Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୀଷଣ ଅବପାତର ରୂପ ନେବ ଲଘୁଚାପ ! ଆଜି ଓ ଆସନ୍ତାକାଲି ପ୍ରବଳ ବର୍ଷା
  • ||
  • ଟ୍ରେଲର ପଛରେ ପିଟିହେଲା ସିମେଣ୍ଟ ବୋଝେଇ ଟ୍ରକ୍, ଡ୍ରାଇଭର ମୃତ
  • ||

ସମ୍ବଲପୁରରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ : ମିଲର-ଯୋଗାଣ ବିଭାଗ ଭିତରେ ମଧୁଚନ୍ଦ୍ରିକା, ଆନ୍ଦୋଳନ ପାଇଁ ଚାଷୀଙ୍କ ଧମକ

6/12/2018 at 7:56 PM

ସମ୍ବଲପୁର ୬|୧୨: ସମ୍ବଲପୁରରେ ଧାନ କିଣାରେ ବ୍ୟାପକ ଦୁର୍ନୀତି ଅଭିଯୋଗ । ପ୍ରତି ବସ୍ତାଧାନରୁ ୬ରୁ ୮କେଜି କଟ୍‌ନୀ ଛଟ୍‌ନୀ କରାଯାଉଛି । ଜିଲ୍ଲାପାଳ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ଫେରାଦ ହେଲେ ବି ଫଳ ଘର ଶୂନ ।  ସେପଟେ ଜିଲ୍ଲା ଯୋଗାଣ ଅଧିକାରୀ, ମିଲରମାନଙ୍କ ସପକ୍ଷରେ ଯୁକ୍ତି ବାଢୁଥିବାରୁ ଚାଷୀମାନେ ଏବେ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

ମିଲ୍‌ର ମାନେ ପ୍ରତ୍ୟକ୍ଷ ଭାବରେ ଧାନକିଣାରେ ହସ୍ତକ୍ଷେପ କରୁଛନ୍ତି । ଏପରିକି ଆର୍‌ଏମ୍‌ସି ଭିତରକୁ ଆସି ଚାଷୀଙ୍କ ଠାରୁ ସିଧା ଧାନ କିଣୁଛନ୍ତି ମିଲର । ନିୟନ୍ତ୍ରିତ ବଜାର କମିଟି ବା ମାର୍କେଡ ୟାର୍ଡ ଭିତରେ, ଧାନବସ୍ତାର ଆଦ୍ରତା ଗୋଟିଏ ପ୍ରକାର ରହୁଥିବା ବେଳେ, ମିଲ୍‌ର ମାନେ ପୁଣି ନିଜନିଜ ମିଲ୍‌ରେ ଆଦ୍ରତା ମାପିବା ଯନ୍ତ୍ର ରଖିଛନ୍ତି । ଏହାଦ୍ବାରା ଚାଷୀର ଧାନ ମାର୍କେଟ ୟାର୍ଡରେ ଗୋଟିଏ ପ୍ରକାର ଆଦ୍ରତାରେ ରହୁଥିବା ବେଳେ, ଧାନ ମିଲ୍‌ରେ ଆଦ୍ରତା ମାତ୍ରା ବଢୁଥିବା ଦେଖିବାକୁ ମିଳୁଛି । ସବୁଜାଣି ମଧ୍ୟ ଜିଲ୍ଲା ଯୋଗାଣ ଅଧିକାରୀ ଚୁପ୍‌ । ମିଲ୍‌ ମାଲିକ ଓ ଜିଲ୍ଲା ଯୋଗାଣ ଅଧିକାରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ରହିଥିବା ଜଳ ଜଳ ଦେଖାଯାଉଛି ।  ପ୍ରତି ଧାନବସ୍ତାରେ ହେଉଥିବା କଟ୍‌ନୀ ଛଟ୍‌ନୀରେ, ଜିଲ୍ଲା ଯୋଗାଣ ଅଧିକାରୀଙ୍କ ପିସି ରହିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି ।

ମାର୍କେଡ ୟାର୍ଡ ପରିସରରେ, ରାଇସ୍‌ ମିଲ୍‌ ମାଲିକ ମାନେ ଡେରା ପକାଇବା ସହ ଜିଲ୍ଲା ଯୋଗାଣ ଅଧିକାରୀ ଓ ଆର୍‌ଏମ୍‌ସି କର୍ମଚାରୀଙ୍କ ପ୍ରକୋଷ୍ଠରେ ବସି ରହୁଛନ୍ତି । ଏଥିରୁ ସ୍ପଷ୍ଟ ଯେ, ମିଲ୍‌ ମାଲିକ,ଜିଲ୍ଲା ଯୋଗାଣ ଅଧିକାରୀ,ଆର୍‌ଏମ୍‌ସି କର୍ମଚାରୀ ମିଳିତ ଭାବରେ ଚାଷୀଙ୍କୁ ଲୁଟ୍‌ କରିବାକୁ ଅସାଧୁ ମେଣ୍ଟ ଗଠନ କରିଛନ୍ତି । ଏବେ ଚାଷୀ ଗୁହାରୀ କରିବ କାହାକୁ । ଧାନ ସିଧା ମିଲ୍‌ କୁ ଯାଉଥିବାରୁ, ହ୍ୟାଣ୍ଡଲିଙ୍ଗ ଚାର୍ଜ କାହା ପକେଟକୁ ଯାଉଛି ତାର ମଧ୍ୟ  ତଦନ୍ତ ହେବା ଦରକାର ।

ଚାଷୀ ବିହନ ବୁଣିବା ଠାରୁ  ଧାନକଟା ପର୍ଯ୍ୟନ୍ତ ବହୁ ସମସ୍ୟା ଦେଇ ଗତିକରେ । ଆଉ ଧାନ ଅମଳ ପରେ ଯେତେବେଳେ  ବିକ୍ରି କରିବାକୁ ଯାଏ, ସେବେବେଳେ, ଜିଲ୍ଲାପ୍ରଶାସନ ଓ ଯୋଗାଣ ବିଭାଗର ଚକ୍ରବ୍ୟୁହରେ ପଡିଯାଇଥାଏ ।

   Related Posts