ରାଜ୍ୟ ସରକାରଙ୍କ ବିଦ୍ୟୁତ ଯୋଗାଣ ସଂସ୍ଥା ନିଯୁକ୍ତି ଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ହୋଇଛି: ବିଜେପି

Published By : Prameya-News7 Bureau | December 08, 2018 IST

ଭୁବନେଶ୍ବର ୮|୧୨: ରାଜ୍ୟ ସରକାରଙ୍କ ବିଦ୍ୟୁତ ଯୋଗାଣ ସଂସ୍ଥା ନିଯୁକ୍ତିଟେଣ୍ଡର ପ୍ରକ୍ରିୟାରେ ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଛି ବିଜେପି । ଆଗରୁ ଏଇଏସ୍ କମ୍ପାନି ରାଜ୍ୟସରକାରଙ୍କ ୪୦୦ କୋଟି ଟଙ୍କା ବକେୟା ରଖିଥିବା ବେଳେ ଏବେ ଟେଣ୍ଡର ପ୍ରକ୍ରିୟାରେ ସ୍ବଚ୍ଛତା ଅବଲମ୍ବନ କରାଯାଇନି । ବିଡିଂ ପ୍ରକ୍ରିୟାକୁ ଅନଲାଇନ କରାନଯାଇ ଇଣ୍ଡିଆ ପାୱାର ନାମକ କମ୍ପାନିକୁ ଅହେତୁକ ଅନୁକମ୍ପା ରାଜ୍ୟ ସରକାର ଦେଖାଉଛନ୍ତି ବୋଲି ବିଜେପି ଅଭିଯୋଗ କରିଛି। ରାଜ୍ୟରେ ବିଦ୍ୟୁତ ଦେୟ ଅନ୍ୟ ରାଜ୍ୟ ଅପେକ୍ଷା ଯଥେଷ୍ଟ ଅଧିକ ରହିଥିବା ବେଳେ ସରକାର ନିଜର ବିଦ୍ୟୁତ ବଳକା ରାଜ୍ୟ ବୋଲି କହୁଛନ୍ତି। ଏହା ସହ ବିଦ୍ୟୁତ ପରିବହନ କ୍ଷେତ୍ରରେ ରାଜ୍ୟରେ ୪୦ ପ୍ରତିଶତ ବିଦ୍ୟୁତ ଶକ୍ତି ନଷ୍ଟ ହେଉଛି। ଭିତ୍ତି ଭୂମି ବିକାଶ ହୋଇ ନଥିବାରୁ ବିଦ୍ୟୁତ ବିତରଣ କ୍ଷେତ୍ରରେ ରାଜ୍ୟକୁ ଅଭିଜ୍ଞ କମ୍ପାନି ଆସିବାକୁ ଚାହୁଁ ନାହାନ୍ତି । ଯାହା ଫଳରେ ସରକାର ଅଭିଜ୍ଞତା ନଥିବା ଓ ଅନାମଧେୟ କମ୍ପାନିକୁ ଇଣ୍ଡିଆ ପାୱାରକୁ ବିଦ୍ୟୁତ ଯୋଗାଣ ବିଡିଂ କ୍ଷେତ୍ରରେ ଅନୁକମ୍ପା ଦେଖାଉଥିବା ବିଜେପି ଅଭିଯୋଗ କରିଛି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.