ବ୍ରିଜ୍ ପାଇଁ ୭୦ ବର୍ଷର ଅପେକ୍ଷା : କାମ ଆରମ୍ଭରୁ ହିଁ ଠିକାଦାରଙ୍କ ଦୁର୍ନୀତି ଅଭିଯୋଗ, ଭୋଟ୍ ବର୍ଜନ ଚେତାବନୀ

Published By : Prameya-News7 Bureau | February 25, 2019 IST

ବଲାଙ୍ଗିର ୨୫|୨: ବ୍ରିଜ୍ ଖଣ୍ଡିଏ ନିର୍ମାଣ ପାଇଁ ଅପେକ୍ଷା କଲେ ୭୦ ବର୍ଷ। ଦାବି ଶୁଣିଲେ ସରକାର ହେଲେ ଏବେ ତାହାର କାମକୁ ନେଇ ଦେଖାଦେଇଛି ବିବାଦ। ବ୍ରିଜ୍ କାମ ଆରମ୍ଭରୁ ହିଁ ଠିକାଦାର ଦୁର୍ନୀତି ଚଳାଇଥିବା ଅଭିଯୋଗ ହୋଇଛି । ଏନେଇ ବାରମ୍ବାର ଅଭିଯୋଗ ପରେ ବି ପ୍ରଶାସନ ନଶୁଣିବାରୁ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ।

{"id":88523}

ବଲାଙ୍ଗୀର ଜିଲ୍ଲା ସଇଁନ୍ତଳା ବ୍ଲକର ବିଜଲି ନାଳ ଉପରେ ନିର୍ମାଣ ହେଉଛି ବ୍ରିଜ୍ । କାଲିଗେଟରୁ ଲମ୍ବକାନିକୁ ଯିବା ରାସ୍ତାରେ ପଡୁଥିବା ବିଜଲି ନାଳରେ ବ୍ରିଜ ନିର୍ମାଣ ପାଇଁ କାହିଁ କେତେ କାଳରୁ ଦାବି ହୋଇଆସୁଛି । ବିଜୁ ସେତୁ ଯୋଜନାରେ ବ୍ରିଜ୍ ତିଆରି ଚାଲିଛି, ହେଲେ କାମରେ ବ୍ୟାପକ ଦୁର୍ନିତୀ ଅଭିଯୋଗ ହୋଇଛି । ଲୁହା ଛଡ଼ ଠାରୁ ଆରମ୍ଭ କରି ବାଲି, ଚିପ୍ସ, ସିମେଣ୍ଟ - ସବୁଥିରେ ହେରଫେର ହେଉଛି । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏହି ବ୍ରିଜ୍ ନିର୍ମାଣ ପାଇଁ ଗତ ନିର୍ବାଚନରେ ଭୋଟ ବର୍ଜନ କରିଥିଲେ ଗ୍ରାମବାସୀ । ଆଉ ଠିକରେ ବ୍ରିଜ ନିର୍ମାଣ କରାନଗଲେ ଏଥର ମଧ୍ୟ ଭୋଟ୍ ବର୍ଜନର ଚେତାବନୀ ଦେଇଛନ୍ତି ।

{"id":88524}

ବିଜୁ ସେତୁ ଯୋଜନାରେ ୬୫.୨୫ ମିଟର ଲମ୍ବର ସେତୁ ନିର୍ମାଣ ପାଇଁ ୨ କୋଟି ୭ ଲକ୍ଷ ୫୧ ଲକ୍ଷ ଟଙ୍କା ବ୍ୟୟ ଅଟକଳ ହୋଇଛି । ୨୦୧୭ ଅକ୍ଟୋବରରେ କାମ ଆରମ୍ଭ ହୋଇଥିବା ବେଳେ ୨ ବର୍ଷରେ ଏହି କାମ ସାରିବାକୁ ଧାର୍ଯ୍ୟ ହୋଇଛି । ଏବେ ଏଥିରେ ଆସିଛି ଦୁର୍ନୀତିର ଗନ୍ଧ । ହେଲେ ବିଭାଗୀୟ ଯନ୍ତ୍ରୀ ପୁରା ଚୂପ ।

{"id":88525}

ଲୋକଙ୍କ ଗମନାଗମନ ସୁବିଧା ପାଇଁ ଯୋଜନା କରିଛନ୍ତି ସରକାର । ହେଲେ ଦୁର୍ନିତି ଖୋର ଠିକାଦାର ଓ କିଛି ପିସି ଖିଆ ଅଧିକାରୀଙ୍କ ପାଇଁ ଲୋକଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.