ଖାଦ୍ୟ ରଖନ୍ତି ସେହି ଟ୍ରେଗୁଡିକ ରହିଥାଏ ଗୋଟାଏ ଅସନା ଜାଗାରେ।ଯେଉଁଠାରେ ଥାଏ ଡ଼ଷ୍ଟବିନ୍। ସେଠାରୁ ସେମାନେ ସେହି ଟ୍ରେଗୁଡ଼ିକୁ ନେଇ ସେଥିରେ ସେମାନେ ଖାଦ୍ୟ ରଖନ୍ତି। ରୋଷେଇ ଶାଳ ଅସନା ହୋଇ ପଡ଼ିଥାଏ। ରନ୍ଧା ଖାଦ୍ୟ ସବୁ ଢ଼ଙ୍କା ଯାଇନଥାଏ। ଆଇ ଆର୍ ସିଟିସି-୨୦୧୮ ନିୟମ ଅନୁସାରେ ଏକ୍ସପ୍ରେସ ଓ ମେଲ ଟ୍ରେନରେ ଯାତ୍ରୀମାନଙ୍କୁ କ୍ୟାଟେରରମାନେ ମଧ୍ୟାନ୍ନ ଭୋଜନ ଓ ରାତ୍ରୀ ଭୋଜନ ପାଇଁ ଦେଉଥିବା  ଥାଳିର ମୂଲ୍ୟ ନିରାମିଷ ପାଇଁ ୫୦ଟଙ୍କା ଓ ଆମିଷ ପାଇଁ ୫୫ଟଙ୍କା ରହିଛି।  ଏଥିରେ  ୧୫୦ଗ୍ରାମ ଭଲ ଚାଉଳର ଭାତ ବା ଜିରାରାଇସ୍, ୨ଟି ପରଟା , ୪ଟି ଚପାତି ବା ୫ଟି ପୁରି, ୧୦୦ଗ୍ରାମର ଗୋଟାଏ ତରକାରୀ,୧୫୦ଗ୍ରାମ ଡ଼।ଲି, ଆଚାର, ୧୦୦ଗ୍ରାମର ଦହି ବା ୪୦ଗ୍ରାମର ମିଠା ଓ ଗୋଟାଏ ୨୫୦ଏମଏଲ ପାଣି ଗ୍ଲାସ ରହିବ ବୋଲି ସ୍ପଷ୍ଟ ଲେଖା ଯାଇଛି । ସେହିଭଳି ଆମିଷ ଥାଳିରେ ତରକାରୀ ବଦଳରେ ୨ଟି ଅଣ୍ଡାର ତରକାରୀ ଦିଆଯିବାର ବ୍ୟବସ୍ଥା ରହିଛି।  ହେଲେ ଯାତ୍ରୀଙ୍କୁ ମିଳୁଛି କେବଳ ଭାତ, ଡ଼।ଲି, ଗୋଟାଏ ତରକାରୀ, ଆଚାର ଓ ୨ଖଣ୍ଡ ରୋଟି ଓ ପାଣି। ଦହି କି ମିଠା ଦିଆ ଯାଉନାହିଁ। ଏହାପୁଣି ଦ୍ବିଗୁଣ ଦରରେ । ନିରାମିଷ ଥାଳି ୯୦ରୁ ୧୦୦ଟଙ୍କା ନେଉଥିବାବେଳେ ଆମିଷ ଥାଳି ନେଉଛନ୍ତି ୧୨୦ରୁ ୧୪୦ଟଙ୍କା। ଟ୍ରେନର ସବୁ ବଗିରେ   ଖାଦ୍ୟ ଫ୍ରି'' ବୋଲି  ଲେଖାଯାଇଥିଲେହେଁ ଯାତ୍ରୀ ମାନଙ୍କୁ ମିଳୁନି ବିଲ୍। ସେହିଭଳି ଚାହା ଗୋଟାକୁ ୫ଟଙ୍କା ନେବାକୁ ନିୟମ ଥିଲେହେଁ ସେମାନେ ନେଉଛନ୍ତି ୧୦ଟଙ୍କା, ସିଙ୍ଗଡ଼। ଗୋଟା ୫ଟଙ୍କା ନେବାକୁ ନିୟମ ଥିଲେହେଁ ନେଉଛନ୍ତି ୭ଟଙ୍କା। ଏହିଭଳି ସମସ୍ତି ଖାଦ୍ୟର ମୂଲ୍ୟ ଦ୍ବିଗୁଣ ଦେବାକୁ ପଡ଼ୁଛି। ଗୋଟିଏ ସର୍ଭେରେ ଜଣାପଡ଼ିଛି ଭାରତବର୍ଷରେ ୭ହଜାରରୁ ଉର୍ଦ୍ଧ ଯାତ୍ରୀବାହୀ ଟ୍ରେନ ଚାଲିଛି। ସେଥତ୍ମଧ୍ୟରୁ ୨ହଜାରରୁ ଉର୍ଦ୍ଧ ଟ୍ରେନରେ ଖାଦ୍ୟ ଦେବାର ବ୍ୟବସ୍ଥା ରହିଛି। ଗୋଟାଏ ଦିନରେ ୨୦ରୁ ୩୦କୋଟି କଳାଧନ ଏଥିରୁ ମିଳୁଛି। ହେଲେ ଏହି ଅର୍ଥ ନେଉଛି କିଏ?ତାହା ଏବେ ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.