ଚେ।ରି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର- କାର୍ଯ୍ୟାଦେଶ ଆସିଛି ଜଣଙ୍କ ନାଁରେ କିନ୍ତୁ ଘର କରିଛନ୍ତି ଆଉ ଜଣେ ବ୍ୟକ୍ତି

Published By : Prameya-News7 Bureau | December 02, 2019 IST

ଭୁବନେଶ୍ୱର ୦୨।୧୨- ସବୁ କଚ୍ଚା ଘର ପକ୍କା ହେବ । ଅସୁରକ୍ଷିତ ଘର ଯେ।ଗୁଁ ଦୁର୍ଘଟଣାରେ କାହାର ମୃତ୍ୟୁ ହେବନି । ସେଥିପାଇଁ ପାରୁ ପର୍ଯ୍ୟନ୍ତ ଚେଷ୍ଟା ଚଳାଇଛନ୍ତି ରାଜ୍ୟ ସରକାର । କିନ୍ତୁ କିଛି ଅସାଧୁ କର୍ମଚାରୀଙ୍କ ଯେ।ଗୁଁ ଥିଲା ବାଲାଙ୍କୁ ମିଳୁଛି ନ ଥିଲା ବାଲାଙ୍କ ହାତ ଖାଲି । ନୂଆପଡାରୁ ଆସିଛି ପ୍ରଧାନମନ୍ତ୍ରୀ ଆବାସ ଯେ।ଜନା ଚେ।ରି ଅଭିଯେ।ଗ ।

{"id":192952,"sizeSlug":"large"}

ଚେ।ରି ହେଉଛି ପ୍ରଧାନମନ୍ତ୍ରୀ ଆବାସ ଯେ।ଜନାରେ ଘର । କାର୍ଯ୍ୟାଦେଶ ଆସିଛି ଜଣଙ୍କ ନାଁରେ କିନ୍ତୁ ଘର କରିଛନ୍ତି ଆଉ ଜଣେ ବ୍ୟକ୍ତି । ନୂଆପଡା ଜିଲ୍ଲା ସଦର ବ୍ଲକ ଗୋତମା ଗାଁର ତୁଳାରାମ ସାହୁ ପ୍ରଧାନମନ୍ତ୍ରୀ ଆବାସ ପାଇଁ ଆବେଦନ କରିଥିଲେ । କିନ୍ତୁ କାର୍ଯ୍ୟାଦେଶ ଆସିଲା ଗାଁର ଆଉ ଜଣେ ତୁଳାରାମଙ୍କ ନାଁରେ । କାର୍ଯ୍ୟାଦେଶ ଆସିବା ପରେ ଦ୍ବିତୀୟ ତୁଳାରାମ ଘର ବି କରିଛନ୍ତି । ଏବେ ଦ୍ବିତୀୟ ଥର ଘର ପାଇ ଆବେଦନ କରିବା ପରେ ପଦାରେ ପଡିଛି ଦୁର୍ନୀତି । ସେପେଟ ଜିଲ୍ଲା ପ୍ରଶାସନର ତ୍ରୃଟି ଯେ।ଗୁଁ ଏବେବି ଘର ଖଣ୍ଡ ପାଇଁ ସଂଘର୍ଷ କରୁଛନ୍ତି ପ୍ରକୃତ ହିତାଧିକାରୀ ।

{"id":192953,"sizeSlug":"large"}

ତୁଳାରାମଙ୍କ ପରିବାରର ୨୬ଜଣ ସଦସ୍ୟ । ସମ୍ପତି କହିଲେ ୫ ବଖରା ଘର ଓ ବାପା ଅର୍ଜିତ ସମ୍ପତିରୁ ଜଣକା ଦେଢ ଏକର ଲେଖାଏଁ ଭାଗ । ସବୁ ଦୃଷ୍ଟିରୁ ସେ ଆବାସ ଯେ।ଜନାରେ ଘର ଖଣ୍ଡ ପାଇବାକୁ ଯେ।ଗ୍ୟ ।

{"id":192954,"sizeSlug":"large"}

କିନ୍ତୁ ପ୍ରଶ୍ନ ଉଠୁଛି କେମିତି ବାଦ୍ ପଡିଲେ ତୁଳାରାମ । ବିନା ଯାଚଂରେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ  ପ୍ରଧାନମନ୍ତ୍ରୀ  ଆବାସ ଯୋଜନାରେ କେମିତି ମିଳିଲା ଘର? ଏଥିରେ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ଡେରାବିଶ ବ୍ଲକ୍ କର୍ମଚାରୀଙ୍କ  ସଂପୃକ୍ତି  ନାହିଁ ତ ?  

{"id":192956,"sizeSlug":"large"}

ତୁଳାରାମଙ୍କ ଘଟଣା ଜଣା ପଡିବା ପରେ ଏବେ ଜିଲ୍ଲା ପ୍ରଶାସନ କର୍ମଚାରୀଙ୍କ ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ ଏହି ଘଟଣା କାହିଁକି ବରଂ ଏହି ପରି ଆହୁରି ଅନେକ  ଜାଲିଆତି ଘଟଣାର  ଉପଯୁକ୍ତ ତଦନ୍ତ  କରାଯାଇ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ଯାନୁଷ୍ଠାନ ପାଇଁ ଦାବି ହୋଇଛି। 

{"id":192957,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.