Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଇପିଏଲ ୨୦୨୧ : ୪୦ ତମ ଲିଗ୍‌ ମୁକାବିଲାରେ ମୁହାଁମୁହିଁ ହେବେ ହାଇଦ୍ରାବାଦ ଓ ରାଜସ୍ଥାନ
  • ||
  • କେନ୍ଦୁଝର : ବଣୁଆ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ, ମଞ୍ଚାରୁ ଓହ୍ଲାଇ ଘରକୁ ଯିବାବେଳେ ଆକ୍ରମଣର ଶିକାର
  • ||
  • ଜୟପୁର : ଲଗାଣ ବର୍ଷା ଯୋଗୁଁ ଧସିଲା ମାଟି ଅତଡା, ଜାତୀୟ ରାଜପଥ ଅବରୋଧ
  • ||
  • ଭୁବନେଶ୍ବର : ବାତ୍ୟାରୁ ଗଭୀର ଅବପାତର ରୂପ ନେଲା ‘ଗୁଲାବ’, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ଲାଗି ରହିଛି ବର୍ଷା
  • ||
  • କୋରାପୁଟ : କୋରାପୁଟ ଜିଲ୍ଲାରେ ‘ଗୁଲାବ’ ପ୍ରଭାବ : ଭାଙ୍ଗିଲା ଘର, ଗଛ ପଡି ରାସ୍ତା ଅବରୋଧ
  • ||
  • ବୈତରଣୀ ପଠାରେ ଚରୁଥିଲେ ମଇଁଷି, ପାଣି ଭିତରକୁ ଟାଣିନେଲା କୁମ୍ଭୀର : ଦେଖନ୍ତୁ ଭିଡିଓ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୪ କୋଭିଡ୍ ପଜିଟିଭ୍
  • ||
  • ଭଦ୍ରକରେ ସଂଯୁକ୍ତ କୃଷକ ମୋର୍ଚ୍ଚାର ବନ୍ଦ ପାଳନ, ଜାତୀୟ ବିଭିନ୍ନ ସଙ୍ଗଠନ ପକ୍ଷରୁ ରାଜପଥ ଅବରୋଧ
  • ||
  • ଲଗାଣ ବର୍ଷା ପରେ ସ୍ଥିତି ବେହାଲ, ଗେଙ୍ଗୁଟି ନଦୀ ବନ୍ଧରେ ୨୦୦ ଫୁଟର ଫାଟ
  • ||

ଦୁର୍ନୀତି ଖୋର ଓ ଅଯୋଗ୍ୟ କର୍ମଚାରୀଙ୍କ ଉପରେ ପଡିବ ପ୍ରହାର, ଚିଠା ପ୍ରସ୍ତୁତ କରୁଛନ୍ତି ମୋଦୀ ସରକାର

30/08/2020 at 5:24 PM

ନୂଆଦିଲ୍ଲୀ ୩୦।୦୮: ମୋଦୀ ସରକାର ଭ୍ରଷ୍ଟ ଓ ଅଯୋଗ୍ୟ ସରକାରୀ କର୍ମଚାରୀଙ୍କ ଉପରେ ଲଗାମ ଲଗାଇବା ପାଇଁ ପ୍ରସ୍ତୁତି କରୁଛନ୍ତି। ଏହାକୁ ନେଇ ମୋଦୀ ସରକାର ଭ୍ରଷ୍ଟ ସରକାରୀ କର୍ମଚାରୀଙ୍କ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହିତ ସରକାର ଦୁର୍ନୀତିଖୋର ଓ ଅଯୋଗ୍ୟ କର୍ମଚାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା ଉପରେ ମଧ୍ୟ ବିଚାର କରୁଛନ୍ତି।

କେନ୍ଦ୍ରର ମୋଦୀ ସରକାର କର୍ମଚାରୀଙ୍କ ରେକର୍ଡ ଯାଞ୍ଚ କରୁଛନ୍ତି। ଏଥିପାଇଁ ସରକାର ମାର୍ଗଦର୍ଶିକା ମଧ୍ୟ ଜାରି କରିଛନ୍ତି। ଏହାରି ଆଧାରରେ ଅକ୍ଷମତା ଓ ଦୁର୍ନୀତି ଅଭିଯୋଗ ଯାଞ୍ଚ କରାଯିବ। ଯେଉଁ ଲୋକ ଦୁର୍ନୀତିଖୋର ଏବଂ ଅଯୋଗ୍ୟ ସାବ୍ୟସ୍ତ ହେବେ ସେମାନଙ୍କୁ ଚାକିରିରୁ ଅବସର ଦିଆଯିବ। ଏଥିପାଇଁ ଦସ୍ତାବିଜ ପ୍ରସ୍ତୁତ କରିବାକୁ ମଧ୍ୟ କୁହାଯାଇଛି।

କେନ୍ଦ୍ର ସରକାର  ନୂତନ ମାର୍ଗଦର୍ଶିକା ଜାରି କରିଛନ୍ତି। ଏହା ଅନୁଯାୟୀ କେନ୍ଦ୍ର ସରକାର ସରକାରୀ ସେବାରେ ୩୦ ବର୍ଷ ପୂରା କରି ସାରିଥିବା କିମ୍ଵା ୫୫ ବର୍ଷ ହୋଇଥିବା କର୍ମଚାରୀଙ୍କ କାର୍ଯ୍ୟର ରେକର୍ଡ ଯାଞ୍ଚ କରାଯିବ। ୩୦ ବର୍ଷ ପୂରା ହୋଇ ସାରିଥିବା କିମ୍ବା ୫୦ ରୁ ୫୫ ବର୍ଷ ହୋଇଥିବା କର୍ମଚାରୀଙ୍କ ଦୁର୍ନୀତି ଏବଂ ଅକ୍ଷମତା ଅଭିଯୋଗ ଯାଞ୍ଚ କରାଯିବ ବୋଲି ସରକାର କହିଛନ୍ତି।

କେନ୍ଦ୍ର ସରକାରଙ୍କ ଅନୁଯାୟୀ ସର୍ଭିସ ରେକର୍ଡ ଯାଞ୍ଚ ପରେ ସ୍ଥିର କରାଯିବ ଯେ କର୍ମଚାରୀ ଠିକ୍‌ ଭାବେ କାମ କରୁଛନ୍ତି କି ନାହିଁ। ଯଦି ନାହିଁ ତେବେ କିମ୍ବା ତାଙ୍କୁ ସମୟ ପୂର୍ବରୁ ଅବସର ଦିଆଯିବ।

   Related Posts