ମନରେଗା କାମରେ ଦୁର୍ନୀତି ଅଭିଯୋଗ ; ଶ୍ରମିକ ବଦଳରେ ମେସିନ କରୁଛି କାମ

Published By : Prameya-News7 Bureau | June 24, 2018 IST

ବାଟ ହୁଡୁଛି ମନରେଗା ଯୋଜନା । ମଣିଷ ବଦଳରେ ମେସିନ କରୁଛି ମନରେଗା କାମ । ଏଭଳି ଅଭିଯୋଗ ଆସିଛି ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକ ଅନ୍ତର୍ଗତ ମଞ୍ଚାଗାଁ ପଞ୍ଚାୟତ ର ବଙ୍ଗଳାଗୁଡା ଗାଁରେ । ଶ୍ରମିକ ମାନଙ୍କୁ ମଜୁରି ତଥା କର୍ମସଂସ୍ଥାନ ଯୋଗାଇଦେବା ଲକ୍ଷ୍ୟ ନେଇ ମହାତ୍ମା ଗାନ୍ଧୀ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର କାର୍ଯ୍ୟକ୍ରମ ସରକାର ହାତକୁ ନେଇଥିଲେ । ଏହି ଯୋଜନା ରେ ଅନ୍ତର୍ଭୁକ୍ତ ହୋଇ ଶ୍ରମିକ ମାନେ ଉଚିତ ପାଉଣା ପାଇବେ ଯାହାଫଳରେ କାମ ଅଭାବରୁ ଉପୁଜୁଥିବା ଦାଦନ ଭଳି ସମସ୍ୟା ଦୂର ହୋଇପାରିବ । କିନ୍ତୁ ଦୁର୍ଭାଗ୍ୟ ର ବିଷୟ ମନରେଗା ନିଜ ବାଟ ହୁଡୁଛି ସେହି ଜିଲ୍ଲାରେ ଯେଉଁ ଜିଲ୍ଲା ରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଆଉ ଯେଉଁଠି ଆଦିବାସୀ ଶ୍ରମିକ ମାନେ କାମ ଅଭାବରୁ ଦାଦନ ହୋଇ ବାହାର ରାଜ୍ୟକୁ ଯାଉଛନ୍ତି । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ରୁ ଆସିଛି ମନରେଗା ଯୋଜୋନର ଆଶ୍ଚର୍ଯ୍ୟ ଜନକ ଚିତ୍ର । ଯେଉଁଠି ମନରେଗା ଯୋଜୋନା ବାବଦ ରାସ୍ତା କାମ ମେସିନ ଦ୍ଵାରା କରାଯାଉଥିବା ର ଭିଡିଓ ସାମନାକୁ ଆଣିଛନ୍ତି ଖୋଦ ଗ୍ରାମବାସୀ । ଏ ସମ୍ପର୍କରେ ବ୍ଲକ କାର୍ଯ୍ୟ।ଳୟରେ ନଥିପତ୍ର ପ୍ରସ୍ତୁତ ହୋଇନଥିବା ଊଚପଦସ୍ତ ଅଧିକାରୀ କହୁଥିବାବେଳେ ରାସ୍ତା କାମର ତଦାରଖ କରୁଥିବା ଅଧିକାରୀ କିନ୍ତୁ କହୁଛନ୍ତି ଫାଇଲ ଖୋଲାଯାଇଛି । ତେବେ ଆମେ ଏ ସମ୍ପର୍କରେ ତଦନ୍ତ କରି ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କାମ ପାଇଁ ଫାଇଲ ମନରେଗା ଯୋଜୋନରେ ଖୋଲା ଯାଇନଥିବା କହିଛନ୍ତି । ଶ୍ରମିକ ବଦଳରେ ମେସିନ ଲଗାଇ କାମ କରାଯାଉଥିବାରୁ ଗ୍ରାମବାସୀ ଏହାର ଘୋର ବିରୋଧ କରିବା ସହ ଏହାର ତଦନ୍ତ ଦାବି କରିଛନ୍ତି । ବ୍ଲକ କାର୍ଯ୍ୟ।ଳୟ ନଥି ପତ୍ରରେ ସେ ବାବଦ କୁ କୌଣସି କାମ ନଥିବା ବେଳେ କିନ୍ତୁ କୌତୁହୋଳ ର କଥା ହେଉଛି ସଂପୃକ୍ତ କାମର କନିଷ୍ଠ ଯନ୍ତ୍ରୀ ସେ କାର୍ଯ୍ୟର ଫାଇଲ ଖୋଲା ଯାଇଥିବା ଦୃଢକ୍ତି ପ୍ରକାଶ କରିଛନ୍ତି । ଅପରପକ୍ଷେ ଘଟଣା ସମ୍ପର୍କରେ ଜାଣିବାକୁ ପାଇବା ପରେ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସୂଚନା ଦେଇଛନ୍ତି ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ଉନ୍ନୟନ ଅଧିକାରୀ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.