Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୧ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୪ କୋଭିଡ୍ ସଂକ୍ରମିତ, ୩୩୩୪୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଲକ୍ଷ୍ନୌ : ଟ୍ରାକ୍‌ରୁ ଖସିଲା ଟ୍ରେନ୍‌, ଶହିଦ ଏକ୍ସପ୍ରେସ୍‌ର ୨ଟି ବଗି ଲାଇନ୍‌ଚ୍ୟୁତ
  • ||
  • କେନ୍ଦୁଝର : ସ୍ତ୍ରୀକୁ ପିଟିପିଟି ମାରିଦେଲା ସ୍ବାମୀ, ଅଭିଯୁକ୍ତ ଅଟକ
  • ||
  • ଖସୁଛି କରୋନା ଗ୍ରାଫ୍‌, ଦେଶରେ ଗତ ୨୪ଘଣ୍ଟାରେ ୧୩,୭୮୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ବିଶିଷ୍ଟ ଶ୍ରମିକ ନେତା ଲଳିତ ନାୟକଙ୍କ ପରଲୋକ
  • ||
  • କେନ୍ଦୁଗୁଡ଼ା ଘାଟିରେ ଓଲଟିଲା ଟୁରିଷ୍ଟ ବସ୍ : ଜଣେ ମୃତ , ୧୦ ରୁ ଅଧିକ ଆହତ
  • ||

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ – ଏଭଳି ଅଭିଯୋଗ ଆସିଛି

12/11/2019 at 6:27 PM

ଫୁଲବାଣୀ ୧୨।୧୧ –  ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନାରେ ଦୁର୍ନୀତି ଅଭିଯୋଗ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା କ.ନୂଆଗାଁ ବ୍ଲକ ସିର୍ତିଗୁଡା ପଂଚାୟତରୁ । ବାଲିଗୁଡା ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଚାଲିଥିବା ଏହି ରାସ୍ତା କାମ ଅତ୍ୟନ୍ତ ନିମ୍ନ ମାନର ବୋଲି ଅଭିଯୋଗ କରିଛନ୍ତି ସରପଂଚ, ସମିତିସଭ୍ୟଙ୍କ ସମେତ ଗ୍ରାମବାସୀ ।

 ସିର୍ତିଗୁଡା ପଂଚାୟତର NH  217 ରୁ ଡ୍ରଗମାହା ଗାଁ ଯାଏଁ ପ୍ରାୟ ୩ କିଲୋମିଟର ୭୧୨ ମିଟର ରାସ୍ତା କାମ ହେଉଛି। ଏଥିପାଇଁ ମୋଟ ୧ କୋଟି ୨୫ ଲକ୍ଷ ୮ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଛି । ୨୦୧୭ ଅଗଷ୍ଟ ୪ ତାରିଖରେ କାମ ଆରମ୍ଭ ହୋଇଥିଲା ।  ୯ ମାସ ମଧ୍ୟରେ ଅର୍ଥାତ ୨୦୧୮ ମେ ସୁଦ୍ଧା କାମ ସରିବାକୁ ଥିବା ବେଳେ ଇତି ମଧ୍ୟରେ ଦେଢ ବର୍ଷ ବିତିଗଲାଣି ହେଲେ ରାସ୍ତା କାମ ସରୁନି ।

 ତେଣୁ ଏଭଳି ନିମ୍ନମାନର କାମ ବନ୍ଦ କରିବାକୁ ଚେତବାନୀ ଦେଇଛନ୍ତି ଗ୍ରାମବାସୀ । ସେପଟେ ଗ୍ରାମ୍ୟ ନିର୍ମାଣ ଡିଭିଜନ ନିର୍ବାହୀ ଯନ୍ତ୍ରୀଙ୍କ ସେହି ଚିରାଚରିତ ଉତ୍ତର, ରାସ୍ତା କାମ ଯଥାଶୀଘ୍ର ସାରିବାକୁ ଉଦ୍ୟମ କରାଯାଉଛି ।

   Related Posts