Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଅଙ୍ଗନବାଡ଼ି କେନ୍ଦ୍ରରେ ମହାଦୁର୍ନୀତି ଘଟଣା, ଉପ ଜିଲ୍ଲାପାଳଙ୍କ ଠାରେ ଫେରାଦ ହେଲେ ସପକ୍ଷବାଦୀ

17/09/2020 at 9:46 PM

ନୀଳଗିରି,୧୬/୦୯: ବାଲେଶ୍ଵର ଜିଲ୍ଲା ନୀଳଗିରି ଉପଖଣ୍ଡ ଔପଦା ବ୍ଲକ ଗୋବର୍ଧନପୁର ଅଙ୍ଗନବାଡି କେନ୍ଦ୍ରକୁ ନେଇ ପୁଣି ବିବାଦ ଦେଖାଦେଇଛି। ପୂର୍ବରୁ ଅଙ୍ଗନବାଡି କର୍ମୀଙ୍କ ବିଭିନ୍ନ ଅନିୟମିତତା ବିରୁଦ୍ଧରେ କିଛି ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରେ ଅଭିଯୋଗ କରିବା ପରେ ଆଜି ଅଙ୍ଗନବାଡି କର୍ମୀଙ୍କ ସପକ୍ଷରେ ସେମାନଙ୍କର ସପକ୍ଷବାଦୀ ମାନେ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି।

ସୂଚନାରୁ ପ୍ରକାଶ ଯେ ଗତ ୧୧ ତାରିଖ ଦିନ ଗୋବର୍ଧନପୁର ଅଙ୍ଗନବାଡି କେନ୍ଦ୍ରରେ କାର୍ଯ୍ୟରତ ସହାୟିକା ସୁମିତ୍ରା ବେହେରା (ଯେକି କର୍ମୀ ଦାୟୀତ୍ୱରେ ଅଛନ୍ତି)ଙ୍କ ବିରୁଦ୍ଧରେ କିଛି ଗ୍ରାମବାସୀ ଉପଜିଲ୍ଲାପାଳଙ୍କ ଠାରେ ଫେରାଦ ହୋଇଥିଲେ। ଶୁଖିଲା ଖାଦ୍ୟ, ଅଣ୍ଡା, ପୋଷାକ ବଣ୍ଟନରେ ଅନିୟମିତତା ହେବା ନେଇ ସୂଚନା ଅଧିକାର ବଳରେ ତଥ୍ୟ ସହ ଔପଦା ସିଡ଼ିପିଓଙ୍କୁ ଅଭିଯୋଗ କରିବା ପରେ ମଧ୍ୟ କୌଣସି ସୁଫଳ ନମିଳିବାରୁ ଉପଜିଲ୍ଲାପାଳଙ୍କୁ ଅଭିଯୋଗ ପତ୍ର ପ୍ରଦାନ କରି କାର୍ଯ୍ୟନୁଷ୍ଠାନ ଦାବି କରିଥିଲେ।

ସେପଟେ ପୁଣି ଆଜି ଏହି ଅଙ୍ଗନବାଡିରେ କର୍ମୀଙ୍କ ସପକ୍ଷରେ ବାହାରିଛନ୍ତି ଅଭିଭାବକ, ମାତୃ କମିଟି ଓ ଯାଞ୍ଚ କମିଟିର ସଦସ୍ୟା। କିଛି ଖଳ ପ୍ରକୃତିର ଲୋକ ଅଙ୍ଗନବାଡି କର୍ମୀଙ୍କୁ ଷଡ଼ଯନ୍ତ୍ର କରି ଫସାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ କରି ଆଜି ଉପଜିଲ୍ଲାପାଳଙ୍କଟାରେ ଫେରାଦ ହୋଇଛନ୍ତି। ସେହି ଗ୍ରାମର ଶନିଶ୍ଚର ବେହେରା ଜଣେ ଅସାମାଜିକ ଓ ଖଲୁଆ ପ୍ରକୃତିର ଯୁବକ  ଅଭିଯୋଗ ଆଣି ପରୋକ୍ଷରେ ତାଙ୍କ ଆଡକୁ ଆଙ୍ଗୁଳି ଉଠାଇଛନ୍ତି। ଉକ୍ତ ଘଟଣାର ତଦନ୍ତ ନେଇ ଉପଜିଲ୍ଲାପାଳଙ୍କ ସମେତ ଜିଲ୍ଲାପାଳ, ସାଂସଦ, ବିଧାୟକ ଓ ଔପଦା ବିଡ଼ିଓଙ୍କୁ ଅଭିଯୋଗ ପତ୍ର ଦେଇଛନ୍ତି।

ତେବେ ଅଭିଯୋଗକୁ ଖଣ୍ତନ କରିଛନ୍ତି ଶନିଶ୍ଚର ବେହେରା। ମୁଁ ଜଣେ ଶିକ୍ଷକ ହୋଇଥିବାବେଳେ ଏଭଳି ହିନ କାର୍ଯ୍ୟ ମୋ ଦ୍ୱାରା କରିବା ଅସମ୍ଭବ। ଅଙ୍ଗନବାଡିକୁ ନେଇ ଗାଁରେ ଦୀର୍ଘଦିନ ବିବାଦ ଲାଗିରହିଥିବାରୁ ଏସବୁ ମୁଁ ଉତ୍ସାହିତ କରୁଥିବା ଅଭିଯୋଗକାରୀ ସନ୍ଦେହ କରୁଛନ୍ତି। ମୋର ଚରିତ୍ର ଉପରେ ଆକ୍ଷେପ କରି କଣ ସେମାନେ ପ୍ରମାଣିତ କରିବାକୁ ଚାହୁଁଛନ୍ତି। ଘଟଣାର ତଦନ୍ତ ହେଲେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ତାଙ୍କର ପ୍ରତିକ୍ରିୟା ରଖିଛନ୍ତି। ତେବେ ଅଙ୍ଗନବାଡିରେ ଅନିୟମିତତା ଅଭିଯୋଗ ପରେ ଗାଁରେ ଦିନକୁ ଦିନ  ଅଶାନ୍ତିର ବାତାବରଣ ସୃଷ୍ଟି ହେଉଥିବା ବେଳେ ଜିଲ୍ଲାପାଳ ଘଟଣାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ ବୋଲି କୁହାଯାଇଛି।

   Related Posts